ନବୀନ ପୁଣି ଦେଶର ଦ୍ଵିତୀୟ ‘ଲୋକପ୍ରିୟ ମୁଖ୍ୟମନ୍ତ୍ରୀ’

0

 ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦେଶର  ଦ୍ୱିତୀୟ ‘ଲୋକପ୍ରିୟ ମୁଖ୍ୟମନ୍ତ୍ରୀ’  ହେବାର ଗୌରବ ଲାଭ କରିଛନ୍ତି I  ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ୪୨ ପ୍ରତିଶତ ଭୋଟ ସହିତ ସର୍ବାଗ୍ରେ ଥିବାବେଳେ ନବୀନ ଦ୍ଵିତୀୟ ସ୍ଥାନରେ ରହି ୩୮ ପ୍ରତିଶତ ଭୋଟ ପାଇଛନ୍ତି ।

    ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ କାର୍ଭି ଇନସାଇଟସ ଦ୍ୱାରା ସର୍ବେକ୍ଷଣ ହୋଇଥିଲା । ଜୁଲାଇ ୧୦ରୁ ଜୁଲାଇ ୨୦ ୨୦୨୧ ହୋଇଥିବା  ସର୍ବେକ୍ଷଣରେ ୪୨ ପ୍ରତିଶତ ସହିତ ଷ୍ଟାଲିନ ପ୍ରଥମ ସ୍ଥାନରେ ରହିଥିବାବେଳେ ନବୀନ ପଟ୍ଟନାୟକ ୩୮ ପ୍ରତିଶତ ଭୋଟ ସହିତ ଦ୍ୱିତୀୟରେ ରହିଛନ୍ତି ।  ପିନରାୟୀ ବିଜୟନ(୩୫), ଉଦ୍ଧବ ଠାକରେ(୩୧), ମମତା ବାନାର୍ଜୀ(୩୦), ହିମନ୍ତ ବିଶ୍ୱ ଶର୍ମା(୨୯), ଯୋଗୀ ଆଦିତ୍ୟନାଥ(୨୯), ଅଶୋକ ଗେହଲଟ(୨୨), ଅରବିନ୍ଦ କେଜ୍ରିୱାଲ(୨୨) ହେମନ୍ତ ସୋରେନ୍(୧୯) ଓ ଭୂପେଷ ବାଘେଲ ୧୯ ପ୍ରତିଶତ ଭୋଟ ସହିତ ୩ୟରୁ ୧୦ମ ସ୍ଥାନରେ ରହିଛନ୍ତି । 

   ହେଲେ ଟପ୍ ଟେନ୍ ମଧ୍ୟରେ ମାତ୍ର ଦୁଇଜଣ ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ଥିବାବେଳେ  ୩ ଜଣ କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀ ରହିଛନ୍ତି । 

Leave A Reply

Your email address will not be published.