ନେତାଜୀଙ୍କୁ ସଲାମ, ଝୁରୁଛି କଟକ
- ଚଉଦ ଭାଇଭଉଣୀଙ୍କ ମଧ୍ୟରୁ ନେତାଜୀ ଥିଲେ ନବମ
- ରେଭେନ୍ସା କଲେଜଏଟ ସ୍କୁଲରେ ସେ ମାଟ୍ରିକ ପାସ କରିଥିଲେ
- କଟକ//TATKAL ODISHA//
ନେତାଜୀ ସୁବାଷ ଚନ୍ଦ୍ର ବୋଷ I ତାଙ୍କର ଜନ୍ମ ୧୮୧୮ ଶକାବ୍ଦ,ସନ ୧୩୦୩ ସାଲ ଇଂରାଜୀ ମାସ ୨୩ ଜାନୁଆରୀ ୧୮୯୭ରେ ମାଘ ମାସ ୧୧ ଦିନ, ଶନିବାର ମଧ୍ୟାହ୍ନ ୧୨ଟା ୧୫ରେ ସହର ଠାରେ ଜନ୍ମ ନେଇଥିଲେ । ଚଉଦ ଭାଇଭଉଣୀଙ୍କ ମଧ୍ୟରୁ ନେତାଜୀ ଥିଲେ ନବମ ।
- ରାଶି -କନ୍ୟାରାଶି,
- ନକ୍ଷତ୍ର -ଉତ୍ତରାଫାଲଗୁନୀ,ନରଗଣ
ନେତାଜୀଙ୍କ ପିତା ଥିଲେ ଜଣେ ଆଇନଜୀବୀ I ସୁଭାଷଙ୍କର ମାତାଙ୍କ ନାମ ପ୍ରଭାବତୀ ଦେବୀ । ସେ ଥିଲେ ଧାର୍ମିକ ଦେବପ୍ରାଣା I ସୁଭାଷ ମାତାଙ୍କର ଧର୍ମଭାବରେ ବିଶେଷଭାବରେ ପ୍ରଭାବିତ ହୋଇଥିଲେ ।
ଅନ୍ୟ ଚଉଦ ଭାଇଭଉଣୀଙ୍କ ପରି ତାଙ୍କ ଶିକ୍ଷା କଟକ ବାପଟିଷ୍ଟ ମିଶନ ଦ୍ୱାରା ପରିଚାଳିତ ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ ସ୍କୁଲରେ ଜାନୁଆରୀ ୧୯୦୨ରେ ଆରମ୍ଭ ହେଲା ।
୧୯୦୯ରେ କଟକର ରେଭେନ୍ସା କଲେଜିଏଟ ସ୍କୁଲକୁ ସ୍ଥାନାନ୍ତରଣ ପରେ ସେହିଠାରୁ ସେ ୧୯୧୩ରେ ମ୍ୟାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ । ପ୍ରଥମଟି ଦିନରୁ ହିଁ ତାଙ୍କ ପ୍ରଧାନଶିକ୍ଷକ ବେନିମାଧବ ଦାସ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ ।ଏହାପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥିଲେ ।
ପ୍ରେସିଡେନ୍ସୀ କଲେଜରେ ପଢୁଥିବା ସମୟରେ ଅଧ୍ୟାପକ ସିଏଫ ୱେଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଅନ୍ୟ ପିଲାଙ୍କ ସହିତ ତାଙ୍କୁ ଦୁର୍ବ୍ୟବହାର କରିଥିବା କାରଣରୁ କଲେଜରୁ ବହିଷ୍କୃତ ହୋଇଥିଲେ ।
୧୯୧୯ରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ରେ ଆଇସିଏସ ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୨୧ରେ ଆଇସିଏସର ତାଲିମ ନେଉଥିବାବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ତେଣୁ ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ ।
ପରେ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ I ସେ ଗଢ଼ିଥିଲେ ଆଜାଦ ହିନ୍ଦ ଫୌଜ I
ତାଙ୍କ ମୃତ୍ୟୁ ଏକ ବିମାନ ଦୁର୍ଘଟଣା ଜନିତ ହେଲା ବୋଲି କୁହାଗଲା, ହେଲେ ତାହା ସତ ନୁହେଁ ବୋଲି ଐତିହାସିକମାନେ ମତ ରଖନ୍ତି I
ଏବେବି ରହସ୍ୟମୟ ହୋଇ ରହିଛି ତାଙ୍କ ମୃତ୍ୟୁ I