ପ୍ରବାସୀ ସମ୍ମିଳନୀରେ ବୋଲା ଗଲାନି ରାଷ୍ଟ୍ରୀୟ ବା ରାଜ୍ୟ ସଂଗୀତ

0
  • ବିଭିନ୍ନ ମହଲ କ୍ଷୋଭ ପ୍ରକାଶ
  • କାନ୍ତକବିଙ୍କ ପୌତ୍ର ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର// TATKAL ODISHA//

ତ୍ରିଦିବସୀୟ ପ୍ରବସୀ ଭାରତ ସମ୍ମିଳନୀ ବୁଧବାର ଠାରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଭୁବନେଶ୍ୱରରେ ଆରମ୍ଭ ହୋଇଛିI ତାହା ଆସନ୍ତା ଦଶ ଯାଏ ଚାଲିବ I କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କେନ୍ଦ୍ର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଶୁଭ ଉଦଘାଟନ କରିଛନ୍ତି I ମାତ୍ର ଦୁଃଖର ବିଷୟ ଏହି ବିଶ୍ୱସ୍ତରୀୟ ସମ୍ମିଳନୀ ଶୁଭାରମ୍ଭ ଅବସରରେ ଜାତୀୟ ସଂଗୀତ “ଜନଗଣ ମନ..” ଓ ରାଜ୍ୟ ସଂଗୀତ – “ବନ୍ଦେ ଉତ୍କଳ ଜନନୀ” ପରିବେଷଣ କରାଯାଇନାହିଁ I ଏହାକୁ ନେଇ ଅନେକ କ୍ଷୋଭ ପ୍ରକାଶ କରିଛନ୍ତି I

” କିଛି ବର୍ଷ ତଳେ ହାଇଦ୍ରାବାଦରେ ଅନୁଷ୍ଠିତ ବିଶ୍ଵ ତେଲୁଗୁ ସମ୍ମିଳନୀରେ ପ୍ରଥମେ ଆନ୍ଧ୍ର ପ୍ରଦେଶର ରାଜ୍ୟ ସଙ୍ଗୀତ “ତେଲୁଗୁ ଥାଲି” ପରିବେଷିତ ହୋଇଥିଲା। ସେହିପରି ବିଶ୍ଵ ତାମିଲ କବି ସମ୍ମିଳନୀର ଆୟୋଜନ ଅବସରରେ ବି ଅନୁରୂପ ପଦକ୍ଷେପ ନେଇଥିଲେ I ଏଥିରୁ ରାଜ୍ୟ କିଛି ଶିଖିବା ଜରୁରୀ”

Tatkal Odishaକୁ କାନ୍ତକବିଙ୍କ ପୌତ୍ର ତଥା ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ଗୁରୁକଲ୍ୟାଣ ମହାପାତ୍ର କହିଛନ୍ତି ଯେ, ଆରମ୍ଭରୁ କାନ୍ତକବିଙ୍କ ରଚିତ ଓଡ଼ିଶାର ପ୍ରାଦେଶିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ବା ରବି ଠାକୁରଙ୍କ ରଚିତ ଭାରତର ର।ଷ୍ଟୀୟ ସଙ୍ଗୀତ ଜନଗଣ ମନ ଅଧିନାୟକ ବୋଲା ନଯିବା ଦୁର୍ଭାଗ୍ୟଜନକ I

ଶ୍ରୀ ମହାପାତ୍ର ପୁଣି କହିଛନ୍ତି ,କରୋନା କାଳରେ ଏହି ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଏକସଙ୍ଗେ ସମଗ୍ର ବିଶ୍ୱରେ କୋଟି କୋଟି ଓଡ଼ିଆ ଗାନକରି କାରୋନା ଯୋଦ୍ଧା ତଥା ପ୍ରପୀଡ଼ିତ ରୋଗୀଙ୍କୁ ସାହସ ଓ ଆଶ୍ଵସନା ଦେଇଥିଲେ। ଏ କି ରାଷ୍ଟ୍ରୀୟତା? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି ଦାୟିତ୍ବହୀନ କାର୍ଯ୍ୟକୁ କେବେ ବି କ୍ଷମା ଦେବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.