ନୂଆମନ୍ତ୍ରୀମଣ୍ଡଳ ପାଇଁ ଶେଷ ସ୍ପର୍ଶ: ଶପଥର ଶୁଭଦିନ ‘ବୁଧବାର’?

0

  • ବାସ୍ତୁ ତାରିଖ ଓ ବାର ଅନୁସାରେ ଅଦଳବଦଳ !
  • ଆବଶ୍ୟକ ପଡ଼ିଲେ ଶୁକ୍ରବାର ବି ଶପଥ ହୋଇପାରେ
  • ଶୁଭ ନମ୍ବର ‘ତିନି’ ଓ “ସାତ” ତାରିଖକୁ ଗୁରୁତ୍ୱ
  • ବିବାଦୀୟ 10 ମନ୍ତ୍ରୀ ଦେବେ ସ୍ୱଇଛାରେ ଇସ୍ତଫା !
  • 8 ପୁରୁଣା ମନ୍ତ୍ରୀଙ୍କ ବଦଳିବ ବିଭାଗ?
  • ମନ୍ତ୍ରୀ ସଂଖ୍ୟା 20 ନୁହଁ 21 ହେବ

ଭୁବନେଶ୍ୱର,//TATKAL ODISHA//

ବିଳମ୍ବିତ ହୋଇଥିଲେ ହେଁ ନୂଆ ମନ୍ତ୍ରୀମଣ୍ଡଳ ଅଦଳବଦଳ ପାଇଁ ପୁଣି ଥରେ ପ୍ରକ୍ରିୟା ଆରମ୍ଭ ହୋଇଛି I ତାଲିକା ଚୂଡାନ୍ତ ହୋଇଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ସ୍ପର୍ଶ ଦେଇଛନ୍ତି I ତାଙ୍କ ସରକାରର ଚତୁର୍ଥ ପାଳିରେ ପ୍ରାୟ ଚତୁର୍ଥ ବର୍ଷ ପ୍ରାରମ୍ଭରେ ଏହି ଅଦଳବଦଳ  ହେଉଛି I ତେବେ ‘ବାସ୍ତୁ ତାରିଖ’ ଓ ‘ବାର’  ଅନୁସାରେ ଏହି ଅଦଳବଦଳ ହେଉଛି !

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ପାଇଁ ‘ବୁଧବାର’ ଶୁଭ ହୋଇ ଥିବାରୁ ଏହି ଦିନକୁ ବେଶୀ ଗୁରୁତ୍ୱ ଦିଆଯାଇଛି I ଆବଶ୍ୟକ ପଡ଼ିଲେ ‘ଶୁକ୍ରବାର’ ବା ‘ରବିବାର’ ଶୁଭଦିନରେ ଅଦଳବଦଳ ହେବ? କେବଳ ତାରିଖ ପାଇଁ ଆଲୋଚନା ଚାଲିଥିବା ଚର୍ଚ୍ଚା ହେଉଛି I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • କେବେ ଓ କେଉଁ ‘ବାର’ ନବୀନ ଶପଥ ନେଇଥିଲେ??

  • ମାର୍ଚ୍ଚ 2000ରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପି ସହ ମେଣ୍ଟ କରି ଶାସନ ଆରମ୍ଭ କରିଥିଲେ I ସେଦିନ ଥିଲା “ରବିବାର” I ସୂର୍ଯ୍ୟଙ୍କ ବାରରୁ  ଶପଥ ନେଇଥିଲେ ସୁପ୍ରିମୋ ଓ ଶାସନ ଭାର ସଂଭାଳି ଥିଲେ I 
  • 16 ମଇ 2004 – ନବୀନ ବାବୁଙ୍କ ଦ୍ଵିତୀୟ ପାଳିର ସଫଥ… ତାହା ପୁଣି ଥିଲା ସୂର୍ଯ୍ୟଙ୍କ ବାର “ରବିବାର” I ବିଜେପି ସହ ମେଣ୍ଟ I
  • 22 ମଇ 2009– ତୃତୀୟ ପାଳିର ଶପଥ – ତାହା ଥିଲା – “ଶୁକ୍ରବାର“-  ନବୀନ ବାବୁଙ୍କ ଶୁଭବାର I ବିଜେପି ସହ ମେଣ୍ଟ ଭାଙ୍ଗି ଯାଇଥିଲା I
  • 21 ମଇ 2014– ନବୀନ ବାବୁଙ୍କ ଚତୁର୍ଥ ପାଳି -ସେଦିନ ଥିଲା ‘ବୁଧବାର‘ I  ସୁପ୍ରିମୋଙ୍କ ଶୁଭଦିନ I
  • 29 ମଇ 2019– ନବୀନ ବାବୁଙ୍କ ପଞ୍ଚମ ପାଳି -ସେଦିନ ଥିଲା ସେଇ ଶୁଭ “ବୁଧବାର” I

ତାହାଲେ ନବୀନ ବାବୁ କାହା ସହ ମେଣ୍ଟ ନ କରି 2009ରେ ଏକାକୀ ଶାସନ କରିବା ପରେ ‘ବୁଧବାର’କୁ ହିଁ ଅଧିକ ଗୁରୁତ୍ୱ ଦେଇଛନ୍ତି I ଆଗାମୀ ନୂଆ ମନ୍ତ୍ରୀମଣ୍ଡଳ ସେଇ ଶୁଭ ‘ବୁଧବାର’,”ଶୁକ୍ରବାର’ ବା ରବିବାର ଶପଥ ଗ୍ରହଣ ଉତ୍ସବ ହେବ I ସେଥିପାଇଁ ସବୁ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି I

ଶନିବାର ଠାରୁ ପୁଣି ନୂଆ ମନ୍ତ୍ରୀମଣ୍ଡଳ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି I ଖୁବଶୀଘ୍ର ନୂଆ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଉତ୍ସବ ହେବ I2024 ନିର୍ବାଚନକୁ ନଜର ରଖି ବରିଷ୍ଠ ଓ କନିଷ୍ଠ ବିଧାୟକଙ୍କ ସମନ୍ନୟ କରି ମନ୍ତ୍ରୀ ପଦ ମିଳିବ I

 ଏକ ବିଶେଷ ସୂତ୍ରରୁ ତାହା ଜଣାପଡ଼ି ଥିଲେ ହେଁ ସରକାରୀ ଭାବେ କିଛି ଘୋଷଣା ହୋଇନାହିଁ ।

ସୂଚନାନୁସାରେ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା 10 ମନ୍ତୀଙ୍କର ମୁଣ୍ଡ ଛେଦନ ହେବ I ସେମାନେ ସମୂହ ସ୍ୱଇଚ୍ଛା (voluntarily)ରେ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି I  ଆବଶ୍ୟକ ପଡ଼ିଲେ ସବୁମନ୍ତ୍ରୀ ଇସ୍ତଫା ଦେଇପାରନ୍ତି I

  • 8 ପୁରୁଣା ମନ୍ତ୍ରୀଙ୍କ ବଦଳିବ ବିଭାଗ? ମନ୍ତ୍ରୀ ସଂଖ୍ୟା 20 ନୁହଁ 21 ହେବ I
  •  ମନ୍ତ୍ରୀ ପଦକୁ ଫେରିବେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର
  •  ବାସ୍ତୁ ତାରିଖ ଅନୁସାରେ ଅଦଳବଦଳ ହେଉଛି ! ସୁପ୍ରିମୋ ନବୀନଙ୍କ ଶୁଭ ନମ୍ବର “ଏକ’, “ତିନି”, ପାଞ୍ଚ, ‘ସାତ’ ବା ‘ନଅ’ ଥିବାରୁ ତାହା ଉପରେ  ଅଧିକ ଗୁରୁତ୍ୱ ଦିଆଯାଇଛି I ସେଥିପାଇଁ ବାସ୍ତୁ ତାରିଖ ଅନୁସାରେ ମନ୍ତ୍ରୀ ମଣ୍ଡଳ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି I ଅନ୍ୟ ଶୁଭ ତାରିଖଗୁଡ଼ିକ ହେଉଛି ମଇ 9, ମଇ 10 (1+0) ବା ମଇ 14(1+4) ଓ ମଇ 21(2+1) ହୋଇପାରେ I     
  • ମୁଣ୍ଡକାଟ ପାଇଁ  ଛଅଟି “ମାନ ଦଣ୍ଡ” ସ୍ଥିର ହୋଇଛି I
  • – ଯେଉଁ ମନ୍ତ୍ରୀଙ୍କ ‘ଇଣ୍ଡିଗ୍ରିଟି ଡାଉଟଫୁଲ’ ଥିବ
  • – ଯେଉଁ ମନ୍ତ୍ରୀଙ୍କ  କାର୍ଯ୍ୟ ଦକ୍ଷତା ଭଲ ନ ଥିବ
  • – ଯେଉଁ ମନ୍ତ୍ରୀ କିଛି ‘ଘୋଟଲା’ରେ ସାମିଲ ଥିବେ 
  • – ଯେଉଁ ମନ୍ତ୍ରୀ ଅଳିଆ କାର୍ଯ୍ୟରେ ସାମିଲ ଥାଇ ବିବାଦୀୟ ହୋଇଥିବେ
  • – ଯେଉଁ ମନ୍ତ୍ରୀ ଦଳ ପାଇଁ ବାରମ୍ବାର ସମସ୍ୟା ସୃଷ୍ଟି କରୁଥିବେ
  • – ପଞ୍ଚାୟତ, ପୌର ନିର୍ବାଚନରେ ଦକ୍ଷତା ପ୍ରତିପାଦନ କରିନଥିବେ 
  • +++++++++++++++++++
  • କେଉଁ ମନ୍ତ୍ରୀ ଇସ୍ତଫା ଦେବେ ?
  • ସୂଚନା ଓ ଚର୍ଚ୍ଚାନୁସାରେ..
  • +++++++++++++++++++
  • ଜଳସମ୍ପଦ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ,
  • ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର
  • ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା
  • କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
  • ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ,
  • ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
  • ବୟନ ଶିଳ୍ପ ବିକାଶ ମନ୍ତ୍ରୀ ପଦ୍ମିନୀ ଦିଆନ
  • ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ
  • ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି,
  • ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,
    ଏହି ମନ୍ତ୍ରୀମାନେ  ସମୂହ ସ୍ଵଇଚ୍ଛାରେ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋରଧରିଛି ।
  • ++++++++++++++++++
  • କେଉଁମାନେ ମନ୍ତ୍ରୀ ହେବେ?
  • +++++++++++++++++
  • ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ୍,
  • କେନ୍ଦୁଝର ଜିଲ୍ଲାରୁ ବଦ୍ରିନାରାୟଣ ପାତ୍ର,
  • କେନ୍ଦ୍ରାପଡ଼ା ଜିଲ୍ଲାରୁ ଅତନୁ ସବ୍ୟସାଚୀ ନାୟକ,
  • ମୟୂରଭଞ୍ଜ ଜିଲ୍ଲା ବାସନ୍ତୀ ହେମ୍ବ୍ରମ
  • ବାଲେଶ୍ୱର ଜିଲ୍ଲାରୁ ବିଧାୟକ ଅଶ୍ୱିନୀ ପାତ୍ର,
  • ଗଞ୍ଜାମ ଜିଲ୍ଲାରୁ ବିଧାୟିକା ଲତିକା ପ୍ରଧାନ
  • (ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାର ସମ୍ଭାବନା ରହିଛି )
    * ମନ୍ତ୍ରୀଙ୍କୁ ଭଲ ବିଭାଗ: ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ, ଟୁକୁନି ସାହୁ

ଦେଖନ୍ତୁ TATKAL ODHISHAର ପୂର୍ବ ରିପୋର୍ଟ…

//EXCLUSIVE//
ନବୀନଙ୍କ “କାମରାଜ ପ୍ଲାନ-ସିଜନ2: ଟେନସନରେ 10 ମନ୍ତ୍ରୀ?

ନବୀନଙ୍କ ‘କାମରାଜ ପ୍ଲାନ’ -ସିଜନ2: ଟେନସନରେ 10 ମନ୍ତ୍ରୀ?

Leave A Reply

Your email address will not be published.