ନବଙ୍କ ଚାଲ ଫେଲ?ଅଳକା ମହାନ୍ତି ବ୍ରଜରାଜନଗର ବିଜେଡି ପ୍ରାର୍ଥୀ

0

  • ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀ ହେଉଛନ୍ତି ଅଳକା ମହାନ୍ତି
  • ନବଙ୍କ ଚାଲ ଫେଲ

ଭୁବନେଶ୍ୱର//TATKAL ODISHA//

 ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି I ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଚାଲ ଫେଲ ମାରିଛି?

ବ୍ରଜରାଜନଗର ବିଧାନସଭା ଉପ-ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ସ୍ୱର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡି ପ୍ରାର୍ଥୀଭାବରେ ମନୋନୟନ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନାଁରେ ମୋହର ମାରିଛନ୍ତି I

କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଏହି  ଆସନ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ପୂର୍ବତନ ବିଧ୍ୟାୟକ ରାଧାରାଣୀ ପଣ୍ଡା ନାମ ଘୋଷଣା କରାଯାଇଛି । କଂଗ୍ରେସ ପକ୍ଷରୁ କାହାରି ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ।

  • ମେ 31ରେ ଭୋଟ

 ମେ’ ୩୧ରେ ବ୍ରଜରାଜନଗର ଉପନିର୍ବାଚନ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ମେ’ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହୋଇପାରିବ। ମେ’ ୧୨ରେ ନାମାଙ୍କନ ଯାଞ୍ଚ, ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର ପାଇଁ ସମୟ ରହିବ। ମେ’ ୩୧ରେ ଭୋଟ୍ ଗ୍ରହଣ, ଜୁନ୍ ୩ ତାରିଖରେ ଗଣତି ହେବ। 

Leave A Reply

Your email address will not be published.