ଦାରିଙ୍ଗିବଡ଼ିରେ ପ୍ରଥମ ତୁଷାରପାତ

0

କନ୍ଧମାଳ//TATKAL ODISHA//


ଜାଡ଼ରେ ଥରୁଛି ଓଡ଼ିଶା I ଆଗାମୀ 48 ଘଣ୍ଟା ଏଇ ସ୍ଥିତି ରହିବ I

ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ୪ ଡ଼ିଗ୍ରୀ ସେଲସିୟସକୁ ଖସିଆସିଛି ତାପମାତ୍ରା I

ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି I ଦିନରେ ବି ଶୀତୁଆ ପବନ ଜାରି ରହିଛି I ସନ୍ଧ୍ୟା ବାଜିବା ମାତ୍ରେ ପାରଦ ତଳକୁ ଖସୁଛି I

କନ୍ଧମାଳ, ଫୁଲବାଣୀ ଇଲାକାରେ ଲୋକେ ଶୀତରେ ଥୁରୁ ଥୁରୁ ହେଉଛନ୍ତି I ବୟସ୍କ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି I

୭ ଡ଼ିଗ୍ରୀ ରାତ୍ରି-ତାପମାତ୍ରା ସହ ଫୁଲବାଣୀ ଓଡ଼ିଶାର ଥଣ୍ଡା ସହର
୧୨ ଡ଼ିଗ୍ରୀ ତଳେ ୧୨ ସହରରେ ସର୍ବନିମ୍ନ ରାତ୍ରି ତାପମାତ୍ରା
ଫୁଲବାଣୀ ୭.୦, ଦାରିଙ୍ଗବାଡି ୭.୫, କୋରାପୁଟ ୭.୫ , ସୁନ୍ଦରଗଡ ୯.୫, ଟିଟଲାଗଡ ୯.୮, ଭବାନୀପାଟଣା ୧୦.୦, ସୋନପୁର ୧୦.୫, କେନ୍ଦୁଝର ୧୧.୦ , ବଲାଙ୍ଗୀର ୧୧.୦, ଅନୁଗୁଳ ୧୧.୦, ମାଲକାନଗିରି ୧୧.୫ ଏବଂ ଚାନ୍ଦବାଲି ଠାରେ ୧୧.୬ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ


ତେବେ ଦାରିଙ୍ଗବାଡିତୁଷାରପାତର ମଜା ନେଉଛନ୍ତି ସ୍ଥାନୀୟ ଲୋକ, ପର୍ଯ୍ୟଟକ। 

Leave A Reply

Your email address will not be published.