ପ୍ରତି ପଞ୍ଚାୟତକୁ ଏଣିକି ବାର୍ଷିକ 50 ଲକ୍ଷ ଟଙ୍କା

0
  • ରାଜ୍ୟ କ୍ୟାବିନେଟ ଦେଇଛି ମୋହର
  • ନୂଆ ଯୋଜନା :ଆମ ଓଡିଶା ନବୀନ ଓଡିଶା
  • ୨୦୨୩-୨୪ ପାଇଁ ଟଙ୍କା ୪୨୦୦ କୋଟି ବ୍ୟୟବରାଦ

ଭୁବନେଶ୍ୱର// TATKAL ODISHA//

ଏଣିକି ପ୍ରତି ଗ୍ରାମପଞ୍ଚାୟତ ଟଙ୍କା ୫୦,୦୦,୦୦୦/- ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ | ଉକ୍ତ ଅର୍ଥ ରୁ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ପ୍ରୋତ୍ସାହନ, ସଂରକ୍ଷଣ ଓ ସୁରକ୍ଷା, ଅଧିକ ସଂଖ୍ୟାରେ ତୀର୍ଥ ଯାତ୍ରୀଙ୍କର ସମାଗମ ହେଉଥିବା ଉପାସନା ସ୍ଥଳୀଗୁଡିକରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଟଙ୍କା ୧୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।

ସୋମବାର ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ
ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଯୋଗଦାନ କରିଥିଲେ । ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ପ୍ରଥମେ ରାଜ୍ୟ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ନୂଆ ଯୋଜନା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
 ପରେ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାକ୍ୟାବିନେଟ ବୈଠକରେ ମୋଟ୍ ୯ଟି ପ୍ରସ୍ତାବ ଆଗତ କରାଯାଇଥିବା କଥା ସ୍ପଷ୍ଟ କରିଥିଲେ I


  • ଅଭିନଵ ଯୋଜନା :ଆମ ଓଡିଶା ନବୀନ ଓଡିଶା
  • ************************************

ପୂର୍ବ ପ୍ରଚଳିତ ପ୍ରୟାସ ‘ଆମ ଗାଁ ଆମ ବିକାଶ’ ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ତାଙ୍କର ନିଜସ୍ବ ପାଣ୍ଠିରୁ ୨୦୨୩ -୨୦୨୪ ଆର୍ଥିକ ବର୍ଷରେ ଏକ ନୂତନ ରୂପରେଖ ରେ “ଆମ ଓଡିଶା ନବୀନ ଓଡିଶା’ ନାମକ ଅଭିନବ ପ୍ରୟାସ କରିଛନ୍ତି । ଉକ୍ତ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧିକୁ ତ୍ବରାନ୍ବିତ କରିବା ସହିତ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖୁବା ।

ନୂଆ ଯୋଜନାରେ କଣ ରହିଛି? ଦେଖନ୍ତୁ...

ଓଡ଼ିଶା ସର୍ବଧର୍ମ ସମନ୍ଵୟ ର ପ୍ରତୀକ ଜଗନ୍ନାଥ ସଂସ୍କୃତିର ଆଦିଭୂମି ଅଟେ । ବିଶ୍ବମୈତ୍ରୀ, ଶାନ୍ତି, ସେବା ଓ ସମାନତାଗ ଅଦ୍ଭୁତ ସମନ୍ଵୟ ଉତ୍କଳୀୟ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ବୈଶିଷ୍ଟ ।

  • ୧. ଓଡିଶାର ଏହି ମହାନ ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖୁ ଏହାକୁ ବିଶ୍ଵ ସ୍ତରରେ ପ୍ରଚାରିତ କରି ଏକ ଆଧୁନିକ ତଥା ଆକାଂକ୍ଷୀ ଓଡିଶା ଗଠନ ହେଉଛି ଏହି ପ୍ରୟାସର ଲକ୍ଷ ।
  • ୨. ଏହି ପ୍ରୟାସ ମାଧ୍ୟମରେ ଓଡ଼ିଶାର ଐତିହ୍ୟ ଏବଂ ସାଂସ୍କୃତିକ ଭିତ୍ତିଭୂମି ବିକାଶ, ପ୍ରାଥମିକ ଶିକ୍ଷା ଉନ୍ନତିକରଣ, ମହିଳା, ଯୁବକ ସଶକ୍ତିକରଣ ହାସଲ କରିବା ନିମନ୍ତେ ଭିତ୍ତିଭୂମିର ବିକାଶ, ଯୁବପିଢୀଙ୍କ ପାଇଁ କ୍ରୀଡା ସୁବିଧା, ବ୍ୟାଙ୍କିଙ୍ଗ୍ ସେବା ତଥା ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ ଇତ୍ୟାଦି ପ୍ରସ୍ତାବ ଗ୍ରହଣ କରାଯିବ ।
  • ୩. ଭକ୍ତ ପ୍ରୟାସ ଅଧୀନରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଟଙ୍କା ୪୨୦୦ କୋଟି ବ୍ୟୟବରାଦ କରାଯାଇଅଛି ।
  • ପଞ୍ଚାୟତରେ ସଂସ୍କୃତି ସୁରକ୍ଷାକୁ ଗୁରୁତ୍ୱ I
  • ୫ ପଞ୍ଚାୟତୱାରୀ ପ୍ରକଳ୍ପ ତାଲିକା ବ୍ଲକ ସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଏବଂ ଜିଲା ପରିଷଦ ସଭାପତି ଙ୍କର ଦସ୍ତଖତ ସହିତ ସରକାରଙ୍କ ଅନୁମୋଦନ ପାଇଁ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ବିଭାଗକୁ ପ୍ରେରଣ କରାଯିବ |
  • ୬. ଉକ୍ତ ପ୍ରୟାସ ରେ କାର୍ଯ୍ୟକାରୀ ହେବାକୁଥ‌ିବା ପ୍ରକଳ୍ପ ଗୁଡିକର ମୂଲ୍ୟ ଟଙ୍କା ୨ ଲକ୍ଷ ୫୦ ହଜାର ରୁ ଟଙ୍କା ୧୦ ଲକ୍ଷ ମଧ୍ୟରେ ରହିବ । ଆବଶ୍ୟକ ସ୍ଥଳେ ସରକାର ଏହି ସୀମାକୁ ପରିବର୍ତ୍ତନ କରିପାରିବେ ।
  • ୭ ପ୍ରକଳ୍ପଗୁଡିକ ଉପଯୁକ୍ତ ପ୍ରକ୍ରିୟା ଅନୁଯାୟୀ ପଞ୍ଚାୟତ ସମିତି ଦ୍ବାରା ବିଭାଗୀୟ ଭାବରେ କାର୍ଯ୍ୟକାରୀ ହେବ |
  • ୮ ଏହି ପ୍ରୟାସ ଅନ୍ତର୍ଗତ ପ୍ରକଳ୍ପ ଗୁଡିକର ସ୍ବଚ୍ଛତା ବଜାୟ ରଖୁବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଏକ ୱେବ୍‌ ଆଧାରିତ ଏମଆଇଏସ ଏବଂ ଉତ୍ସର୍ଗୀକୃତ ମୋବାଇଲ ଆପ୍ ବିକଶିତ ହେବ । ପ୍ରତ୍ୟେକ ପ୍ରକଳ୍ପ ଗୁଡିକର  ଜିଆଇଏସ ବ୍ୟାଟିଂ କରାଯିବ ।

Leave A Reply

Your email address will not be published.