ପ୍ରଥମ ନିର୍ବାଚନୀ ହତ୍ୟା, ବିଜେପିକୁ ଦାୟୀ କଲା ବିଜେଡି

0

  • ଭଦ୍ରକରେ ବିଜେପି ଦ୍ବାରା ବିଜେଡି କର୍ମୀଙ୍କୁ ହତ୍ୟା ଘଟଣା
  • ନିର୍ବାଚନ କମିଶନଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାଦ ଦାବି କଲା ବିଜେଡି
  • ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ପ୍ରରୋଚନାରେ ହତ୍ୟା କରାଯାଇଛି
  • ନିର୍ବାଚନ ହାରିବା ଭୟରେ ରକ୍ତମୁଖା ହୋଇ ଉଠିଛି ବିଜେପି
  • ସାରା ରାଜ୍ୟରେ ହିଂସାର ତାଣ୍ଡବ ସୃଷ୍ଟି କରୁଛନ୍ତି ବିଜେପି ନେତା ଓ କର୍ମୀ

ଭୁବନେଶ୍ବର//TATKAL ODISHA//

ଚଳିତ ପଞ୍ଚାୟତ ନିର୍ବାଚନୟ‌ରେ ନିଜର ପରାଜୟ ସୁନିଶ୍ଚିତ ବୋଲି ଜାଣି ସାରିବା ପରେ ହତାଶ ବିଜେପି ରକ୍ତମୁଖା ହୋଇ ଉଠିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାରମ୍ବାର ଯୋଜନାବଦ୍ଧ ଭାବେ ହିଂସାକାଣ୍ଡ ଘଟାଇ ଚାଲିଥିବା ବିଜେପି ଭଦ୍ରକର ଧାମନଗର ବ୍ଲକ୍‌ରେ ବର୍ବରତାର ସବୁ ସୀମା ଟପି ଯାଇଛି।

ସୋମବାର ରାତିରେ ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗୀର ଗାଁର ଜଣେ ସକ୍ରିୟ ବିଜେଡି କର୍ମୀ ପ୍ରତାପ କୁମାର ରାଉତ ଘରକୁ ଫେରିବାବେଳେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ପ୍ରରୋଚନାରେ ବିଜେପି କର୍ମୀମାନେ ସଂଘବଦ୍ଧ ହୋଇ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି।

ଚଳିତ ନିର୍ବାଚନୀ ହିଂସାରେ ପ୍ରଥମ ଥର ପାଇଁ ଏକ ମୁଣ୍ଡ ଗଡ଼ିଥିବାବେଳେ ଏହାର ପ୍ରତିବାଦରେ ଆଜି ବିଜେଡିର ଏକ ପ୍ରତିନିଧିଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ଏହି ଅବସରରେ ବିଜେଡି ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ ଆଇନର ଶାସନକୁ ବେଖାତିର କରି ଏବଂ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରି ଓଡ଼ିଶା ବିଜେପି ପୁଣିଥରେ ଭଦ୍ରକରେ ନିର୍ବାଚନୀ ହିଂସାକାଣ୍ଡ ଘଟାଇଛି। ବିଜେପି କର୍ମୀମାନେ ସ୍ଥାନୀୟ ବିଜେଡି କର୍ମୀ ପ୍ରତାପ ରାଉତଙ୍କୁ ପିଟିପିଟି ନୃଶଂସ ଭାବେ ହତ୍ୟା କଲାବେଳେ ଘଟଣାସ୍ଥଳରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଉପସ୍ଥିତ ଥିଲେ। ତେଣୁ ଏହି ସଂଗିନ ଅପରାଧ ପଛରେ ତାଙ୍କର ପୂର୍ଣ୍ଣ ସଂପୃକ୍ତି ଓ ପ୍ରରୋଚନା ରହିଥିବା ସ୍ପଷ୍ଟ ହୋଇଛି।

ଶ୍ରୀ ସାମଲଙ୍କ ନେତୃତ୍ବରେ ହିଁ ବିଜେପି କର୍ମୀମାନେ ଏଭଳି ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଏହି ଷଡ଼ଯନ୍ତ୍ର କରିଥିଲେ ଏବଂ ଶେଷରେ ଏହାକୁ ସର୍ବସମକ୍ଷରେ କାର୍ଯ୍ୟକାରୀ କରିଥିଲେ। ସେମାନେ ଏଭଳି ରକ୍ତମୁଖା ହୋଇ ଉଠିଥିଲେ ଯେ ପ୍ରତାପଙ୍କୁ ବଞ୍ଚାଇବାକୁ ଆସିଥିବା ତାଙ୍କ ସଂପର୍କୀୟମାନଙ୍କୁ ମଧ୍ୟ ମାରପିଟ୍‌ କରିଥିଲେ।

ତେଣୁ ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲଙ୍କ ଓ ଅନ୍ୟ ସମସ୍ତ ଅଭିଯୁକ୍ତମ‌ାନଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା।

ଭଦ୍ରକ ଧାମନଗରରେ ସଂଘଟିତ ଏହି ନିର୍ମମ ହତ୍ୟାକାଣ୍ଡ କେବଳ ନୁହେଁ; ସାରା ରାଜ୍ୟରେ ଓଡ଼ିଶା ବିଜେପିର ନେତା ଓ କର୍ମୀମାନେ କ୍ରମାଗତ ଭାବେ ମାରପିଟ, ହତ୍ୟା ଉଦ୍ୟମ, ଅପହରଣ ଓ ଦଙ୍ଗା ଭଳି ସଂଗିନ ଅପରାଧ ଘଟାଇ ଚାଲିଛନ୍ତି।

ଗତ ୧୩ ତାରିଖରେ ଗଜପତି ଜିଲ୍ଲା ଗୋସାଣି ବ୍ଲକ୍ ଶରଧାପୁର ପଞ୍ଚାୟତ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସି.ଏଚ୍ ପ୍ରସାଦ ରାଓଙ୍କୁ ବିଜେପି ନେତା ଓ କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ସେହିପରି ୧୪ ତାରିଖରେ ପିପିଲିରେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁଙ୍କ ଉପରେ ମଧ୍ୟ ବିଜେପି ନେତା ଓ କର୍ମୀମାନେ ଆକ୍ରମଣ କରିବା ସହ ଏହି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଥିଲେ। ଅନ୍ୟପକ୍ଷରେ ବାଲେଶ୍ବର, ଭଦ୍ରକ ଓ ଢେଙ୍କାନାଳରେ ପୁଲିସ ଓ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ବିଜେପି ପକ୍ଷରୁ ଧମକଚମକ ଦେଇ ଭୟଭୀତ କରାଯାଇଥିଲା। ତେଣୁ ଏ ସମସ୍ତ ବିଷୟରେ ବିଜେଡି ପକ୍ଷରୁ ନିର୍ବାଚନ କମିସନଙ୍କୁ ଅବଗତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।

ଏହି ପ୍ରତିନିଧିଦଳ‌େର ବିଜେଡି ମୁଖପାତ୍ର ଲେନିନ ମହାନ୍ତି, ସୁଲତା ଦେଓ, ଗୌତମବୁଦ୍ଧ ଦାସ, ପ୍ରିୟବ୍ରତ ମାଝୀ, ଓମପ୍ରକାଶ ସାହୁ, ଲୋରା ମହାପାତ୍ର, ଇପସିତା ସାହୁ ଓ ମଧୁସ୍ମିତା ନାୟକ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply

Your email address will not be published.