ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପାର୍ଥୀ: ଓଡ଼ିଶା ପାଇଁ ଗର୍ବ

0
  • ଘୋଷଣା କଲା ବିଜେପି

ଭୁବନେଶ୍ୱର//TATKAL ODISHA//

ଓଡ଼ିଶାର ଆଦିବାସୀ ନେତ୍ରୀ, ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ବିଜେପି ସମର୍ଥିତ ଏନଡିଏ ରାଷ୍ଟ୍ରପତି ପାର୍ଥୀ ହୋଇଛନ୍ତି I

ବିଜେପି ପକ୍ଷରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ତାଙ୍କ ନାଁ ବିଧିବଦ୍ଧ ଘୋଷଣା କରିଛନ୍ତି I ଫଳରେ ଓଡ଼ିଶାରେ ଖୁସିର ମାହୋଲ ଖେଳି ଯାଇଛି I

ଦେଖନ୍ତୁ ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ କ୍ୟାରିଅର: ୱାର୍ଡ ମେମ୍ବରରୁ ରାଷ୍ଟ୍ରପତି ପାର୍ଥୀ

  • ଜନ୍ମ: ୨୦ ଜୁନ ୧୯୫୮।
  • ମୟୁରଭଞ୍ଜ, ଓଡ଼ିଶା I

୧୯୯୭ରେ ଶ୍ରୀମତୀ ମୁର୍ମୁ ରାଜନୀତିକୁ ପ୍ରବେଶ କରି ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ସେହିବର୍ଷ ଶ୍ରୀମତି ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପସଭାନେତ୍ରୀ କରାଯାଇଥିଲା । ଏହାପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ହୋଇଥିଲେ ।

୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ନିର୍ବାଚିତ ହୋଇଛନ୍ତି ।

ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମିଳିତ ଶାସନ ସମୟରେ ଶ୍ରୀମତି ମୁର୍ମୁ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ପରେ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ଓଡ଼ିଶା ବିଧାନ ସଭାଦ୍ୱାରା ୨୦୦୭ବର୍ଷ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ତେବେ ସେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିବା ସହ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଦଳର ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ହୋଇଛନ୍ତି ।

୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି ଜିଲ୍ଲା ଅଧ୍ୟକ୍ଷା ପଦରେ ଆସୀନ ହୋଇଛନ୍ତି । ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ଶ୍ରୀମତି ମୁର୍ମୁ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଛନ୍ତି । ଏବେ ସେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ । ସଂଖ୍ୟା ଦୃଷ୍ଟିରୁ ସେ ବିଜୟ ହେବା ପ୍ରାୟ ନିଶ୍ଚିତ ।

 ତାଙ୍କୁ TATKAL ODISHA ପକ୍ଷରୁ ଅଭିନନ୍ଦନ I


Leave A Reply

Your email address will not be published.