ଦ୍ରୌପଦୀଙ୍କୁ ସମର୍ଥନ: ବିଜେଡିର ହଁ, ଧର୍ମସଙ୍କଟରେ କଂଗ୍ରେସ

0

ନୂଆଦିଲ୍ଲୀରେ ଦ୍ରୌପଦୀ ମୁର୍ମୁ, ଶୁକ୍ରବାର ନାମାଙ୍କନ 

ବିଜେଡିର ଦୁଇ ମନ୍ତ୍ରୀ ନାମାଙ୍କନରେ କଲେ ଦସ୍ତଖତ 

ଭୁବନେଶ୍ୱର//TATKAL ODISHA//

ମାଟି ବଡ଼ ନା’ ପାର୍ଟି ବଡ଼?

ମହାନଦୀ, କୋଟିଆ ଓ ଏମଏସପି ପ୍ରସଙ୍ଗରେ ‘ମାଟି’ ବଡ଼ ବୋଲି କହି ଶାସକ ଦଳକୁ ସମର୍ଥନ ଦେଇଥିବା  ରାଜ୍ୟ କଂଗ୍ରେସ ଏବେ ଧର୍ମସଙ୍କଟରେ I ଓଡ଼ିଆ ଝିଅ ତଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କି ଭୂମିକା ଗ୍ରହଣ କରିବେ? ଏହି ଦ୍ୱନ୍ଦ୍ୱରେ ଘାରି ହେଉଛି ଦଳ I

ଯଦି ସମର୍ଥନ ତାହାଲେ ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପି ଫାଇଦା ଉଠାଇବ I ନ କଲେ ଓଡ଼ିଆ ଲୋକେ ଛି ଛାକର କରିବେ I ତେଣୁ କଂଗ୍ରେସ ବିଧାୟକମାନେ ହାଇକମାଣ୍ଡ ନିଷ୍ପତ୍ତି ଉପରେ ଛାଡ଼ି ଦେଇଥିବା ଜଣାପଡ଼ିଛି I

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଭଳି ‘ଆଦିବାସୀ କାର୍ଡ’ ଖେଳିଛନ୍ତି I ନିଜ ଦଳ ପକ୍ଷରୁ ସମର୍ଥନ କରିବା ସହ ଅନ୍ୟ ଦଳଙ୍କୁ ବି ଦ୍ରୌପଦୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି I

ଶୁକ୍ରବାର ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିବେ।ଏହି ସମୟରେ ବିଜେଡିର ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ଉପସ୍ଥିତ ରହିବେ I

ଇଟାଲୀରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି। ସେ  କହିଛନ୍ତି ଯେ,ରାଜ୍ୟ ସରକାରର ଦୁଇ କ୍ୟାବିନେଟ ସହଯୋଗୀ ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ରହିବେ। ଏହି ଦୁଇ ମନ୍ତ୍ରୀ ନାମାଙ୍କନରେ କଲେ ଦସ୍ତଖତ କରିବେ I ଏନେଇ ବିଜେପି ସଭାପତି ଜେ.ପି ନଡ୍ଡା ତାଙ୍କ ସହ ଫୋନରେ କଥାବାର୍ତ୍ତା ବେଳେ କୁହାଯାଇଛି I  

  ଦ୍ରୌପଦୀ ମୁର୍ମୁ ଏବେ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି I ବୁଧବାର ରାତ୍ରିରେ ସେ ମୟୂରଭଞ୍ଜର ରାଇରଙ୍ଗପୁରରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ସକାଳେ ସାଢ଼େ 7ରେ ଦିଲ୍ଲୀ ଗସ୍ତ କରିଥିଲେ I ଦିଲ୍ଲୀ ଯିବା ବେଳେ ବିମାନ ବନ୍ଦରରେ ବିଜେଡି ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ  ଆସିଥିଲେ। ଆଉ ଦ୍ରୈପଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଏକସଙ୍ଗେ ତିନି ଜଣ ନୂଆଦିଲ୍ଲୀ ଗସ୍ତ କରିଥିଲେ I

 ବିଜେଡି ତାର ସମର୍ଥନ ଅବିମୁଖ୍ୟ ସ୍ପଷ୍ଟ କରିଥିଲା ବେଳେ କଂଗ୍ରେସ ଦୁଇ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସୁର ରାଉତରାୟ ସମର୍ଥନ କରିଛନ୍ତି I ମାତ୍ର ତାଙ୍କ ଦଳ ଦ୍ୱନ୍ଦ୍ୱରେ ପଡ଼ିବା ଯୋଗୁଁ ଚର୍ଚ୍ଚିତ ହୋଇଛି I 

Leave A Reply

Your email address will not be published.