ପ୍ରତାପ ନନାଙ୍କୁ ନିମୁନିଆ, ଏମ୍ସ ସ୍ଥାନାନ୍ତର
- ନୀଳଗିରି,ବାଲେଶ୍ୱର//TATKAL ODISHA//
ନିମୁନିଆରେ ଆକ୍ରାନ୍ତ ହୋଇ ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ କୌଣସି ଉନ୍ନତି ପରିଲକ୍ଷିତ ନ ହେବାରୁ ବରିଷ୍ଠ ବିଜେପି ନେତା, ନୀଳଗିରିର ଆଗଧାଡ଼ିର ନେତା ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ(ପ୍ରତାପ ନନା)ଙ୍କୁ ଭୁବନେଶ୍ୱର ଏମ୍ସ ପଠାଯାଇଛି I ମଙ୍ଗବାର ସକାଳେ ଠିକ 7.50ରେ ଏକ ଆମ୍ବୁଲାନ୍ସ ଯୋଗେ ସେ ଆସିଛନ୍ତି I ସାଢ଼େ 11ରୁ 12 ମଧ୍ୟରେ ଏମ୍ସରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ହୋଇଛି I
ସୋମବାର ଅସୁସ୍ଥ ହୋଇ ନନା ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂଚନାନୁସାରେ ତାଙ୍କୁ ନିମୁନିଆ ହୋଇଛି ବୋଲି ଜଣାଇଥିଲେ ।
ସେ ଗଳା ଓ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଛାତିରେ ଭୀଷଣ କଫ ଭର୍ତ୍ତି ହୋଇଛି I ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି ବୋଲି ତାଙ୍କ ନିକଟତମ ମହାଲରୁ ପ୍ରକାଶ I
ସୂଚନାନୁସାରେ ସାଂସଦ ପ୍ରତାପ ନନା ସାପ୍ତାହ ଧରି ଜ୍ୱରରେ ପସଡ଼ିଥିଲେ I ସେଥିପାଇଁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ପରେ ଚିିକିତ୍ସା ସତ୍ତ୍ୱେ ସେ ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ସୋମବାର ସେ କିଛି ସମସ୍ୟା ସମାଧାନ ପାଇଁ ବାଲେଶ୍ୱର ଏସ୍ପିଙ୍କ ନିକଟକୁ ଯାଇ କଥା ହେଉଥିବାବେଳେ ଅସୁସ୍ଥ ହୋଇପଡ଼ିଥିଲେ । ଜିଲ୍ଲା ବଡ଼ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।