ବଙ୍ଗୋପସାଗରରେ ଟ୍ରପଲାଇନ ସହ ଗୁରୁଚାପ

0

ଭୁବନେଶ୍ୱର,//TATKAL ODISHA//

ବଙ୍ଗୋପସାଗରରେ ଗୁରୁଚାପ ସୃଷ୍ଟି ହୋଇଛି ।ସେହିପରି ବାୟୁମଣ୍ଡଳର ଉପରିଭାଗରେ ଟ୍ରଫଲାଇନ୍‌ ବି ସୃଷ୍ଟି ହୋଇ ପୂର୍ବଭାରତ ଆଡ଼କୁ ଅଗ୍ରସର ହେଉଛି I ଦୁଇଟିର ସମ୍ମିଶ୍ରଣରେ ଓଡ଼ିଶାରେ ମେଘୁଆ ପାଗ ରହିଛି I

ଚବିଶ ଘଣ୍ଟାରେ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଶନିବାରଠୁ ରାଜ୍ୟରେ ପାଗ ବଦଳିବ । ଆକାଶ ଶୁଖିଲା ରହିବ I

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ୧୯ ମିଲିମିଟର ବର୍ଷା ହୋଇଥିବାବେଳେ ନୟାଗଡ଼ରେ ୫, ଛତ୍ରପୁରରେ ୪, ଗୋପାଳପୁରରେ ୩ ଦାରିଙ୍ଗବାଡ଼ିରେ ୨ ମିଲିମିଟର ବର୍ଷା ହୋଇଛି I

Leave A Reply

Your email address will not be published.