ଦମ ଦେଖାଇଲେ ରବିନ୍ଦ୍ର, କବଜାରେ ବାଲେଶ୍ୱର ମୁନିସିପାଲିଟି

0
  • ରବୀନ୍ଦ୍ରଙ୍କ ମନୋନୀତ ପ୍ରାର୍ଥୀ ସବିତା ସାହୁ ନୂଆ ମୁନିସିପାଲିଟି ଅଧ୍ୟକ୍ଷ

ବାଲେଶ୍ୱର//TATKAL ODISHA//

ରାଜନୈତିକ ଦୃଷ୍ଟିରୁ ଚର୍ଚ୍ଚାରେ ଥିବା ଅନ୍ୟତମ ପୁରାତନ ମୁନିସିପାଲିଟି ବାଲେଶ୍ୱର ଏବେ ବିଜେଡି କବଜାରେ I ଏଥର ନିର୍ବାଚନରେ ଅଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ସବିତା ସାହୁ ବିଜୟୀ ହୋଇଛନ୍ତି I ବହୁ ସଂଘର୍ଷ କରି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ତାଙ୍କୁ ପ୍ରାର୍ଥୀ କରିଥିଲେ I ସବିତା ଟେକ ରଖିଛନ୍ତି I

ସ୍ଥାନୀୟ ନେତା ତଥା ବିଧାୟକଙ୍କ ଅସହଯୋଗ ସତ୍ୱେ ସବିତା ବାଜି ମାରିବା କିଛି ବଡ଼ କଥା ନୁହେଁ I ଫଳରେ କୌଣସି କାରଣରୁ କଣ ଠେସା ହୋଇଥିବା ରବୀନ୍ଦ୍ର ବାବୁ ଏବେ ଦଳ ଭିତରେ ନିଜର ଦବଦବା ବଢ଼ାଇ ଆଗକୁ ଯିବାକୁ ବାଟ ପାଇଛନ୍ତି I ତାଙ୍କ ବିରୋଧୀ ନେତାମାନେ ତାଙ୍କୁ ଓ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଚିତପଟାଂଗ ପାଇଁ କରିଥିବା ଯୋଜନା ଫସର ଫାଟି ଗଲା ପରେ ଏବେ ସ୍ଥିତିର ୟୁଟର୍ଣ ନେଇଛି I ରବୀନ୍ଦ୍ର ବାବୁ ରାଜ୍ୟ ସ୍ତରରେ ବି ବିଶ୍ୱାସ ଭାଜନ ହୋଇଛନ୍ତି I ତେଣୁ ଆଗକୁ ବାଲେଶ୍ୱର ରାଜନୀତି ଆହୁରି ରୋଚକପୂର୍ଣ୍ଣ ହେବ I

ବାଲେଶ୍ୱର ମୁନିସିପାଲିଟିର କେଉଁ ୱାର୍ଡରୁ କେଉଁ ଦଳର କାଉନସିଲର ବିଜୟୀ ହୋଇଛନ୍ତି, ଆସନ୍ତୁ ଦେଖିବା…

ବିଜେଡି- 17
ବିଜେପି- 9
ସ୍ୱାଧୀନ- 5

କିଏ ପ୍ରାର୍ଥୀ ଥିଲେ ଦେଖନ୍ତୁ…

1- ବିଜେପି ପ୍ରାର୍ଥୀ ସସ୍ମିତା ନାଥ 451 ଖଣ୍ଡରେ ବିଜୟୀ।
2- ବିଜେଡି ପ୍ରାର୍ଥୀ ଅମିତ କୁମାର ନାୟକ, 82 ଖଣ୍ଡରେ ବିଜୟୀ।
3- ବିଜେପି ପ୍ରାର୍ଥୀ ରୋଜାଲିନ ପାଣି 401 ଖଣ୍ଡରେ ବିଜୟୀ।
4- ବିଜେଡି, ସଲମା ବିବି, 376
5- ବିଜେଡି, ମିତା ପଟ୍ଟନାୟକ, 380
6- ବିଜେଡି, କବିତା ମୁର୍ମୁ, 88
7- ବିଜେଡି, ମିରାଜ ବାନୋ, 492
8- ବିଜେଡି, ପ୍ରୀତିଲତା ସେଠୀ, 433
9- ସ୍ୱାଧୀନ, ସଂଜୀବ ଦାସ, 244
10- ବିଜେଡି, ରାଧାକୃଷ୍ଣ ଦାସ, 443
11- ସ୍ୱାଧୀନ, ଶେଖ ନୌସାଦ ଅଲ୍ଲୀ, 304
12- ସ୍ୱାଧୀନ, ଅନିଦ୍ୟ କୁମାର ପଣ୍ଡା, 93
13- ବିଜେପି, ପ୍ରତିମା ବେହେରା, 27 ଖଣ୍ଡ
14- ବିଜେଡି, କୈଳାସ ସେଠୀ, 391 ଖଣ୍ଡ
15- ବିଜେଡି, ସଂଧ୍ୟାରାଣୀ ଜେନା, 215 ଖଣ୍ଡ
16- ବିଜେଡି, ସବିତାରାଣୀ ଦାସ, 342 ଖଣ୍ଡ
17- ବିଜେପି, ସତ୍ୟଶିଵ ସୁନ୍ଦର ଦାସ, 47 ଖଣ୍ଡ
18- ବିଜେଡି, ଅର୍ପିତା ପଟ୍ଟନାୟକ, 121 ଖଣ୍ଡ
19- ବିଜେଡି, ଶୋଭା ମହାପାତ୍ର, 333 ଖଣ୍ଡ
20- ବିଜେପି, ନିରୂପମା ଦାସ, 74 ଖଣ୍ଡ
21- ବିଜେପି, ସୁଚିସ୍ମିତା ପଣ୍ଡା, 522 ଖଣ୍ଡ
22- ବିଜେଡି, ଦେବାଶିଷ ସିଂ, 105 ଖଣ୍ଡ
23- ବିଜେଡି, ଶଶିରେଖା ମହାନ୍ତି, 8 ଖଣ୍ଡ
24- ବିଜେଡି, ମିନା ମହାନ୍ତି, 726 ଖଣ୍ଡ
25- ବିଜେପି, ନିତ୍ୟଗୋପାଳ ସିଂ, 68 ଖଣ୍ଡ
26- ବିଜେଡି, ଶେଖ ଆୟୁବ, 166 ଖଣ୍ଡ
27- ସ୍ୱାଧୀନ, ପଦ୍ମଲୋଚନ ଲେଙ୍କା, 887 ଖଣ୍ଡ
28- ବିଜେପି, ଗୌରୀ ଦାଶ, 126 ଖଣ୍ଡ
29- ବିଜେଡି, କାର୍ତ୍ତିକ ଚନ୍ଦ୍ର ସାହୁ, 43 ଖଣ୍ଡ
30- ବିଜେପି, ଭାରତୀ ପାତ୍ର, 201 ଖଣ୍ଡ
31- ବିଜେଡି, ରଞ୍ଜିତା ମହାପାତ୍ର, ଅପ୍ରତିଦ୍ବନ୍ଦି

Leave A Reply

Your email address will not be published.