ନାଟକବାଜି ନା’ ପ୍ରଚାରଧର୍ମୀ?
- +++++++++++++++
- ✍️ ଦେବ ପ୍ରାସାଦ ପରିଜା
- +++++++++++++++
/ବେଦ,ବୈଦିକ ରୀତି ଓ ଆମ ମତିଗତି/
ଟିଆରପି ଚକ୍କରରେ ଏବେ କିଛି ମିଡ଼ିଆ I ‘ଇଣ୍ଡିଆ କନିଆ, ଲଣ୍ଡନ ବର’ ଶୀର୍ଷକ ଖବର, ଚିତ୍ର ଓ ଭିଡିଓକୁ ସେମାନେ ବହୁଳ ଭାବରେ ପ୍ରସାରିତ ଚାଲିଛନ୍ତି ।
ବିବାହ ବୈଦିକ ରୀତିରେ ହେଲା ବୋଲି ବି କୁହାଯାଇଛି ।
ଆମ ଭିତରୁ ଥୋକେ ଏଥିରେ ଗଦଗଦ।
କ’ଣ ନା’ ଗୋରା ଖିରସ୍ଥାନୀମାନେ ମଧ୍ୟ ଆମ ବୈଦିକ ରୀତିରେ ବାହା ହେଲେଣି। କଥାଟି ଉପରକୁ ବହୁତ ମନଛୁଆଁ ମଧ୍ୟ ଲାଗୁଛି।
ଆମେ ଯଦି ଏହାର ଅସଲ ସମୀକ୍ଷା କରିବା ତେବେ ଜାଣିବା ଯେ ଏହା ନିରୋଳା ପ୍ରହସନ ଓ ନାଟକବାଜି। ଆମେ କାଶ୍ମୀର ଗଲେ ଯେପରି ସେଠା ପୋଷାକ ପିନ୍ଧି ଫଟୋ ଉଠାଇ ବାଣ୍ଟୁ ବା ରାଜସ୍ଥାନରେ ରାଜସ୍ଥାନୀ ପୋଷାକ ପିନ୍ଧି ଫଟୋ ନେଇ ଭିନ୍ନ ଏକ ମଜା ଅନୁଭବ କରୁ ଏହା ସେହିପରି କଥା। ନା ଆମେ କାଶ୍ମିରିୟତ୍କୁ ଆପଣାଉ ନା ରାଜସ୍ଥାନ ସଂସ୍କୃତିକୁ।
“କୌଣସି ଅଞ୍ଚଳର ପୋଷାକ ପିନ୍ଧି ଖୁସି ହେବା ଭିନ୍ନ କଥା। କିନ୍ତୁ କୌଣସି ଧର୍ମୀୟ ପରମ୍ପରାକୁ ନେଇ ପ୍ରହସନ କରିବା ଭିନ୍ନ କଥା।”

କୌଣସି ଅଞ୍ଚଳର ପୋଷାକ ପିନ୍ଧି ଖୁସି ହେବା ଭିନ୍ନ କଥା।କିନ୍ତୁ କୌଣସି ଧର୍ମୀୟ ପରମ୍ପରାକୁ ନେଇ ପ୍ରହସନ କରିବା ଭିନ୍ନ କଥା। ଆମର ମନେ ଅଛି ଏକ ହିନ୍ଦୀ ଚଳଚ୍ଚିତ୍ର ସଂଗୀତ, ଜୁମା ଚୁମା ଦେ ଦେ କୁ ନେଇ ମୁସଲମାନ ସଂପ୍ରଦାୟ ମଧ୍ୟରେ ସୄଷ୍ଟ ଅସନ୍ତୋଷର କଥା।
ଏବେ ଚର୍ଚ୍ଚିତ ପ୍ରସଙ୍ଗକୁ ଆସିବା। ଲଣ୍ଡନ ବର ଓ ଇଣ୍ଡିଆ କନିଆଙ୍କ ବୈଦିକ ରୀତିରେ ବାହାଘର କଥା।
