ପ୍ରତି ରାସନକାର୍ଡ଼ ହିତାଧିକାରୀଙ୍କୁ ୧୦୦୦ ଟଙ୍କା
- କୋଭିଡ ସହାୟତା
- ୩୫୦ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର,//TATKAL ODISHA//
ପ୍ରତି ରାସନକାର୍ଡ଼ ଧାରୀଙ୍କୁ ନଗଦ ୧୦୦୦ ଟଙ୍କା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ରାଜକୋଷରୁ ୩୫୦ କୋଟି ଟଙ୍କା ବ୍ୟୟ ହେବ ।ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏହି ମର୍ମରେ ରାଜ୍ୟ ଖାଦ୍ୟ ଯୋଗାଣ ନିଗମକୁ ଚିଠି ଦେଇଛି ।
ପଞ୍ଚାୟତ ଓ ପୌର ନିର୍ବାଚନ ଯେତେ ପାଖେଇ ଆସୁଥିବାରୁ ରାଜ୍ୟ ସରକାର ଏଭଳି ଗୋଟିଏ ପରେ ଗୋଟିଏ ପ୍ୟାକେଜ୍ ଘୋଷଣା କରି ଚାଲିଛନ୍ତି ।
ବିଭାଗୀୟ ଅତିରିକ୍ତ ଶାସନ ସଚିବ ଏମ୍ କ୍ୟୁ ହକ୍ ଏହି ଚିଠି ଦେଇଛନ୍ତି । ସେ ଚିଠିରେ ଦର୍ଶାଇଛନ୍ତି ଯେ, କୋଭିଡ୍-୧୯ ପାଇଁ ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆକ୍ଟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଥିବା ପ୍ରତି ହିତାଧିକାରୀଙ୍କୁ ୧ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ୩୦ ଜିଲ୍ଲା ପାଇଁ ୩୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ଅର୍ଥ ପ୍ରତି ଜିଲ୍ଲାର ହିତାଧିକାରୀଙ୍କ ସଂଖ୍ୟା ଅନୁସାରେ ଅର୍ଥ ବ୍ୟବସ୍ଥା ହୋଇଛି । ପୂର୍ବରୁ ୬୧୦ କୋଟି ମଞ୍ଜୁର ହୋଇଥିଲା ।
ସବୁ ଜିଲ୍ଲା ପାଇଁ ଅର୍ଥ ବ୍ୟବସ୍ଥା ହୋଇଛି ।
କେଉଁ ଜିଲ୍ଲା ପାଇଁ କେତେ ଅର୍ଥ?
- ଅନଗୋଳ ଜିଲ୍ଲା ପାଇଁ ୧୦,୦୬,୭୭,୦୦୦ ଟଙ୍କା
- ବାଲେଶ୍ୱରକୁ ୧୮,୯୬,୬୩,୦୦୦ ଟଙ୍କା,
- ବରଗଡ଼କୁ ୧୩,୧୧,୮୪,୦୦୦ ଟଙ୍କା,
- ଭଦ୍ରକକୁ ୧୧,୯୦,୧୭,୫୦୦ ଟଙ୍କା,
- ବଲାଙ୍ଗିରକୁ ୧୬,୩୦,୫୫,୨୦୦ ଟଙ୍କା,
- ବୌଦକୁ ୪,୦୪,୫୪,୫୦୦ ଟଙ୍କା,
- କଟକକୁ ୧୮,୪୫,୦୮,୭୦୦ ଟଙ୍କା,
- ଦେବଗଡ଼କୁ ୨,୮୪,୪୭,୦୦୦ ଟଙ୍କା,
- ଢେଙ୍କାନାଳକୁ ୧୦,୫୭,୬୧,୩୦୦ ଟଙ୍କା,
- ଗଜପତିକୁ ୫,୨୫,୪୭,୧୦୦ ଟଙ୍କା,
- ଗଞ୍ଜାମକୁ ୨୮,୧୫,୯୦,୩୦୦ ଟଙ୍କା,
- ଜଗତସିଂହପୁରକୁ ୮,୭୧,୫୨,୯୦୦ ଟଙ୍କା,
- ଯାଜପୁରକୁ ୧୫,୧୪,୩୯,୫୦୦ ଟଙ୍କା,
- ଝାରସୁଗୁଡ଼ାକକୁ ୪,୧୯,୬୨,୪୦୦ ଟଙ୍କା
- କଳାହାଣ୍ଡିକୁ ୧୪,୭୯,୨୨,୪୦୦ ଟଙ୍କା
- କନ୍ଧମାଳକୁ,୫୭,୭୧,୨୦୦ ଟଙ୍କା
- କେନ୍ଦ୍ରାପଡ଼ାକୁ ୧୧,୫୮,୬୨,୪୦୦ ଟଙ୍କା,
- କେନ୍ଦୁଝରକୁ ୧୫,୨୭,୭୦,୬୦୦ ଟଙ୍କା,
ଖୋର୍ଦ୍ଧାକୁ ୧୪,୩୫,୭୭,୩୦୦ ଟଙ୍କା, - କୋରାପୁଟକୁ ୧୩,୪୨,୬୮,୪୦୦ ଟଙ୍କା,
- ମାଲକାନାଗିରିକୁ ୫,୬୨,୯୨,୭୦୦ ଟଙ୍କା,
- ମୟୂରଭଞ୍ଜକୁ ୨୨,୨୫,୯୮,୧୦୦ ଟଙ୍କା, ନବରଙ୍ଗପୁରକୁ ୧୧,୫୩,୨୨,୮୦୦ ଟଙ୍କା,
- ନୟାଗଡ଼କୁ ୮,୧୪,୭୪,୯୦୦ ଟଙ୍କା,
- ନୂଆପଡ଼ାକୁ ୬,୨୯,୫୨,୬୦୦ ଟଙ୍କା,
- ପୁରୀକୁ ୧୩,୪୧,୫୩,୯୦୦ ଟଙ୍କା,
- ରାଜୟଗଡ଼ାକୁ ୯,୨୩,୬୧,୦୦୦ ଟଙ୍କା,
- ସମ୍ବଲପୁରକୁ ୮,୨୯,୨୮,୯୦୦ ଟଙ୍କା,
- ସୋନପୁରକୁ ୫,୫୭,୫୧,୭୦୦ ଟଙ୍କା ଏବଂ
- ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୫,୮୫,୩୦,୭୦୦ ଟଙ୍କା ପ୍ରଦାନ କରାଯାଇଛି
। ସହାୟତା ନେବା ପୂର୍ବରୁ ହିତଧିକାରୀ ନିଜର ବିଜୁ ସ୍ୱାସ୍ଥ୍ୟ କାର୍ଡ଼ର ପରିଚୟ ପତ୍ର ପ୍ରଦାନ କରିବାକୁ ହେବ । ସଂପୃକ୍ତ ଜିଲ୍ଲାର ପୌରାଞ୍ଚଳ ଓ ବ୍ଲକ୍ ଅଧିକାରୀ ଚିହ୍ନଟ କରିବା ପରେ ହିତାଧିକାରୀ ଅର୍ଥ ପାଇବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କ ନଗଦ ସହାୟତା ଗ୍ରହଣ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି I