ତିନି ହଜାର ଟଙ୍କା ଦେଇ ଟୋଲ ଗେଟରେ ସାରା ବର୍ଷ ଗାଡ଼ି ଚଳାଇ ପାଇବେ

0

ଭୁବନେଶ୍ୱର //TATKAL ODISHA//

ଯାତ୍ରୀଙ୍କ ପାଇଁ ଖୁସି ଖବର I ଆପଣ ଯଦି ଜାତୀୟ ରାଜପଥରେ ଯାଉଛନ୍ତି, ତାହାଲେ ଟୋଲ ଗେଟ ସମସ୍ୟାର ସମ୍ମୁଖୀନ ହେବେ ନାହିଁ I ଏଣିକି ୩,୦୦୦ ଟଙ୍କାରେ ବର୍ଷିକିଆ ଟୋଲ୍ ପାସ୍ ଦେଇ ଯିବା ଆସିବା କରି ପାରିବେ। ସେହିପରି ୧୫ ବର୍ଷ ପାଇଁ ଲାଇଫଟାଇମ୍ ଟୋଲ ପାସ୍ ୩୦,୦୦୦ ଟଙ୍କାରେ ଉପଲବ୍ଧ ହେବ। ଏହି ଯୋଜନା ଖୁବଶୀଘ୍ର ଲାଗୁ ହେବ I

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ଗାଡ଼ି ମାଲିକ କେମିତି ଭଲରେ ଗାଡ଼ି ଚଳାଇବେ ସେନେଇ ଆମେ ଅନେକ ଯୋଜନା କରିବାକୁ ଯାଉଛୁ । ଟୋଲ ପ୍ଲାଜାରେ ପାସ୍ ଯୋଜନା ଉପରେ କାମ ଚାଲିଛି। ଏହି ନୂଆ ପାସ୍ ପାଇଁ କୌଣସି ପ୍ରକାରର ନୂଆ କାର୍ଡ କିଣିବାର ଆବଶ୍ୟକତା ନାହିଁ । ଏହା ଫାସଟାଗ୍ ସହିତ ଲିଙ୍କ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.