ପ୍ରତିରୋଧ ଶକ୍ତି ପାଇଁ ପ୍ରତିଦିନ ଲେମ୍ବୁପାଣି ପିଅନ୍ତୁ
- ଭରିରହିଛି ଭିଟାମିନ୍ ‘ସି’ ଓ ସାଇଟ୍ରିକ୍ ଏସିଡ୍
TATKAL ODISHA//HEALTH//
ଲେମ୍ବୁ ରସ ପାଣି କାହିଁକି ପ୍ରତିଦିନ ପିଇବା ଜରୁରୀ ? ସେଥିରେ କଣ ଔଷଧୀୟ ଗୁଣ ରହିଛି?
କୋଭିଡର ଅମୋଘ ଅସ୍ତ୍ର ଲେମ୍ବୁପାଣିରେ ଭିଟାମିନ୍ ‘ସି’ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି। ସାଇଟ୍ରିକ୍ ଏସିଡ୍ ନାମକ ତତ୍ତ୍ବ ରହିଛି।
ଏହା ଅସ୍ଥିକୁ ମଜଭୁତ ହେବାରେ ସାହାଯ୍ୟ କରିଥାଏ ।
ଏହି ପାଣି ପିଇ ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଅନେକାଂଶରେ ସହାୟକ ହୋଇଥାଏ।
ଆସନ୍ତୁ ଜାଣିବା…
- * ଲେମ୍ବୁପାଣିରେ ଅନେକ ପ୍ରକାର ସ୍ୱାସ୍ଥ୍ୟପୋକାରୀ ଗୁଣ ଭରିରହିଛି।
- * ଶରୀରରେ ଜଳୀୟ ଅଂଶ ସବୁବେଳେ ସନ୍ତୁଳିତ ରହିବା ନିହାତି ଦରକାର। ଏହି ଅଭାବକୁ ଲେମ୍ବୁପାଣି ପୂରଣ କରିଥାଏ ।
- * ସାରାବର୍ଷ ନିୟମିତ ଲେମ୍ବୁପାଣି ପିଅନ୍ତୁ I ଖରାଦିନେ ଅଧିକ ପିଅନ୍ତୁ I ଏହାଦ୍ୱାରା ସ୍ୱାସ୍ଥ୍ୟ ସତେଜ ରହିବ I
- * ଇନ୍ଫେକ୍ଶନ ସମସ୍ୟା ଥିଲେ ଲେମ୍ବୁପାଣି ପିଇଲେ ଅନେକାଂଶର ଉପଶମ ଦେଇଥାଏ।
- * ଉଚ୍ଚ ରକ୍ତଚାପକୁ କେତେକାଂଶରେ ନିୟନ୍ତ୍ରଣକୁ କରିଥାଏ।
- * କ୍ଳାନ୍ତ ଲାଗିଲେ ଲେମ୍ବୁପାଣି ପିଅନ୍ତୁ, ଆପଣଙ୍କୁ ଆରାମ ଲାଗିବ ।
(ସଂଗୃହିତ)