ତାଳଚେରରେ ‘ଅନନ୍ତ ଶୟନ ବିଷ୍ଣୁ’
TATKAL ODISHA//ଐତିହ୍ୟ ଖୋଜ//
- ++++++++++++++++++++++++++
- ଅନନ୍ତ ଶୟନ ବିଷ୍ଣୁ
ଭୀମକାଣ୍ଡ,,କଣିହାଁ,
ତାଳଚେର, ଅନୁଗୋଳ ଜିଲ୍ଲା - ++++++++++++++++++++++++++
ଅନନ୍ତ ଶୟନ ବିଷ୍ଣୁ ମୂର୍ତ୍ତି ଆନୁମାନିକ 1200 ବର୍ଷ ପୁରୁଣା l ଭୌମକର ରାଜା ମାନଙ୍କ ଅଧୀନରେ ଥିବା କୋଦାଳକ ମଣ୍ଡଳର ସୁଳକୀ ରାଜା ମାନେ ଅଷ୍ଟମ ନବମ ଶତାବ୍ଦୀ ବେଳକୁ ଏହାକୁ ନିର୍ମାଣ କରାଇଥିଲେ l
ବ୍ରାହ୍ମଣୀ ନଦୀର କୂଳରେ ଏକ ଧାନ ବିଲ ମଧ୍ୟରେ ଥିବା ଏକ ବୃହତ ପଥର ଚଟାଣ ଉପରେ ଏହାକୁ ଖୋଦନ କରାଯାଇଛି ଳ
ଅନନ୍ତ ଶୟନ ଶାୟିତ ମୁଦ୍ରାରେ ଡାହାଣ ପାଖ ମାଡି ଶୋଇଛନ୍ତି I
ବିଷ୍ଣୁ ଙ୍କର ପାରମ୍ପାରିକ ଆୟୁଧ ସହିତ ମୁଣ୍ଡ ଉପରେ ଅନନ୍ତ ନାଗ ଶୋଭିତ l
ଭାରତର ବିଭିନ୍ନ ପ୍ରାନ୍ତରେ ଅନନ୍ତ ଶୟନ ବିଗ୍ରହ ମୁକ୍ତାକାଶ ତଳେ ପ୍ରାକୃତିକ ପରିବେଶରେ ନଦୀ ବା ଜଳାଶୟ ନିକଟରେ ନିର୍ମିତ ହୋଇଛନ୍ତି l
ତନ୍ମଧ୍ୟରୁ
- କେରଳ ଥିରୁଅନନ୍ତପୁରମ
- ଓଡ଼ିଶା ଭୀମକାଣ୍ଡ, ସରlଙ୍ଗ
- ମଧ୍ୟପ୍ରଦେଶ ବାନ୍ଧବଗଡ଼ ଅନନ୍ତ ଶୟନ ମୂର୍ତ୍ତି
ଏନଟିପିସି ନିର୍ମାଣ ପରଠାରୁ ଏହା ତାଙ୍କ ପ୍ଲାଣ୍ଟ ପରିସରରେ ଅଛି ଓ ତାକୁ ସେମାନେ ରକ୍ଷଣା ବେକ୍ଷଣ କରୁଛନ୍ତି l
ଜୟ ଶ୍ରୀ ଅନନ୍ତ ଶୟନ ବିଷ୍ଣୁ ।
- ରିପୋର୍ଟ //ଶୁଭେନ୍ଦୁ ଭୂୟାଁ //
- କଟକ