ପ୍ରତୀକ୍ଷା ଅନ୍ତ : ଫେବୃଆରୀ 1ରୁ ଶ୍ରୀମନ୍ଦିର ଖୋଲିବ

0
  • କୋଭିଡ ନେଗେଟିଭ ରିପୋର୍ଟ ବିନା ଦର୍ଶନ ଅନୁମତି ମିଳିବନି
  • ଭୁବନେଶ୍ୱର//TATKAL ODISHA//


ପ୍ରତୀକ୍ଷାର ଅନ୍ତ ଘଟିଛି I

ଫେବୃୟାରୀ ୧ରୁ ଖୋଲିବ ଶ୍ରୀମନ୍ଦିର । ଦର୍ଶନ ନିମନ୍ତେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିବା ଜରୁରୀ। ମାସ୍କ ପରିଧାନ, ସାନିଟାଇଜେଶନ ସହ ସାମାଜିକ ଦୂରତା ନିୟମ ମାନିବାକୁ ହେବ। ମାର୍କେଟ ଛକଠାରୁ ମୁଖ୍ୟ ବ୍ୟାରିକେଡ୍‌ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଚାଲିଚାଲି ଯିବାକୁ ପଡ଼ିବ I ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା  ଏହି ସୂଚନା ପ୍ରଦାନ କରିଛନ୍ତି ।


  ଶୁକ୍ରବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା I ଶ୍ରୀମନ୍ଦିରର ସବୁ ସେବାୟତ ଓ ଜିଲ୍ଲାପ୍ରଶାସନର ଅଧିକାରୀମାନେ ବୈଠକରେ  ଯୋଗଦେଇ ଶ୍ରୀମନ୍ଦିର ଖୋଲିବା ଉପରେ ଆଲୋଚନା କରିଥିଲେ।


  ପରେ ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି ଯେ,ପୂର୍ବପରି ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀ ପ୍ରବେଶ କରିବେ I ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଶିଶୁ, ଗର୍ଭବତୀ, ବୃଦ୍ଧାବୃଦ୍ଧଙ୍କୁ ଦର୍ଶନ ପାଇଁ ନ ଆସିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଭକ୍ତମାନେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେ ନାହିଁ। ଦର୍ଶନ ସମୟରେ କୋଭିଡ୍‌ ଗାଇଡଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


  ଶ୍ରୀ ବର୍ମା  କହିଛନ୍ତି ଯେ, ପୂର୍ବପରି ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ସେହିପରି  ଜନ୍ମାଷ୍ଟମୀ, ଗଣେଷ ପୂଜା ଭଳି ବଡ଼ ବଡ଼ ପୂଜା ବେଳେ ଶ୍ରମିନ୍ଦର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି ।

Leave A Reply

Your email address will not be published.