ପୁରୀରେ ହୋଇନି, ସିଙ୍ଗାପୁରରେ ‘ଇସ୍କନ’ କରୁଛି ରଥଯାତ୍ରା : କେମିତି ସମ୍ଭବ?

0
  • କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କଲେ ସଚେତକ ନାଗରିକ

ସିଙ୍ଗାପୁର // TATKAL ODISHA//

ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟାରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ହୋଇଥାଏ I  ତାହା ହିଁ ଶ୍ରୀମନ୍ଦିର ନୀତି, ଵିଧି ଓ ଓଡ଼ିଆ ପରମ୍ପରା I 

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ବହୁ ପୂର୍ବରୁ ମହାପ୍ରଭୁଙ୍କ ବର୍ଷୱାରୀ ନୀତି ନିର୍ଘଣ୍ଟର ତାଲିକା ପ୍ରକାଶ ପାଇଥାଏ I ଉକ୍ତ ନିୟମାନୁସାରେ ସାରା ବିଶ୍ୱରେ ବିଭିନ୍ନ ଦେଶରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ରୀତିନୀତି ଓ ଯାନିଯାତ୍ରା ପାଳନ ହୁଏ I 

ଶ୍ରୀମନ୍ଦିରର ପକ୍ଷରୁ ଜାରି ହେଇଥିଵା ନୀତି ନିର୍ଘଣ୍ଟକୁ ବେଖାତିର କରିଛି ଇସ୍କନ (ISKCON ) ସଂସ୍ଥା

ଚଳିତ ବର୍ଷ ଜୁଲାଇ 7ରେ ଶ୍ରୀକ୍ଷେତ୍ର ପୁରୀରେ ହେଉଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା I ଏଥିପାଇଁ ପୁରୀରେ ପ୍ରସ୍ତୁତି ଜୋରସୋରରେ ଚାଲିଛି I 

ଅଥଚ ଶ୍ରୀମନ୍ଦିରର ଏହି ନୀତି ନିର୍ଘଣ୍ଟକୁ ବେଖାତିର କରିଛି ଇସ୍କନ (ISKCON ) ସଂସ୍ଥା I ରବିବାର (30 ଜୁନ 2024)ରେ ସିଙ୍ଗାପୁରରେ ହେଉଛି ରଥ ଯାତ୍ରା I ଶ୍ରୀ ଜଗନ୍ନାଥ, ଶ୍ରୀ ବଲଭଦ୍ର ଓ ଶ୍ରୀ ସୁଭଦ୍ରାଙ୍କ ତିନି ରଥରେ ବିଜେ କରିଛନ୍ତି ତିନି ଦିଅଁ I 

  • ସିଙ୍ଗାପୁରର ‘ୟିଶୂନ ଷ୍ଟାଡିଅମ’ରେ ଏହି ରଥଯାତ୍ରା ହେଉଛି I ପ୍ରାୟ ସପ୍ତାହେ ପୂର୍ବରୁ ISKCON ସଂସ୍ଥା ବିଜ୍ଞପ୍ତି ଜରିଆରେ ଲୋକମାନଙ୍କୁ ଅବଗତ କରିଛି I ଏହାକୁ ବିରୋଧ କରି ସିଙ୍ଗାପୁରରେ କିଛି ସତେତକ ଓଡ଼ିଆ ଇସ୍କନ କର୍ମକର୍ତ୍ତାଙ୍କୁ ରଥଯାତ୍ରା ସେମିତି ମନଇଛା ହୁଏ ନାହିଁ ବୋଲି କହିଥିଲେ ହେଁ ତାହାକୁ ସେମାନେ ବେଖାତିର କରିଥିଲେ I ଫଳରେ ରଥଯାତ୍ରା ଷ୍ଟାଡିଅମରେ କରିଥିଲେ I

ତେଣୁ ପ୍ରଶ୍ନ ଉଠୁଛୁ ଶ୍ରୀମନ୍ଦିର ପ୍ରଶାସନ ଜାରି କରୁଥିବା ନିର୍ଦେଶାବଳି ଵା ନୀତି ନିର୍ଘଣ୍ଟ ମାନୁଛି କିଏ? ଯଦି ତାର ଉଲ୍ଲଂଘନ ହେଉଛି ବିରୋଧ କରା ନ ଯିବ କାହିଁକି??

 ଏଭଳି ସ୍ଥିତିରେ ରାଜ୍ୟ ସରକାର ଏହାକୁ ଅଣଦେଖା ନ କରି ଇସ୍କନ ସଂସ୍ଥା ବିରୋଧରେ  କଠୋର ପଦେକ୍ଷପ  ନେବା ଜରୁରୀ ବୋଲି ସଚେତକ ମହଲରେ ଦାବି ହୋଇଛି I

Leave A Reply

Your email address will not be published.