ଦାନା ବାନ୍ଧୁଛି ଆଉ ତିନି ଲଘୁଚାପ : ୟେଲୋ ୱାର୍ଣ୍ଣିଂ ଜାରି

0


ଭୁବନେଶ୍ୱର//ତତ୍କାଳ ଓଡ଼ିଶା//
ବଙ୍ଗୋପ ସାଗରରେ କ୍ରମାଗତ ଭାବେ ଆଉ ତିନି ଲଘୁଚାପ ଦାନା ବାନ୍ଧୁଛି I ତାହା ପ୍ରାୟତଃ ଆସନ୍ତା ସପ୍ତାହ ସୁଦ୍ଧା ଉଗ୍ରରୂପ ନେବ I ଏବେ ଟ୍ରପ ଲାଇନ ସ୍ତରରେ ରହିଛି I ମଡ୍ୟୁଲାର ଓ ସାଟେଲାଇଟ ରିପୋର୍ଟ ଆଧାରରେ ଭାରତୀୟ ପାଣିପାଗ (ଆଇଏମଡି) ଏହା ସ୍ପଷ୍ଟ କରିଛି I ଆଞ୍ଚଳିକ ପାଣିପାଗ ନିର୍ଦେଶକ କହିଛନ୍ତି ଯେ,  ଆସୁଛି ଲଘୁଚାପ I ଏହାର ପ୍ରଭାବରେ  ଉପକୂଳ ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେବ I   କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ I ଏଥିପାଇଁ 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଛି I

ଏବେ ବର୍ଷା ହେଲେ ମରୁଡ଼ି ସମସ୍ୟାରୁ ଚାଷୀ କିଛିଟା ଲାଘବ ପାଇବ I

Leave A Reply

Your email address will not be published.