ପ୍ରଦୀପ ମହାରଥୀଙ୍କ ‘ଓଭର କନଫିଡେଣ୍ଟ’ ପାଇଁ କମିଥିଲା ଭୋଟ ବ୍ୟବଧାନ : ମନ୍ତ୍ରୀ ସୁଶାନ୍ତ ସିଂହ

0

  • ପିପିଲି ଉପନିର୍ବାଚନ ନେଇ ବିଜେଡି ବୈଠକ
  • କୋଡିଏରୁ ୨୮ ତାରିଖ ଯାଏଁ ପ୍ରଚାର
  • ମୁଖ୍ୟମନ୍ତ୍ରୀ ପିପିଲି ଯିବେ କି ଭର୍ଚୁଆଲରେ ପ୍ରଚାର କରିବେ ସ୍ଥିର ହୋଇନି  

ଭୁବନେଶ୍ୱର//TATKALODISHA//
” ବିଗତ ଦିନରେ ପ୍ରଦୀପ ମହାରଥୀଙ୍କ ଓଭର କନଫିଡେଣ୍ଟ ଯୋଗୁଁ ଭୋଟ ବ୍ୟବଧାନ କମିଥିଲା I ଏଥର ସେମିତି ହେବ ନାହିଁ, ବଢ଼ିବI” 

ଗୁରୁବାର ପିପିଲି ଉପନିର୍ବାଚନ ନେଇ ବିଜୁ ଜନତା ଦଳର ବୈଠକ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭୁବନେଶ୍ୱରସ୍ଥ ବାସଭବନରେ ବସିଥିଲା I ଏହି ବୈଠକ ପରେ ଶ୍ରୀ ସିଂହ ଗଣମାଧ୍ୟମକୁ ଏଭଳି ମତ ଦେଇଥିଲେ I ସେ କହିଥିଲେ, ପିପିଲିରେ କୋଡିଏରୁ ୨୮ ତାରିଖ ଯାଏଁ ପ୍ରଚାର କରିବ ବିଜେଡି I ମୁଖ୍ୟମନ୍ତ୍ରୀ ପିପିଲି ଯିବେ କି ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ସ୍ଥିର ହୋଇନାହିଁ I ବଡ ବୈଠକ ନ କରି ୱାର୍ଡ ସ୍ତରରେ ଛୋଟ ଛୋଟ ବୈଠକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି I


   ଶ୍ରୀ ସିଂହ କହିଥିଲେ, ଭୋଟ ବ୍ୟବଧାନ ତିନି ମାସ ବିଳମ୍ବ ଯୋଗୁଁ ଆମେ ପ୍ରଚାରରେ ପିପିଲି ଯାଉ ନ ଥିଲୁ I ଫୋନରେ ଯୋଗାଯୋଗ କରୁଥିଲୁ I ବର୍ତ୍ତମାନ ସମସ୍ତଙ୍କୁ ଆକ୍ଟିଭ କରିବାକୁ ପଡିବ I ବିଜେପିର ପତିଆରା ସମଗ୍ର ଦେଶରେ କମୁଛି, ତେଣୁ ଏଠି ବି କମିଛି I ବିଜେଡି ଅଧିକ ବ୍ୟବଧାନରେ ଜିତିବ I ତେବେ ବିଗତ ଦିନରେ ପ୍ରଦୀପ ମହାରଥୀଙ୍କ “ଓଭର କନଫିଡେଣ୍ଟ” ଯୋଗୁ ଭୋଟ ବ୍ୟବଧାନ କମିଥିଲା, ଏଥର ବ୍ୟବଧାନ ବଢିବ ବୋଲି ସେ ପ୍ରକାଶ କରିଥିଲେ I


    ବିଜେଡି ଷ୍ଟାର୍ ପ୍ରଚାରକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ,ପିପିଲି ବିଜେଡିର ଗଡ଼ I ବିଗତ ଦିନରେ ପ୍ରଦୀପ ମହାରଥୀ ସେଠି ବାର ବାର ଜିତି ଆସୁଥିଲେ I ବର୍ତ୍ତମାନ ତାଙ୍କ ପୁତ୍ର ରୁଦ୍ର ମହାରଥୀଙ୍କ ଉପରେ ନବୀନ୍ ବାବୁଙ୍କ ଆଶୀର୍ବାଦ ରହିଛି I ଆମର ପ୍ରାର୍ଥୀ ବିଗତ ଥରର ରେକର୍ଡକୁ ପଛରେ ପକେଇ ଅଧିକ ଭୋଟ ବ୍ୟବଧାନରେ ଜିତିବେ ବୋଲି ଆମେ ଆଶା କରୁଛୁ  ବୋଲି ଅତନୁ ସ୍ପଷ୍ଟ କରିଥିଲେ I

ଉକ୍ତ ବୈଠକରେ ବିଜେଡିର ବହୁ ବରିଷ୍ଠ ବିଧାୟକ ଉପସ୍ଥିତ ଥିଲେ I

Leave A Reply

Your email address will not be published.