ନବରାତ୍ରୀର ଚତୁର୍ଥ ରୁପ ମା’ କୁଷ୍ମଣ୍ଡା
//TATKAL ODISHA// ଐତିହ୍ୟ ଖୋଜ//
ମା କୁଷ୍ମାଣ୍ଡା
ମା’ ଙ୍କର ନବରାତ୍ରୀର ଚତୁର୍ଥ ରୁପ ହେଉଛି କୁଷ୍ମଣ୍ଡା ରୂପ ।
ମା’ ଙ୍କର ଏହି ନାମ ତିନୋଟି ଶବ୍ଦରେ ତିଆରି ହୋଇଛି । କୁ-ର ମାନେ ହେଉଛି ଛୋଟ ,ଉଷ୍ମା ଅର୍ଥାତ ଉର୍ଜା ବା ନିଆଁ ପିଣ୍ଡୁଳା, ମଣ୍ଡା – ଏହାର ମାନେ ହେଉଛି , ପୁରାଣ ଅନୁସାରେ ନିଜର ଅତି ସୁନ୍ଦର ହସ ଦ୍ୱାରା ଗୋଟିଏ ଛୋଟ ଅଣ୍ଡା ଭଳି ଉର୍ଜାରୁ ସୃଷ୍ଟିର ରଚନା କରିଥିଲେ ମା’ ଦୁର୍ଗା ।
ଅଷ୍ଟଭୁଜା ଧାରୀ ମା’ କୁଷ୍ମଣ୍ଡାଙ୍କ ହାତରେ ଅନେକ ପ୍ରକାରର ଅସ୍ତ୍ର ରହିଥାଏ । ମା’ କୁଷ୍ମଣ୍ଡା ହେଉଛନ୍ତି ସୃଷ୍ଟିର ରଚୟିତା । ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଙ୍କୁ ନିୟନ୍ତ୍ରଣ କରିଥାଆନ୍ତି ମା’ କୁଷ୍ମଣ୍ଡ।।ସେ ସମସ୍ତ ଶକ୍ତିର ଅଧିକାରୀ । ମା’ କୁଷ୍ମଣ୍ଡାଙ୍କୁ ସୁଖ, ସମୃଦ୍ଧି , ଦୀର୍ଘାୟୁ,ସାହସ, ଶକ୍ତି, ଓ ପ୍ରତିଷ୍ଠା ହାସଲ କରିବା ପାଇଁ ଉପସନା କରାଯାଏ ।
ମା’ କୁଷ୍ମଣ୍ଡାଙ୍କୁ ନବରାତ୍ରୀର ଚତୁର୍ଥ ଦିନ ମାନେ ଆଜିର ଦିନରେ ମାଲପୁଆ ଭୋଗ ଲଗାଯାଏ । ଏହା କରିବା ଦ୍ୱାରା ବୁଦ୍ଧିର ବିକାଶ ହୋଇଥାଏ ବୋଲି ବିଶ୍ୱାଶ ରହିଛି । ଏହି ପ୍ରସାଦ ଖାସ କରି ଛୋଟ ଛୁଆଙ୍କୁ ମଧ୍ୟ ଦିଆଯାଏ , କାରଣ ନବରାତ୍ରରେ ସନ୍ତାନ ପ୍ରାପ୍ତି କରିବା ପାଇଁ ମଧ୍ୟ ମା’ ଦୁର୍ଗାଙ୍କୁ ଆରାଧନା କରାଯାଏ । ମା କୁଷ୍ମଣ୍ଡାଙ୍କୁ ଚମେଲି ଫୁଲ ଲଗାଇଲେ ପଞ୍ଚ ଇନ୍ଦ୍ରିୟ ଜାଗୃତ ହୋଇଥାଏ ଓ ବିଚାର କରିବାର ଶକ୍ତି ଅଧିକ ଆସିଥାଏ ବୋଲି ବିଶ୍ୱାସ କରାଯାଏ । ମା’ କୁଷ୍ମଣ୍ଡାଙ୍କୁ ମଦର୍ ନେଚର ବା ପ୍ରକୃତି ମାତା କୁହାଯାଏ ।
ମା’ଙ୍କୁ ସର୍ବେସର୍ବା ବୋଲି ସମ୍ବୋଧନ କରାଯାଇଥାଏ । ଏହି ସୁନ୍ଦର ପ୍ରକୃତିକୁ ମା’ ହିଁ ଗଢିଛନ୍ତି । ତେଣୁ ମା’କୁଷ୍ମଣ୍ଡାଙ୍କୁ ପ୍ରକୃତି ସହିତ ତୁଳନା କରାଯାଇଛି । ମା’ ଯେହେତୁ ସୃଷ୍ଟି କର୍ତ୍ତା , ତାଙ୍କୁ ନିଜ ଜୀବନକୁ ସମର୍ପଣ କରିଥାଏ ଭକ୍ତ ।
ଜୟ ମା ଦୂର୍ଗତ ନାଶିନୀ