ଧାନର ଏମଏସପି 2040କୁ ବୃଦ୍ଧି

0
  • ଧାନ ସମେତ ଚଳିତ ଖରିଫ ଫସଲର ବର୍ଦ୍ଧିତ ଏମଏସପି ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
  • ଓଡ଼ିଶା ସମେତ ଦେଶର ଚାଷୀଙ୍କ ଆୟ ବୃଦ୍ଧି ହେବ – ଧର୍ମେନ୍ଦ୍ର ପ୍ରଧାନ

• ପୂର୍ବରୁ ଧାନ ବିକ୍ରି କରି କ୍ୱିଣ୍ଟାଲ ପିଛା 1940 ଟଙ୍କା ପାଉଥିବା ଚାଷୀ ଏଣିକି 2040 ଟଙ୍କା ପାଇବେ
* ଓଡ଼ିଶା ଭଳି ରାଜ୍ୟର ଚାଷୀମାନେ ବିଶେଷ ଲାଭବାନ ହେବେ

  • ନୂଆଦିଲ୍ଲୀ,ଭୁବନେଶ୍ୱର,//TATKAL ODISHA//

ପୂର୍ବରୁ ଧାନ ବିକ୍ରି କରି କ୍ୱିଣ୍ଟାଲ ପିଛା 1940 ଟଙ୍କା ପାଉଥିବା ଚାଷୀ ଏଣିକି 2040 ଟଙ୍କା ପାଇବେ I ଏହି ନିଷ୍ପତି ଦ୍ୱାରା ଓଡ଼ିଶା ଭଳି ରାଜ୍ୟର ଚାଷୀମାନେ ବିଶେଷ ଲାଭବାନ ହେବେ । ଧାନ ସହ ମାଣ୍ଡିଆ, ମକା, ହରଡ଼, ମୁଗ, ଚିନାବାଦାମ, ବିରି, ସୂର୍ଯ୍ୟମୁଖୀ ମଞ୍ଜି, ରାଶି, କପା ଭଳି ଖରିଫ ଫସଲର ଏମଏସପି ବୃଦ୍ଧି ହେବା ଦ୍ୱାରା ଚାଷୀମାନେ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟି(ସିସିଇଏ) 2022-23 ବର୍ଷ ପାଇଁ ଧାନ ସମେତ 17ଟି ଖରିଫ ଫସଲର ବର୍ଦ୍ଧିତ ଏମଏସପି ମୂଲ୍ୟକୁ ଅନୁମୋଦନ ଦେଇଛନ୍ତି I

  • ଧର୍ମେନ୍ଦ୍ରଙ୍କ ଧନ୍ୟବାଦ

ପ୍ରଧାନମନ୍ତ୍ରୀଜୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଚାଷୀଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି ସରକାରଙ୍କ ଏହି ନିଷ୍ପତି ଦ୍ୱାରା ଚାଷୀ ଭାଇମାନଙ୍କ ଆୟ ଆହୁରି ବୃଦ୍ଧି ହେବ । ପୂର୍ବରୁ ଧାନ ବିକ୍ରି କରି କ୍ୱିଣ୍ଟାଲ ପିଛା 1940 ଟଙ୍କା ପାଉଥିବା ଚାଷୀ ଏଣିକି 2040 ଟଙ୍କା ପାଇବେ ।

ପ୍ରଧାନମନ୍ତ୍ରୀଜୀଙ୍କ ଏହି ନିଷ୍ପତି ଆମର ଅନ୍ନଦାତାଙ୍କୁ ଆର୍ଥିକ ସମ୍ପନ୍ନ କରିବା ସଙ୍ଗେସଙ୍ଗେ ଚାଷ କରିବାକୁ ଅଧିକ ପ୍ରୋତ୍ସାହିତ କରିବା ସହିତ ଆତ୍ମନିର୍ଭର କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Leave A Reply

Your email address will not be published.