କରୋନା ରେକର୍ଡ ଭଙ୍ଗ : ଦିନକରେ ଟପିଲା ଲକ୍ଷେ

0
  • ସେପ୍ଟେମ୍ବର ୧୭, ୨୦୨୦- ୯୭,୮୯୪
  • ଏପ୍ରିଲ ୫, ୨୦୨୧- ୧,୦୩,୫୫୮
  • ଓଡ଼ିଶାରେ ୫୦୦ ଟପିଲା ଦୈନିକ ସଂକ୍ରମଣ

ଚିନ୍ତା ବଢ଼ାଇଲା ସଂକ୍ରମଣ

ନୂଆଦିଲ୍ଲୀ, ଭୁବନେଶ୍ୱର //ତତ୍କାଳ ଓଡିଶା //

ମହାମାରୀ କରୋନା ପୂର୍ବର ସବୁ ରେକର୍ଡ ଭଙ୍ଗ କରିଛି I ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମଣ । ସେପ୍ଟେମ୍ବର ୧୭, ୨୦୨୦ ରେ କରୋନା ସଂକ୍ରମଣ ସଂଖ୍ୟା ଥିଲା ୯୭,୮୯୪ I ଏପ୍ରିଲ ୫, ୨୦୨୧ରେ ସଂକ୍ରମଣ ସଂଖ୍ୟା ବଢ଼ି ୧,୦୩,୫୫୮ ହୋଇଛି I

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୦୩ ହଜାର ୫୫୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୪୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୨ ହଜାର ୮୪୭ ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟ ପକ୍ଷରେ ଓଡ଼ିଶାରେ ୫୦୦ଟପିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୫୭୩ ନୂଆ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ ୯୬ ପଜିଟିଭ ଚିହ୍ନଟ ।

Leave A Reply

Your email address will not be published.