ନିର୍ବାଚନ ପୂର୍ବ ଶେଷ ବିଧାନସଭା ଆରମ୍ଭ: ରାଜ୍ୟପାଳଙ୍କ ଅଭିଭାଷଣ
- – ୫ରୁ୧୩ ପର୍ଯ୍ୟନ୍ତ ଚାଲିବ
- – ରାଜ୍ୟପାଳ ଦେଲେ ଅଭିଭାଷଣ
- – ଆଠରେ ଲେଖାନୁଦାନ
- – ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ବର,//TATKAL ODISHA//:
ନିର୍ବାଚନ ପୂର୍ବରୁ ଶେଷ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳ ରଘୁବର ଦାସ ଗୃହକୁ ଉଦବୋଧନ ଦେଉଛନ୍ତି I ନିଜ ଅଭିଭାଷଣରେ ସେ ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଛନ୍ତି I
ମୋ ସରକାର ରାଜ୍ୟର ସମସ୍ତ ଅଞ୍ଚଳର ବିକାଶ ଓ ସବୁ ବର୍ଗଙ୍କୁ ସଶକ୍ତ କରିବା ନିମନ୍ତେ ସଂକଳ୍ପବଦ୍ଧ: ରାଜ୍ୟପାଳ
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହରେ ଆଗତ ହୋଇଛି I ଦୁଇ ଦିନ ଧରି ଆଲୋଚନା ହେବ I
- ଆଠ ତାରିଖରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଚାରିମାସିଆ ଲେଖାନୁଦାନ ଆଗତ କରିବେ I ତେଣୁ ଏହି ଅଧିବେଶନ ସ୍ୱଳ୍ପ ହୋଇଥଲେ ହେଁ ବେଶ ଗୁରୁତ୍ୱପୂର୍ଣ୍ଣ I ସେଥିପାଇଁ ଗୃହ ସରଗରମ ହେବା ସମ୍ଭାବନା ରହିଛି I
- ଗୁହକୁ ସୁରୁଖୁରୁରେ ଚାଲିବା ନିମନ୍ତେ ଗତକାଲି ଅର୍ଥାତ ରବିବାର ବାଚସ୍ପତି ପ୍ରମିଳା ମଲ୍ଲିକ ସବୁ ଦଳର ନେତା ତଥା ସଭ୍ୟଙ୍କୁ ନିବେଦନ କରିଛନ୍ତି ।
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
- ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ୨୮ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ୮ ଅତିରିକ୍ତ ଡିସିପି, ୧୬ ଏସିପି, ୨୦ ଇନ୍ସପେକ୍ଟରଙ୍କ ସହ ୧୦୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବିଧାନସଭା ଗେଟ୍, ରବୀନ୍ଦ୍ର ମଣ୍ଡପ ଗେଟ୍, ଲୋୟର ପିଏମ୍ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି।ବିଧାନସଭାକୁ ସଂଯୋଗ କରୁଥିବା ୫ଟି ରୁଟକୁ ଡାଇଭର୍ଟ କରାଯାଇଛି। ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିଵା ସହ ବିଧାନସଭା ଛାତ ଉପରେ ପୁଲିସ ମୁତୟନ ହୋଇଛନ୍ତି। ଏସ୍ଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ୍ ସ୍କ୍ବାଡ୍, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ। ପ୍ରବେଶ ପଥରେ ଦୁଇଟି ଚେକ୍ପୋଷ୍ଟ କରାଯାଇଛି। ଲୋୟର ପିଏମ୍ଜି, ରବୀନ୍ଦ୍ର ମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜା ଯାଇଛି ।