ନିଖୋଜ୍ ୮୦୦ କୁନି ଝିଅ ଉଦ୍ଧାର

0

ପୋଲିସର ଉଲ୍ଲେଖନିୟ ସଫଳତା

ଭୁବନେଶ୍ୱର,(ତତ୍କାଳ ଓଡ଼ିଶା) ନୟାଗଡ଼ରେ ନିଖୋଜ୍ ‘ପରୀ’ ହତ୍ୟାକାଣ୍ଡ ପରେ ଲାଗ୍ ଲାଗ୍ କେତୋଟି ଶିଶୁ କନ୍ୟା ନିଖୋଜ ହୋଇଥିଲେ । ତାହା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା । ପୋଲିସ୍ ପାଇଁ ତାହାକୁ ଚାଲେଞ୍ଜ ଭାବେ ନେଇ ମାତ୍ର ୭ ଦିନ ଭିତରେ ନିଖୋଜ୍ ହୋଇଥିବା ୮୦୦ କୁନି ଝିଅ ଓ ୯୪ କୁନି ପୁଅ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । 

ପୋଲିସ ଡିଜି ଅଭୟ


 ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଡିଜି ଶ୍ରୀ ଅଭୟ କହିଛନ୍ତି, ରାଜ୍ୟର ବିଭିନ୍ନ ଥାନାରେ ନିଖୋଜ୍ ଶିଶୁମାନଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସ୍କାଡ୍ ଗଠନ କରାଯାଇଥିଲା । ସ୍ୱତନ୍ତ୍ର ମିଶନ ଜରିଆରେ ଜାନୁୟାରୀ ୧୮ରୁ ୨୫ ଯାଏ ତାହା ଚାଲିଥିଲା । ପୋଲିସ୍ ମୋଟ୍ ୮୯୪ ଶିଶୁ ଉଦ୍ଧାର କରିଥିଲା । ଏଥିରେ ୮୦୦ କୁନି ଝିଅ ଓ ୯୪ କୁନି ପୁଅ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ଶିଶୁଙ୍କ ଭିତରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୧୨୭, ମୟୂରଭଞ୍ଜରେ ୧୧୧, ଓ ବାଲେଶ୍ୱରରେ ୮୮ ଶିଶୁଙ୍କୁ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.