ବଡ଼ବିଲର କାଶିଆ ମାଇନ୍ସ ପ୍ରବେଶ ପଥ ଅବରୋଧ, ସିଏସଙ୍କ ଦୃଷ୍ଟି ଆକର୍ଷଣ କଲେ ନବୀନ ଜିନ୍ଦଲ

0

–      ଅନୁଗୁଳରେ ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନା ପ୍ରକଳ୍ପ ଅଗ୍ରଗତି ବିଷୟରେ ଆଲୋଚନା

ଭୁବନେଶ୍ୱର,//TATKAL ODISHA//

ବଡ଼ବିଲ ସ୍ଥିତ କାଶିଆ ଖଣି ଫାଟକ ସାମ୍ନାରେ କିଛି ନ୍ୟସ୍ତ ସ୍ୱାର୍ଥଙ୍କ ଦ୍ଵାରା କରାଯାଇଥିବା ଅବରୋଧ କରାଯାଇଛି I ଏହି ସମ୍ପର୍କରେ ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଖଣି କାର୍ଯ୍ୟର ସୁପରିଚଳନା ପାଇଁ ଏହି ଅବରୋଧକୁ ହଟାଇବା ପାଇଁ ସେ ମୁଖ୍ୟ ଶାସନ ସଚିବଙ୍କୁ ସେ ଅନୁରୋଧ କରିଥିଲେ ।

କାଶୀଅ ମାଇନ୍ସ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଚେୟାରମ୍ୟାନ୍  ନବୀନ ଜିନ୍ଦଲ  ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ଜେଏସପିଏଲ ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନକୁ ବୃଦ୍ଧି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।

 

ଅନୁଗୁଳରେ JSPL ଇସ୍ପାତ ପ୍ରକଳ୍ପ

ଶ୍ରୀ ଜିନ୍ଦଲ କହିଥିଲେ, ଜେଏସପିଏଲ ଅନୁଗୁଳରେ ବାର୍ଷିକ ୬ ନିୟୁତ ଟନ କ୍ଷମତା ବିଶିଷ୍ଠ ଏକ ସମନ୍ଵିତ ଇସ୍ପାତ କାରଖାନା ସ୍ଥାପନ କରିଛି | ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଷ୍ଟେଟ ହାଇ-ଲେବଲ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି କାରଖାନାର କ୍ଷମତା ୨୦୩୦ ସୁଦ୍ଧା ବାର୍ଷିକ ୨୫.୨ ନିୟୁତ ଟନକୁ ବୃଦ୍ଧି କରିବା ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରଯାଇଥିଲା ।  ଏହି କ୍ଷମତା ସଂପ୍ରସାରଣ ହେବ ପରେ  ଜେଏସପିଏଲର ଅନୁଗୁଳ ଇସ୍ପାତ କାରଖାନା ବିଶ୍ଵର ସର୍ବବୃହତ୍ତ ଇସ୍ପାତ କାରଖାନା ହେବ ।  ଏହି ସମ୍ପ୍ରସାରଣ ଯୋଗୁଁ ଓଡିଶାରେ ଜେଏସପିଏଲର ପୁଞ୍ଜିନିବେଶ ୪୫,୦୦୦ କୋଟିରୁ  ଏକ ଲକ୍ଷ କୋଟିରୁ ଅଧିକ ହେବ ସହିତ ରାଜ୍ୟରେ ବିପୁଳ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ |

ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଗତ ଖଣି ନିଲାମରେ ୧୧୮.୧୦% ପ୍ରିମିୟମ ଦେଇ କାଶିଆ ଆଇରନ୍ ଏବଂ ଡୋଲୋମାଇଟ୍ ବ୍ଲକର ଖଣି ଲିଜ୍ ପାଇଥିଲା । ଆବଶ୍ୟକ ଅପ୍ ଫ୍ରଣ୍ଟ୍ ପେମେଣ୍ଟ, ସୁରକ୍ଷା ଡିପୋଜିଟ ଏବଂ ଷ୍ଟାମ୍ପ ଡ୍ୟୁଟି ବାବଡକୁ ପ୍ରାୟ ୧୫୦୦ କୋଟି ଟଙ୍କା ଜମା କରିବା ପରେ ଗତ ବର୍ଷ ନଭେମ୍ବରରେ ଏହି ଖଣି ପାଇଁ ଲିଜ୍ ଡିଲ୍ ସ୍ୱାକ୍ଷର ହୋଇଥିଲା ।

ବଡ଼ବିଲ ପ୍ରସଙ୍ଗରେ ଶ୍ରୀ ଜିନ୍ଦଲ କହିଥିଲେ,କିଛି ପରିବହନକାରୀଙ୍କ ପ୍ରରୋଚନରେ କିଛି ନ୍ୟସ୍ତ ସ୍ୱାର୍ଥ ଖଣିର ପ୍ରବେଶକୁ ଅବରୋଧ କରି ଖଣି ଭିତରକୁ କାହାକୁ ପ୍ରବେଶ କରିବାକୁ ଦେଉ ନାହାନ୍ତି ଏବଂ ଖଣି କାର୍ଯ୍ୟ ଆରମ୍ଭ କରିବାରେ ବାଧା ସୃଷ୍ଟି କରୁଛନ୍ତି | ସମସ୍ତ କୋଭିଡ ସମ୍ବନ୍ଧୀୟ ପ୍ରୋଟୋକଲକୁ ଉଲ୍ଲଂଘନ କରିବା ସହିତ ସେମାନେ ହିଂସା ଆଚରଣ କରୁଛନ୍ତି ଏବଂ ଦୁଇଜଣ କର୍ମଚାରୀଙ୍କୁ ମଧ୍ୟ ଆଘାତ ଦେଇଛନ୍ତି। ଏହି ଅବରୋଧ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବିକା ହାନି ହେବା ସହ ସରକାର ପ୍ରତିଦିନ ୧୫ କୋଟିରୁ ଅଧିକ ରାଜସ୍ୱ ହରାଉଛନ୍ତି ।

ଏହି ଘଟଣାରେ ହସ୍ତକ୍ଷେପ କରି କାଶିଆ ଖଣିକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ କରିବା ପାଇଁ ଏହି ଅବରୋଧ ହଟାଇବା ପାଇଁ ଶ୍ରୀ ଜିନ୍ଦଲ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲେ ।

ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ପୂର୍ବରୁ ଶ୍ରୀ ଜିନ୍ଦଲ ପ୍ରମୁଖ ଶାସନ ସଚିବ (ଶିଳ୍ପ) ହେମନ୍ତ ଶର୍ମା ଏବଂ ପ୍ରମୁଖ ଶାସନ ସଚିବ (ଇସ୍ପାତ ଏବଂ ଖଣି) ଦେଓରଂଜନ କୁମାର ସିଂଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ଜେଏସପିଏଲର ପରିଚାଳନା ନିର୍ଦ୍ଦେଶକ ଭି.ଆର୍ ଶର୍ମା, ଗୃପ ଆଡଭାଇଜର୍ (ଲିଗାଲ୍, କର୍ପୋରେସନ୍ ଆଫେୟାର୍ସ ଏବଂ ସଷ୍ଟେନେବିଲିଟି) ମନୀଷ ଖରବନ୍ଦା, ଜେପିଏଲ୍ ଅଧ୍ୟକ୍ଷ ଏ. କେ. ଝା ଏବଂ ଜେଏସପିଏଲ୍ ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଶ୍ରୀ ଜିନ୍ଦଲଙ୍କ ସହିତ ଏହି ବୈଠକରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.