ପ୍ରତୀକ୍ଷାର ଅନ୍ତ: ସନ୍ତରାଗଡ଼ିଆ ହାଇସ୍କୁଲ ଉପରେ ପ୍ରସ୍ତୁତ ‘ଡକ୍ୟୁ ଫିଲ୍ମ’କୁ ଲୋକାର୍ପିତ କଲେ ବାଚସ୍ପତି

0
  • ଡକ୍ୟୁ ଫିଲ୍ମର ନାଁ – “ଅଙ୍କୁରଦଗମରୁ ମହାଦ୍ରୁମ”
  • ପୁରାତନ ଛାତ୍ର ସଂସଦ’(OSA) ଦ୍ୱାରା ପ୍ରସ୍ତୁତ
  • ସାବିତ୍ରୀ ଫିଲ୍ମସ ଦ୍ୱାରା ହୋଇଛି ନିର୍ମିତ

ସନ୍ତରାଗଡ଼ିଆ ହାଇସ୍କୁଲ ତାର ହୀରକ ଜୟନ୍ତୀ(ଡିସେମ୍ବର ୨୭,୨୮ ଓ ୨୯) ପାଳନ କରିବାକୁ ଯାଇଛି। ଏଥିପାଇଁ ପୁରାତନ ଛାତ୍ର ସଂସଦ ଦ୍ୱାରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି..

+++++++++++++++++++++++++++++++++++

ନୀଳଗିରି, ଭୁବନେଶ୍ୱର//TATKAL ODISHA//

ପ୍ରତୀକ୍ଷାର ଅନ୍ତ ଘଟିଛି I ସନ୍ତରାଗଡ଼ିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉପଲକ୍ଷେ ନିର୍ମିତବହୁଚର୍ଚ୍ଚିତ ପ୍ରାମାଣିକ ଚଳଚିତ୍ର” ଅଙ୍କୁରଦଗମରୁ  ମହାଦ୍ରୁମ‘ ଅନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଛି I

 ମଙ୍ଗଳବାର ବିଧାନସଭା ପରିସରରେ ଏହାକୁ ଅନୁଷ୍ଠାନିକ ଲୋକାର୍ପଣ କରିଛନ୍ତି ଓଡ଼ିଶା ବିଧାନସଭା ଇତିହାସର ତୃତୀୟ ମହିଳା ବାଚସ୍ପତି ସୁରମା ପାଢ଼ୀ I 

  ଡକ୍ୟୁ ଫିଲ୍ମଟିର ପ୍ରସ୍ତୁତି ‘ ସନ୍ତରାଗଡ଼ିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ’(OSA) ଦ୍ୱାରା ହୋଇଥିବାବେଳେ ଓଡ଼ିଶା ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଓ ପଞ୍ଜିକୃତ ସଂସ୍ଥା ‘ସାବିତ୍ରୀ ଫିଲ୍ମସ’ ଦ୍ୱାରା ନିର୍ମିତ ହୋଇଛି I ଫିଲ୍ମଟିର ରଚନା, ନିର୍ଦେଶନା ଦେଇଛନ୍ତି ସ୍କୁଲର ପୁରାତନ ଛାତ୍ର ତଥା ସୁନାମଧନ୍ୟ ପ୍ରାମାଣିକ ଚଳଚିତ୍ର ନିର୍ମାତା ଓ ନିର୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ I 

ବାଚସ୍ପତି ସୁରମା ପାଢ଼ୀ ଡକ୍ୟୁ ଫିଲ୍ମଟିକୁ (ପେନ ଡ୍ରାଇଭ) ଲୋକାର୍ପଣ କରିବା ବେଳେ ଫିଲ୍ମ ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକ, ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ବିଧାନସଭା ମୁଖ୍ୟ ସୁରକ୍ଷା ଅଧିକାରୀ ଗୋପାଳ ବେହେରା ଉପସ୍ଥିତ

*********************************************

ଆଧ୍ୟାତ୍ମିକ ଭାବଧାରାରେ ପରିପୃଷ୍ଟ ଦେବଗିରି ପାହାଡ଼ ନିମ୍ନାଞ୍ଚଳରେ ଥିବା ଆଦର୍ଶ ଶିକ୍ଷାନୁଷ୍ଠାନ ‘ସନ୍ତ୍ରରାଗଡ଼ିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର   ସବୁ କ୍ଷେତ୍ରରେ ପରିପୂର୍ଣ୍ଣ। ୧୯୬୪ରେ ପ୍ରତିଷ୍ଠା ହୋଇଥିଲା। ଏକ ଚାଳ ଛପର ଘରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ବାସ୍ତବରେ ଏକ ମଣିଷ ତିଆରି କାରଖାନାରେ ପରିଣତ ହୋଇଛି।

ଦେଖନ୍ତୁ.. ସ୍କୁଲ ଉପରେ TATKAL ODISHAର ପୂର୍ବ ରିପୋର୍ଟ…

// TATKAL FOCUS //

ସନ୍ତ୍ରରାଗଡ଼ିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର 27ରେ ହୀରକ ଜୟନ୍ତୀ: ପ୍ରସ୍ତୁତି ଜୋରଦାର

Leave A Reply

Your email address will not be published.