ପାରାଦ୍ୱୀପ ଠାରୁ 730 କିମି ଦୂରରେ ବାତ୍ୟା ‘ଦାନା’

0
  • ଓଡ଼ିଶାରେ ତିନି ବନ୍ଦରରେ ଏକ ନଂ ବିପଦ ସଂକେତ

ଭୁବନେଶ୍ବର// TATKAL ODISHA L// 

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’

ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ 730 କିମି ଦୂରରେ ରହିଛି I 

 ଗଭୀର ଅବପାତ ରୂପ ନେଇସାରିଥିବା ଏହି ସାମୁଦ୍ରିକ ଝଡ଼ କ୍ରମଶଃ ଭୟଙ୍କର ହେଉଛି I

24 ସକାଳ ସୁଦ୍ଧା  ‘ଭୀଷଣ ବାତ୍ୟା’ରେ ରୂପାନ୍ତରିତ ହୋଇ 25 ପୂର୍ବାହ୍ନରେ ଉପକୂଳ ଛୁଇଁବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ପାଣିପାଗ ବିଭାଗ ପକ୍ଷରୁ ପୁରୀ, ଗୋପାଳପୁର, ପାରାଦୀପ ଓ  ଧାମରା ବନ୍ଦରକୁ ଏକ ନମ୍ୱର ବିପଦ ସଙ୍କେତ ଦିଆହୋଇଛି।  ମଙ୍ଗଳବାର ଠାରୁ 25 ତାରିଖ ଯାଏଁ ସମୁଦ୍ରକୁ ନ ଯିବାକୁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

 ବାତ୍ୟା ପ୍ରଭାବରେ 23ରୁ ଉପକୂଳ ଓଡ଼ିଶାରେ ପବନ ସହ  ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ରାଜ୍ୟର  ଆଠ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ସେସବୁ ଜିଲ୍ଲାଗୁଡ଼ିକ ହେଉଛି..

  • ଭଦ୍ରକ,
  • ବାଲେଶ୍ବର,
  • ଜଗତସିଂପୁର,
  • କେନ୍ଦ୍ରାପଡା,
  • ଯାଜପୁର,
  • ପୁରୀ,
  • ଗଞ୍ଜାମ,
  • ଖୋର୍ଦ୍ଧା

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା,ଜଗତସିଂହପୁର ଜିଲ୍ଲାପାଳଙ୍କୁ ଜରୁରୀ ଚିଠି ଦେଇ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି I ଯେମିତି କେହି ମୃତାହତ ହେବେ ନାହିଁ ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି I 

  • ଦେଖନ୍ତୁ ପୂର୍ବ ରିପୋର୍ଟ…

// CYCLONE BREAKING //

ବାତ୍ୟା ‘ଦାନା’ : ଭୟଙ୍କର ହେବା ସତ୍ୱେ କରୁଛି ‘ଧୀରଚଳନ’

Leave A Reply

Your email address will not be published.