ବେଦ ହେଉଛି ହିନ୍ଦୁ ଧର୍ମର ମୁଖ୍ୟଗ୍ରନ୍ଥ। ଯେପରି ବୌଦ୍ଧମାନଙ୍କ ତ୍ରିପିଟକ,ଖିରସ୍ଥାନୀଙ୍କ ବାଇବେଲ୍ ଓ ମୁସଲମାନଙ୍କ କୋରାନ୍। ଯିଏ ହିନ୍ଦୁ ନୁହନ୍ତି ସେମାନେ ବୈଦିକ ରୀତିରେ କାହିଁକି ଓ କିପରି ବାହା ହେବେ?ପ୍ରତିଟି ଧର୍ମଗ୍ରନ୍ଥ ସେହି ଧର୍ମାବଲମ୍ବୀଙ୍କ ପାଇଁ ଉଦ୍ଦିଷ୍ଟ।ଏହାକୁ ଅନ୍ୟମାନେ ଅଧ୍ୟୟନ କରି ପାରନ୍ତି।କିନ୍ତୁ ତାହାକୁ ସେମାନେ କାହିଁକି ଗ୍ରହଣ କରିବେ ! ଯଦି ବି କିଏ କରେ ତେବେ ସେ ସବୁ କଥାରେ ଗ୍ରହଣ କରିବେ ନା କେବଳ ବିବାହ କଥାରେ ?
ଯଦିଓ କନିଆଟି ହିନ୍ଦୁ ଧର୍ମର ହୋଇଥିବାରୁ ସେ ବୈଦିକ ରୀତିରେ ବାହା ହେବା ଠିକ୍ ବୋଲି ଆମକୁ ଲାଗିପାରେ। କିନ୍ତୁ ହିନ୍ଦୁଧର୍ମର ନିୟମ ଅନୁଯାୟୀ କନିଆଟି ବରର ପାଣିଗ୍ରହଣ କରି ତାର ଗୋତ୍ରରେ ଦୀକ୍ଷିତ ହୁଏ। ଯଦିଓ ବିଧର୍ମୀମାନଙ୍କ ଗୋତ୍ର ନାହିଁ, ସେ କ୍ଷେତ୍ରରେ ସେମାନଙ୍କ ଧର୍ମ କନିଆର ଧର୍ମ ହେବ।ଜଣେ ଖିରସ୍ଥାନୀ ବା ମୁସଲମାନକୁ ବାହା ହେବା ପରେ କନିଆଟି ଆଉ ପୂର୍ବ ଧର୍ମ ଅର୍ଥାତ ହିନ୍ଦୁ ରହିଲା କି? ସେ ହିନ୍ଦୁ ମନ୍ଦିରରେ ପ୍ରବେଶ କରି ପାରିବ କି? ଏହାର ସିଧା ଉତ୍ତର ହେଲା ନା।
ହିନ୍ଦୁଙ୍କ ବ୍ୟତୀତ ଜୈନ,ବୌଦ୍ଧ ଓ ଶିଖମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ଅଛି। କିନ୍ତୁ ଖ୍ରୀଷ୍ଟିଆନ, ମୁସଲମାନ ବା ଅନ୍ୟ ମାନଙ୍କୁ ସେ ଅନୁମତି ନାହିଁ। ସୁତରାଂ ନିଜର ଧର୍ମ ହରାଇବାକୁ ଯାଉଥିବା କନିଆଟି ନିଜର ନୂଆଧର୍ମର ନୀତି ଅନୁଯାୟୀ ବିବାହ ନକରି ପୁରୁଣା ଧର୍ମର ରୀତି ଅନୁଯାୟୀ ବିବାହ କରିବା କେବଳ ପ୍ରହସନ ବା ମନ ବୂଝାଇବା ପାଇଁ ଉଦ୍ଦିଷ୍ଟ। ଯଦି କେହି କହେ ଯେ ଯଦି ବରଟି ଯଦି ହିନ୍ଦୁ ଧର୍ମରେ ଦୀକ୍ଷିତ ହୋଇଯାଏ ! ମାତ୍ର ଆମ ହିନ୍ଦୁ ଧର୍ମର ବ୍ୟବସ୍ଥା ଅନୁଯାୟୀ ହିନ୍ଦୁ କେବଳ ଜନ୍ମଗତ।