ପିଲାଙ୍କୁ ‘ସଞ୍ଚୟ’ ଶିକ୍ଷା

0

Guest Editor /ଡ଼ଃ ଅରୁନ୍ଧତୀ ଦେବୀ 

………………………………………………………….

ସାଙ୍ଗସାଥୀମାନଙ୍କ ଗହଣରେ ପିଲାମାନେ ଅଧିକ ପଇସା ଖର୍ଚ୍ଚ କରିଥାନ୍ତି । ତେଣୁ ସେ କେଉଁ ସ୍ଵଭାବର ପିଲାମାନଙ୍କ ସହିତ ମିଳାମିଶା କରୁଛି ସେଥପତି ନଜର ଦିଅନ୍ତୁ

….……………………………………………………………….

ସବୁ ବାପା-ମା’ ପିଲାର ଭଲ ଚାହାଁନ୍ତି I ସେମାନଙ୍କ ଭବିଷ୍ୟତ ଉଜ୍ବଳ ହେଉ ବୋଲି ବାପା, ମା’ଙ୍କର ଇଚ୍ଛା । ତେଣୁ ପିଲାଟିଦିନରୁ ହିଁ ସେମାନଙ୍କୁ ଅଭିଭାବକମାନେ ନାନା ଭଲ ଶିକ୍ଷା ଦେଇଥାନ୍ତି । ତା’ର ଭବିଷ୍ୟତକୁ ନେଇ ଅନେକ ଅଙ୍କକଷା ହୋଇଥାଏ। 
ଭବିଷ୍ୟତ ଜୀବନରେ ପିଲାଟି କିପରି ସୁଖଶାସ୍ତିରେ ରହିବା ପାଇଁ ଆମେ ତାକୁ ଯେଉଁସବୁ ବିଶେଷ ଗୁଣ ଉପରେ ଶିକ୍ଷା ଦେଉ ସେଥି ମଧ୍ୟରେ ସଞ୍ଚୟ କରିବା ଗୁଣକୁ ଅନ୍ତର୍ଭୁକ୍ତ କରିବା ନିହାତି ଜରୁରୀ ।
   ଆଜିକାଲି ପଲମାନଙ୍କୁ ପକେଟ ଖର୍ଚ୍ଚ ଦେବା ବାପା-ମାଙ୍କର ଏକ ଆଭିଜାତ୍ୟର ପ୍ରତୀକ ଭାବେ ଗଣା ହେଉଛି। ପିଲାଙ୍କୁ ଖର୍ଚ୍ଚ କରିବା ପାଇଁ ପରସା ଦେବା ଯେତିକି ଜରୁରୀ ବୋଲି ଭାବୁଛନ୍ତି, ପିଲାଟି  କେଉଁ ବାଟରେ ସେ ପଇସାକୁ ଖର୍ଚ୍ଚ କରୁଛି ସେଥପତି ଅଭିଭାବକ  ନିଜର ଦେବା ଅଧିକ ଜରୁରୀ । ପକଟର ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବା ପାଇଁ ପଇସା ଦିଅନ୍ତୁ । ଅଧୁକ ପଇସା ଦେଲେ ଅଯଥା ଖର୍ଚ୍ଚ କରିବାର ଭୟ ରହିଛି I 

    ସାଙ୍ଗସାଥୀମାନଙ୍କ ଗହଣରେ ପିଲାମାନେ ଅଧିକ ପଇସା ଖର୍ଚ୍ଚ କରିଥାନ୍ତି । ତେଣୁ ସେ କେଉଁ ସ୍ଵଭାବର ପିଲାମାନଙ୍କ ସହିତ ମିଳାମିଶା କରୁଛି ସେଥପତି ନଜର ଦିଅନ୍ତୁ । ଅଯଥା ଖେଳ ସରଞ୍ଜାମ କିଣିବାରେ ପିଲାମାନେ ପଇସା ଖର୍ଚ୍ଚ କରିଥାନ୍ତି । ଆଜିକାଲି ଇଣ୍ଟରନେଟ୍ କାପେଗୁଡ଼ିକରେ ପିଲାମାନେ ଘଣ୍ଟା ଘଣ୍ଟା ଧରି ଗେମ୍ ଖେଳି ପଇସା ଖର୍ଚ୍ଚ କରୁଛନ୍ତି । ମୋବାଇଲରେ କଥାହେବା ଏବେ ଏଳ ଫାଶନଭାବେ ଗଣା ହେଉଛି । ତେଣୁ ଦାମିକା ମୋବାଇଲ ସେଟ୍ କିଣିବା, ଗୀତ ଡାଉନଲୋତ କରିବା, ସାଙ୍ଗମାନଙ୍କ ସହିତ କଥା ହେବାରେ ମଧ୍ୟ ପିଲାମାନେ ଅଧୁକ ପଇସା ଖର୍ଚ୍ଚ କରୁଛନ୍ତି । ସଫି ସେଣ୍ଟର, ଫାଷ୍ଟଫୁଡ଼, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଟିଫିନ ଷ୍ଟଲମାନଙ୍କରେ ଛାତ୍ରଛାତ୍ରୀମାନଙ୍କର ଭିଡ଼ ଜମିବା ଆଜିକାଲି ଏକ ସାଧାରଣ କଥା ।
ଉପରୋକ୍ତ ବିଷୟଗୁଡ଼ିକୁ ଦୃଷ୍ଟିରେ ର ପିଲାମାନଙ୍କୁ ସଞ୍ଚୟ ବିଷୟରେ ଅବଗତ କରାଇବା ନିହାତି ଜଟୁରୀ । ମାଟିଘଡ଼ି ପଇସା ପକେଇବାରୁ ଆରମ୍ଭ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲି ପଇସାପଇସା ସଞ୍ଚୟ କରିବାର ଉପାୟ ଶିଖାଇବା ଦରକାର I 

ଡ଼ଃ ଅରୁନ୍ଧତୀ ଦେବୀ 

ଶୋଭନୀୟ ଶିକ୍ଷାଶ୍ରମ, ଉଦୟଗିରି, ଯାଜପୁର

Mob –  7978865374/9937172810

Leave A Reply

Your email address will not be published.