ପଦ୍ମ ଧରିଲେ ଓଡ଼ିଆ ଅଭିନେତ୍ରୀ ଜିନା
- ଭୁବନେଶ୍ୱର,ବାଲେଶ୍ୱର,//TATKAL ODISHA//
ଓଡ଼ିଆ ଭେଟରାନ ଅଭିନେତ୍ରୀ ମହାଶ୍ୱେତା ରାୟ, ଅପରାଜିତା ମହାନ୍ତିଙ୍କ ସହ ସିନେ କଳାକାର ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ ଚୌଧୁରୀ, ଶ୍ରୀତମ୍ ଦାସ ଓ ଅଖିଳ ପଟ୍ଟନାୟକ ଭଳି ଓଡ଼ିଆ l ଅଭିନେତ୍ରୀ ଜିନା ସାମଲ ପଦ୍ମ ଧରିଛନ୍ତି ।
ତାଙ୍କ ସହ ସ୍ୱାମୀ ରୁଦ୍ର ଓ ୮୦ରୁ ଅଧିକ ସମର୍ଶକ ବି ଦଳରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ତଥା କାର୍ଯ୍ୟଦକ୍ଷତାରେ ଅନୁପ୍ରାଣିତ ହୋଇ ଜିନା ବିଜେପିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି ।
ଶନିବାର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଜିଲ୍ଲା କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଛି ।
ଏଥିରେ ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ୍ର ଏହି ହଳଦିମୁହିଁ ଫେମ୍ ଅଭିନେତ୍ରୀ ଜିନା । ସେ ଆଲ୍ବମ ଜଗତରୁ ବଡ଼ ପର୍ଦ୍ଦାକୁ ଡେଇଁ ବହୁ ଚଳଚିତ୍ରରେ ନିଖୁଣ ଅଭିନୟ କରି ସୁଖ୍ୟାତି ଅର୍ଜନ କରିଛନ୍ତି । ‘ଫେରିଆ ମୋ’ ସୁନାଭଉଣୀ’ ସିନେମା ଜରିଆରେ ସେ ଓଲିଉଡ୍ରେ ନାୟିକାଭାବେ ପ୍ରବେଶ କରିଛନ୍ତି । ପରେ ଅନେକ ସେ ଓଡ଼ିଆ ଚଳଚିତ୍ର ଓ ସିରିଏଲ୍ରେ ନାୟିକା ଭାବେ ନିଖୁଣ ଅଭିନୟ କରି ସୁନାମ ଅର୍ଜିଛନ୍ତି ।
ଅନ୍ୟପକ୍ଷରେ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ‘ମନେ ରହିବ ଏ ପ୍ରେମକାହାଣୀ’ ଚଳଚିତ୍ରରେ ପ୍ରବେଶ କରି ପରେ ଅର୍ଥାତ ୨୦୧୪ରେ ‘ଗଳ୍ପ ନୁହେଁ ଅଳ୍ପ ଦିନର’ ଓ ୨୦୧୫ରେ ‘ଅପ୍ନା ହାତ୍ ଜଗନ୍ନାଥ’ରେ ଅଭିନୟ କରିଛନ୍ତି । ଏହାପରେ ‘ଝିଅଟା ବିଗିଡ଼ି ଗଲା’, ‘ପ୍ରେମୀ ଦିୱାନା’ ଓ ରଘୁ ସର୍ଦ୍ଦାର’ ଭଳି ଓଡ଼ିଆ ଚଳଚିତ୍ରରେ ବି ରୁଦ୍ର ନିଖୁଣ ଅଭିନୟ କରିଛନ୍ତି । ଉଭୟେ ପତି-ପତ୍ନୀ ବିଜେପିରେ ଯୋଗ ଦେଇ ବେଶ୍ ଖୁସି ବୋଲି TATKAL ODISHAକୁ କହିଛନ୍ତି ।