ଫୁଲିଲା ମହାନଦୀ, ବନ୍ୟା ଆଶଙ୍କା

0
  •  ଖରସ୍ରୋତା, ବ୍ରାହ୍ମଣୀ, ବୈତରଣୀରେ ଜଳପତ୍ତନବୃଦ୍ଧି
  • ସୁବର୍ଣ୍ଣରେଖା, ଜଳକା ନଦୀରେ ବି ବନ୍ୟା ସ୍ଥିତି 
  • ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା
  • ଭୁବନେଶ୍ୱର//TATKAL ODISHA //
  • ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ  ରାଜ୍ୟର ଅଧିକାଂଶ ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି I ବିପଦ ସଂକେତ ସ୍ତରରେ ବନ୍ୟା ଜଳ ପ୍ରବାହିତ ହେଉଛି I ଫଳରେ ତଳମୁଣ୍ଡରେ ବିପଦ ବଢ଼ିବାରେ ଲାଗିଛି I 
        ରାଜ୍ୟ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟନୁସାରେ ନରାଜ ଠାରେ ମହାନଦୀ, ଆଳିପିଙ୍ଗଳରେ ଦେବୀ ସମେତ ଖରସ୍ରୋତାରେ ଜଳପତ୍ତନ ବୃଦ୍ଧି ପାଇଛି I ସେହିପରି ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ବନ୍ୟା ଜଳ ବିପଦ ସଂକେତ ସାମାନ୍ୟ ତଳେ ପ୍ରବାହିତ ହେଉଥିଲା ବେଳେ  ଆନନ୍ଦପୁର ଓ ଆଖୁଆପଦା ଠାରେ ବୈତରଣୀ ନଦୀର ଜଳ ଅନୁରୂପ ସ୍ଥିତିରେ ପ୍ରବାହିତ ହେଉଛି I 
     ଅନ୍ୟପକ୍ଷରେ ଦକ୍ଷିଣ ଓଡିଶାରେ ଋଷିକୂଲ୍ୟା ଓ  ବଂଶଧାରା ଫୁଲୁଛି I ଉତ୍ତର ଓଡ଼ିଶାରେ ସୁବର୍ଣ୍ଣରେଖା  ଓ ଜଳକା ନଦୀରେ ବି ବନ୍ୟା ସ୍ଥିତି ଦେଖାଦେଇଛି I 

 ଲଘୁଚାପ ଜନିତ ଅତି ପ୍ରବଳ ବର୍ଷା ଜାରି ରହିଛି I ଏଥିଯୋଗୁଁ ପୁରୀରେ ବର୍ଷା ୮ ବର୍ଷର ଓ  ରାଜଧାନୀରେ ୬୩ ବର୍ଷର ରେକର୍ଡ ଭାଙ୍ଗିଛି ।  ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୧୯୫ ମିମି ବର୍ଷା, ପାରାଦୀପରେ ୨୧୯ ମିମି, ବାଲେଶ୍ୱରରେ ୨୪ ମିମି, ଗୋପାଳପୁରରେ ୬୪ ମିମି ଓ ଚାନ୍ଦବାଲିରେ ୪୬ ମିମି ବର୍ଷା ରେକର୍ଡ କରାଯାଇଛି।

   ଲଗାଣ ବର୍ଷା ଯୋଗୁ ଭୁବନେଶ୍ୱରରେ ରାସ୍ତାଘାଟରେ ଲହଡ଼ି ମାରୁଛି ପାଣି। ଅନେକ ଅଞ୍ଚଳରେ ରାସ୍ତା ଉପରେ ପାଣି ଭରି ଯାଇଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ସାଙ୍ଗକୁ ହାଲୁକା ପବନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୁରୁଣା ଭୁବନେଶ୍ୱର ସ୍ଥିତି ଅନେକ ମନ୍ଦିରରେ ପାଣି ପଶିଯାଇଛି।ପାରାଦୀପରେ ଜୋରରେ ବର୍ଷା ହେଉଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି।  କୁଜଙ୍ଗରେ ଗଛ ସାଙ୍ଗକୁ କେତେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ I

ଦୁଇ ଦିନ ସ୍କୁଲ ଛୁଟି

ପ୍ରବଳ ବର୍ଷା କାରଣରୁ ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ଛୁଟି ଘୋଷଣା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହି ୧୨ଟି ଜିଲ୍ଲା ଯଥା- ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ନୟାଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନୁପର ଓ ବରଗଡ଼ ଜିଲ୍ଲାରେ ଛୁଟି ଘୋଷଣା ହୋଇଛି I

Leave A Reply

Your email address will not be published.