ପ୍ରତି ଗାଁକୁ ହାଇସ୍ପିଡ ଇଣ୍ଟରନେଟ୍ ଲକ୍ଷ୍ୟ
- ପୁରୀ ଓ ଅଲାରପୁରର ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଯିବ -ଧର୍ମେନ୍ଦ୍ର
- ପୁରୀ,ଭୁବନେଶ୍ୱର// TATKAL ODISHA//
ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ୫ଜି ଟେକ୍ନୋଲୋଜି ବିକଶିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ଗାଁକୁ ହାଇସ୍ପିଡ ଇଣ୍ଟରନେଟ୍ ସହ ଯୋଡ଼ିବାର କଳ୍ପନା ରଖିଛନ୍ତି । ଏହା ଦ୍ୱାରା ପୁରୀ ଓ ଅଲାରପୁର ଭଳି ଗାଁର ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବ । ଏଥିପାଇଁ ଯୁବପିଢି ଦାୟିତ୍ୱ ନେବା ଦରକାର ।
ପୁରୀ ଜିଲ୍ଲା ଅଲାରପୁର ଠାରେ ହରଦୂର୍ଗା ୟୁଥ୍ କ୍ଲବ ତରଫରୁ ଆୟୋଜିତ ୧୨ତମ ‘କୁମାର ମହୋତ୍ସବ’ରେ ଯୋଗଦେଇ ପୁରୀ ଓ ଅଲାରପୁରର ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବାର ଦାୟିତ୍ୱ ନେବା ପାଇ ଯୁବଶକ୍ତି ଆଗକୁ ଆସିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତର କଳ୍ପନା ରଖିଛନ୍ତି । ଏ ଦିଗରେ ଅଲାରପୁରର ଯୁବଶକ୍ତିଙ୍କ ଭାବନା ବିକଶିତ ଭାରତକୁ ସାକାର କରିବାରେ ସହାୟକ ହେବ I
ଉଲ୍ଲେଖନୀୟ ଯେ, ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କଳା, ସାହିତ୍ୟ, ସମାଜସେବା ସମେତ କ୍ଷେତ୍ରରେ ବିଶେଷ ଅବଦାନ ରଖୁଥିବା ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ ଯୁବଶକ୍ତି ଓ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ ।