ନୂଆ ମାର୍ଗଦର୍ଶିକା :ଭୁବନେଶ୍ୱର, ପୁରୀ, କଟକରୁ ଉଠିଲା ସପ୍ତାହନ୍ତ ସଟଡାଉନ

0
  • ମେଳା, ରାଜନୈତିକ ସଭାକୁ ନା
  • ସାରା ରାଜ୍ୟରେ ନାଇଟ କଫ୍ୟୁ ରାତି 10ରୁ ଭୋର 5
  • ସିନେମା ହଲ ପୁରା ଦର୍ଶକରେ ଚାଲିବ
  • ଭୁବନେଶ୍ୱର//TATKAL ODISHA//

ସେପ୍ଟେମ୍ବର ମାସ ପାଇଁ ନୂଆ କୋଭିଡ ମାର୍ଗଦର୍ଶିକା ଵା ଗାଇଡଲାଇନ୍ସ ଘୋଷଣା ହୋଇଛି I ରାଜ୍ୟ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପାଇଁ ପି କେ ଜେନା ତାହା ଘୋଷଣା କରିଛନ୍ତି I

  • ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହନ୍ତ ସଟଡାଉନ ଉଠାଇ ଦିଆ ଯାଇଛି I ହେଲେ ଏହି ତିନି ସହର ସମେତ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ କଫ୍ୟୁ ବଳବତ୍ତର ରହିବ I ତାହା ରାତି 10ରୁ ଭୋର 5 ଯାଏ ଲାଗୁ ହେବ I
  • ସିନେମା ହଲ ପୁରା ଦର୍ଶକରେ ଚାଲିବ I ହେଲେ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରାଯିବ I
  • ବିଭାହ ଭୋଜି ଓ ମୃତାହ କର୍ମରେ 250 ଲୋକ ସାମିଲ ଅନୁମତି I ଉଲ୍ଲଘଂନ ହେଲେ ଅନୁମତି ବାତିଲ I
  • ରାଜନୈତିକ ସଭା, ମହୋତ୍ସବ, ମେଳାକୁ ଅନୁମତି ମିଳିବ ନାହିଁ I
  • ଜରୁରୀ ସେବାରେ କାର୍ଯ୍ୟ କରୁଥିବା ଲୋକେ ରାତିରେ ଯିବା ଆସିବା କରିପାରିବେ I ହେଲେ ପରିଚୟ ପତ୍ର ଦେଖାଇବାକୁ ପଡିବ I

Leave A Reply

Your email address will not be published.