ପୁଣି CBI ପଞ୍ଝା : ଟେନସନରେ 5 ବିଧାୟକ?
- ଭୁବନେଶ୍ୱର//TATKAL ODISHA//
ଲେଡି ବ୍ଲାକମେଲର ଅର୍ଚନା ନାଗ କେଳାଙ୍କାରୀରେ ଇଡି ଘାଣ୍ଟୁଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ସିବିଆଇ ପୁଣି ପୁରୁଣା ଚିଟଫଣ୍ଡ ଦୁର୍ନୀତି ମାମଲାରେ ପଞ୍ଝା ପକାଇଛି I
ଶନିବାର ବିଳମ୍ବିତ ରାତିରେ କଟକର ସିବିଆଇ ଚଡାଉ କରିଥିଲାବେଳେ ଖୁବଶୀଘ୍ର ଅନ୍ୟ ସ୍ଥାନରେ ଛାନବିନ ଆରମ୍ଭ ହେବ I

ପ୍ରଥମ ସିସୋର କମ୍ପାନୀ ଉପରେ ତଦନ୍ତ ଆରମ୍ଭ ହେବା ସହ ରାଜ୍ୟ ପର୍ଯ୍ୟଟନ ବିଭାଗର କାଗଜ ପତ୍ର ଯାଞ୍ଚ ହୋଇଛି I
ଏହି ଦୁର୍ନୀତିରେ ସମ୍ପୃକ୍ତ ନେତା, ପ୍ରଶାସକ ତଥା ଅନ୍ୟ ଲୋକଙ୍କୁ ସିବିଆଇ ସମନ କରି ଜେରା କରିବ ବୋଲି ଜଣାପଡ଼ିଛି I ତେଣୁ ବିବାଦୀୟ 5 ବିଧାୟକ ସିବିଆଇ ଭୟରେ ଟେନସନରେ ଅଛନ୍ତି I
ଏହି ପାଞ୍ଚ ତାଲିକାରେ ଜଣେ ପୂର୍ବତନ ମନ୍ତ୍ରୀ ସାମିଲ ଥିବା ଜଣା ପଡ଼ିଛି I