ଧର୍ମାନ୍ତରୀକରଣ ହୋଇ କେହି ହିନ୍ଦୁ ହୋଇ ପାରିବେ ନାହିଁ। କେବଳ ଏଇଥିପାଇଁ ପାଇଁ ଇସକନ୍ ଧର୍ମାବଲମ୍ବୁ ଆମ ମନ୍ଦିରରେ ପ୍ରବେଶ କରି ପାରନ୍ତି ନାହିଁ।ସେମାନଙ୍କ ନିଜସ୍ବ ମନ୍ଦିର ରହିଛି।
“ବିଧର୍ମୀମାନଙ୍କୁ ବୈଦିକ ରୀତିରେ ବାହା ହେବାର ଏହି ପ୍ରହସନ କେବଳ ନାଟକବାଜି ଓ ପ୍ରଚାରଧର୍ମୀ। ଏହା ବେଦ ଓ ହିନ୍ଦୁ ଧର୍ମକୁ ପ୍ରହସନରେ ପରିଣତ କରିବାର ଏକ ଉଦ୍ୟମ ମାତ୍ର।”
ତେଣୁ ବିଧର୍ମୀମାନଙ୍କୁ ବୈଦିକ ରୀତିରେ ବାହା ହେବାର ଏହି ପ୍ରହସନ କେବଳ ନାଟକବାଜି ଓ ପ୍ରଚାରଧର୍ମୀ। ଏହା ବେଦ ଓ ହିନ୍ଦୁ ଧର୍ମକୁ ପ୍ରହସନରେ ପରିଣତ କରିବାର ଏକ ଉଦ୍ୟମ ମାତ୍ର।ଯଦିଓ କିଏ କେଉଁ ଧର୍ମ ଗ୍ରହଣ କରିବ ଓ କାହାକୁ ବିବାହ କରିବ ଏହା ତାର ବ୍ୟକ୍ତିଗତ ସ୍ବାଧୀନତା। ମାତ୍ର ବିବାହ ପରେ ଜଣେ ହିନ୍ଦୁ ହୋଇ ରହିବ କି ଧର୍ମ ପରିବର୍ତ୍ତନ ହେବ ତାହା ହିନ୍ଦୁ ଧର୍ମର ନିୟମ ଓ ପରମ୍ପରା ଅନୁଯାୟୀ ହେବ। ଏଥିରେ ସଂପୃକ୍ତ ବ୍ୟକ୍ତିର ଇଛା କାମ କରିବ ନାହିଁ। ଗାନ୍ଧୀଜୀଙ୍କ ଭଳି ସହିଷ୍ଣୁ ବ୍ୟକ୍ତିତ୍ବ କିନ୍ତୁ ଧର୍ମ ପରିବର୍ତ୍ତନ କ୍ଷେତ୍ରରେ ଖୁବ୍ କଠୋର ଥିଲେ। ସେ ଧର୍ମ ପରିବର୍ତ୍ତନକୁ ଘୋର ବିରୋଧ କରୁଥିଲେ।
ଅତଏବ୍ ଯେଉଁ ହିନ୍ଦୁ ଲଳନାମାନେ ବିଧର୍ମୀଙ୍କୁ ବିବାହ କରୁଛନ୍ତି ସେମାନେ ବିବାହ ପୂର୍ବରୁ ସେମାନେ ଯେ ବିବାହ ମାତ୍ରକେ ହିନ୍ଦୁ ଧର୍ମର ରହିବେନି,ତାହା ଜାଣି ରଖିବା ଉଚିତ୍।
- ଦେବ ପ୍ରାସାଦ ପରିଜା, ଗବେଷକ,ସ୍ତମ୍ଭକାର
- ସମ୍ପର୍କ :9437164461