ଫେବୃଆରୀ 20ରୁ ମାଟ୍ରିକ ପରୀକ୍ଷା
କଟକ, ଭୁବନେଶ୍ୱର//TATKAL ODISHA//
ଫେବ୍ରୁଆରି ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ I ତାହା ମାର୍ଚ୍ଚ ୪ ଯାଏଁ ଚାଲିବ।
ପ୍ରଥମ ଦିନ ସାହିତ୍ୟ ଥିବାବେଳେ ଦ୍ଵିତୀୟ ଦିନ ଅର୍ଥାତ ଫେବ୍ରୁଆରି ୨୩ ରେ ଇଂରାଜୀ ପରୀକ୍ଷା ହେବ। ତୃତୀୟ ତଥା ଫେବ୍ରୁଆରି ୨୬ ରେ ଗଣିତ, ୨୮ରେ ସଂସ୍କୃତ/ହିନ୍ଦୀ, ମାର୍ଚ୍ଚ ୨ରେ ସାଧାରଣ ବିଜ୍ଞାନ ଓ ଶେଷ ଦିନ ଅର୍ଥାତ ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନର ପରୀକ୍ଷା ହେବ।
“ଗୋଟିଏ ସିଟିଂରେ ସମସ୍ତ ପରୀକ୍ଷା ହେବ। ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ଦିଆଯିବ। ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୫ରୁ ଖାତା ଦେଖା ଆରମ୍ଭ ହେବ”
ମାଧ୍ୟମିକ ଶିକ୍ଷା ପରିଷଦ ବୁଧବାର ଏହା ଘୋଷଣା କରିଛି I ବୋର୍ଡ କହିଛି ଯେ, ମୋଟ୍ ୨୯୯୧ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପରିକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ।