ନୁଆଁଖାଇ: ପର୍ବ ପାଳନ ସହ ଶୁଣନ୍ତୁ…’ନୂଆଁଖାଇ ଗୀତ’
- ସମ୍ବଲପୁର, ଭବାନୀପାଟଣା, ବଲାଙ୍ଗୀର, ସୋନପୁର//TATKAL ODISHA//
ନୂଆଁଖାଇ I ପଶ୍ଚିମ ଓଡ଼ିଶାର ଏହା ହେଉଛି କୃଷିଭିତ୍ତିକ ଗଣପର୍ବ । ନୂଆଁ ଧାନ ଅମଳ ହେବା ପରେ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ଦିନ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା’ ସମଲେଶ୍ବରୀ, ମା’ ପାଟଣେଶ୍ବରୀ,ମା’ ସୁରେଶ୍ଵରୀଙ୍କ ନିକଟରେ ଅର୍ପଣ କରାଯାଇଥାଏ ।
ମା’ ମାଣିକେଶ୍ୱରୀଙ୍କ ନିକଟରେ ଦଶମୀ ତିଥିରେ ଅର୍ପଣ କରାଯାଇଥାଏ ।
ପଶ୍ଚିମ ଓଡିଶାର ପ୍ରତ୍ୟେକ ପରିବାର ନିଜର ଇଷ୍ଟଦେବୀଙ୍କ ନିକଟରେ ନୂଆଁଧାନରୁ ନୂଆଁ କୁଣ୍ଡା ପ୍ରସ୍ତୁତ କରି ଅର୍ପଣ କରିଥାନ୍ତି । ଏହାପରେ ସମସ୍ତେ ଘରର ବୟୋଜ୍ୟେଷ୍ଠ ସଦସ୍ୟଙ୍କ ଠାରୁ ଏହା ଗ୍ରହଣ କରିଥାନ୍ତି । ଯିଏ ଯେତେ ଦୂରରେ ଥିଲେ ମଧ୍ଯ ଏହି ଦିନ ନିଜ ଘରକୁ ଆସି ଏହି ପର୍ବରେ ସାମିଲ ହୋଇଥାଆନ୍ତି ।
ନୂଆଁ ଖାଇ ସାରିବା ପରେ ଆରମ୍ଭ ହୋଇଥାଏ ଭେଟଘାଟ ।
ସମସ୍ତେ ନିଜ ଠାରୁ ବଡ଼ ଲୋକଙ୍କୁ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ କରିଥାନ୍ତି । ତାପରେ ନାଚ ଗୀତର ଆସର ।
ପ୍ରଥମ ଥର ଢାପ ସ୍ୱରରେ ନୂଆଁଖାଇ ଗୀତ ପ୍ରସ୍ତୁତ ହୋଇଛି.. ଶୁଣନ୍ତୁ….
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ଶ୍ରୀରାମ ମୁଭି ଓ ମ୍ୟୁଜିକ ଚ୍ୟାନେଲରେ ମୁକ୍ତିଲାଭ କରିଛି ନୂଆଁ ଗୀତ ନୂଆଁଖାଇ ।
– ଗୀତଟିକୁ ରଚନା : ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ
– କଣ୍ଠଦାନ : ନବୀନ କୁଅଁର ଓ ସସ୍ମିତା ଦୀପ
– ସଙ୍ଗୀତ ନିର୍ଦ୍ଦେଶନା : ଗୋପାଳ ଥନାପତି ଓ ନବୀନ କୁଅଁର