ପାଠାଗାର ଆନ୍ଦୋଳନର ପୁରୋଧା- ‘ଦାସିଆ ଅଜା’

0
  • ଆଜି ଜନ୍ମ ଦିନ

ନୟାଗଡ଼//TATKAL ODISHA//

ଦାସିଆ ଅଜା ନାମରେ ସମଗ୍ର ଓଡ଼ିଶା ତଥା ଭାରତରେ ସୁପରିଚିତ ଦାଶରଥି ପଟ୍ଟନାୟକ 17 ଜୁଲାଇ 1907ରେ  ନୟାଗଡ଼ ଅନ୍ତର୍ଗତ ବଣ ପାହାଡ଼ ଘେରା ଉଦୟପୁର  ଗ୍ରାମରେ ଜନ୍ମ ହୋଇଥିଲେ।

ସେ ଥିଲେ ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ସଂଗ୍ରାହକ ଓ ସାରସ୍ୱତ ସାଧକ I

ଦାସିଆ ଅଜା

ଏକ ସମ୍ଭ୍ରାନ୍ତ ଓ କୁଳୀନ କରଣ ପରିବାରରେ ଦାସିଆ ଅଜା ଜନ୍ମଗ୍ରହଣ କରିଥିଲେ ସତ ଆର୍ଥିକ ଦିଗରୁ ସେତେ ସ୍ୱଚ୍ଛଳ ନ ଥିଲା । ହେଲେ ମନରେ ଏକାଗ୍ରତା, ନିଷ୍ଠା ଓ ଜିଦ୍ଦି ଯୋଗୁଁ ସେ ସାରା ଓଡ଼ିଶା ପାଦରେ ଚାଲି ଚାଲି  ଯାତ୍ରା ଆରମ୍ଭ କରିଥିଲେ। ଲକ୍ଷ୍ୟ ଥିଲା ପାଠାଗାର ପ୍ରତିଷ୍ଠା I ସେଥିପାଇଁ ସେ ଗାଁ ଗଣ୍ଡା ସହର ବଜାର ଦ୍ୱାରଦ୍ୱାର ବୁଲି ସମସ୍ତଙ୍କୁ ପୁସ୍ତକ, ପତ୍ରପତ୍ରିକା, ତାଳପତ୍ର ପୋଥି, ପୁରାତନ ସଂସ୍କୃତିର ସନ୍ତକ ଓ ଦଶ ପଇସାର ଭିକ୍ଷା ମାଗୁଥିଲେ।ଏଥିରେ ସହଯୋଗ କରିଥିଲେ ତାଙ୍କ ସହଧର୍ମିଣୀ ପୌର୍ଣ୍ଣମାସୀ ଆଇ।

ଦାସିଆ ଅଜାଙ୍କ ପାଠାଗାରର ପୃଷ୍ଠପୋଷକ ଥିଲେ.. ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲବ ପଟ୍ଟନାୟକ ଏବଂ ପ୍ରଶାସକ ପ୍ରସନ୍ନ କୁମାର ପଟ୍ଟନାୟକ ଓ ପ୍ରସନ୍ନ କୁମାର ହୋତା

 ଦାସିଆ ଅଜା  ପ୍ରତିଷ୍ଠିତ କରିଥିଲେ ଏକ ପାଠାଗାର I ଏଥିରେ ପୃଥିବୀର ବିଭିନ୍ନ ଭାଷାର ଦେଢ଼ ଲକ୍ଷରୁ ଅଧିକ ପୁସ୍ତକ, ପତ୍ରପତ୍ରିକା, ସହସ୍ରାଧିକ ତାଳପତ୍ର ପୋଥି, ବ୍ରିଟିଶ କାଳର ଶତାଧିକ ରେକର୍ଡପତ୍ର ସମେତ ଶହଶହ ବିରଳ ପଦାର୍ଥମାନ ସଂଗୃହୀତ ହୋଇ ରହିଛି।

ଦାସିଆ ଅଜାଙ୍କ ଉପରେ ପ୍ରାମାଣିକ ଚଳଚିତ୍ର “ଅସ୍ତସୂର୍ଯ୍ୟ” ନିର୍ମାଣ କରିଥିଲେ ବିଶିଷ୍ଟ ସାମ୍ବାଦିକ, ଗବେଷକ ଓ ଡକ୍ୟୁଫିଲ୍ମ ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକ

ନିଜ ଗାଁ ଉଦୟପୁରରେ ସେ ପ୍ରତିଷ୍ଠା କରିଥିଲେ ଏକ ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର।

 ତାଙ୍କର ଏହି ମହାନ୍‌ ସା˚ସ୍କୃତିକ ସମ୍ଭାର ଆଜି ଦେଶ-ବିଦେଶର ପାଠକ, ଗବେଷକ, ଦର୍ଶକ, ପର୍ଯ୍ୟଟକ, ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କ ପାଇଁ ଏକ ତୀର୍ଥସ୍ଥଳୀରେ ପରିଣତ ହୋଇଛି।

ଆଜିର ଜନ୍ମ ଦିନରେ ସେ ଖୁବ ମନେ ପଡ଼ନ୍ତି I TATKAL ODISHA ପକ୍ଷରୁ ତାଙ୍କର ଅକ୍ଷୟ କୀର୍ତ୍ତି ପାଇଁ ସଲାମ କରୁଛି I 

Leave A Reply

Your email address will not be published.