ଦିନ କର୍ଫ୍ୟୁ ନା’ ରାତି କର୍ଫ୍ୟୁ?

0
  • ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା, ଡେ କର୍ଫ୍ୟୁ ଲାଗିପାରେ
  • ବାସ୍ପତିଙ୍କ ମତକୁ ଅଗ୍ରାହ୍ୟ କରିଥିଲେ ଏସଆରସି

ଭୁବନେଶ୍ୱର//ତତ୍କାଳ ଓଡିଶା//

ହୁ ହୁ ହୋଇ ବଢ଼ି ଚାଲିଛି ମହାମାରୀ କରୋନା ସଂକ୍ରମଣ I ସାରାଦେଶରେ ଦିନକରେ ସଂକ୍ରମଣ ସଂଖ୍ୟା ଏକ ଲକ୍ଷ ଟପିଥିଲା ବେଳେ ରାଜ୍ୟରେ ଦୈନିକ ସଂକ୍ରମଣ ପାଞ୍ଚ ଶହ ଡେଇଁଛି । ଏଭଳି ସ୍ଥିତିରେ ରାଜ୍ୟରେ “ନାଇଟ କର୍ଫ୍ୟୁ ” ନା “ଡେ କର୍ଫ୍ୟୁ”? ତାକୁ ଚର୍ଚ୍ଚା ଜୋର ଧରିଛି I

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରବିବାର କରୋନା ପାଇଁ “ଡେ କର୍ଫ୍ୟୁ ” ଲାଗିପାରେ ବୋଲି କହିବା ପରେ ଉନ୍ନୟନ କମିଶନର ତଥା ଏସଆରସି ପ୍ରଦୀପ କୁମାର ଜେନା ତାହାକୁ ଅଗ୍ରାହ୍ୟ କରିଥିଲେ I ଏବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ “ଡେ କର୍ଫ୍ୟୁ” ଲାଗିପାରେ ବୋଲି ମତ ରଖିଛନ୍ତି I ତେଣୁ କାହା କଥା ସତ ତାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡିଛନ୍ତି I

ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଆବଶ୍ୟକ ପଡିଲେ “ଡେ କର୍ଫ୍ୟୁ ” ଲାଗିପାରେ ବୋଲି ପ୍ରକାଶ କରିଛନ୍ତି I

ମନ୍ତ୍ରୀ କହିଛନ୍ତି, ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ସୋମବାର ଠାରୁ ନାଇଟ୍ କର୍ଫ୍ୟୁ ଲାଗିବ । ସୀମାବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟବେକ୍ଷକ ଗସ୍ତ କରି କୋଭିଡ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟେଷ୍ଟିଂ କେମିତି ବଢିବ ତାଉପରେ ଗୁରୁତ୍ୱ ଯାଇଛି । ଦରକାର ପଡିଲେ ଜିଲ୍ଲାପାଳମାନେ ନାଇଟ୍ କର୍ଫ୍ୟୁ ଲୋଡିପାରିବେ । ରିପୋର୍ଟ ପଠାଇ ସରକାରଙ୍କଠୁ ଅନୁମତି ନେଇପାରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ, ବର୍ତ୍ତମାନ ରାଜ୍ୟରେ ସ୍କୁଲ, ବିମାନବନ୍ଦର ଓ ରେଳ ଷ୍ଟେସନରେ ସଂକ୍ରମଣ ବଢିଲାଣି । ସେଥିପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ଆବଶ୍ୟକ ପଡିଲେ ଡେ କର୍ଫ୍ୟୁ ଲାଗୁ ହେବ I

Leave A Reply

Your email address will not be published.