ତାଲିକା ଚୂଡାନ୍ତ? ଏବେ ପର୍ଯ୍ୟବେକ୍ଷକ, ଅଗଷ୍ଟ 4 ସୁଦ୍ଧା ନିଗମ, SDC ଅଧ୍ୟକ୍ଷ ନାଁ ଘୋଷଣା ??

0

 

  • ପ୍ରଥେମେ ସିନିଅର ଓ ଜିଲ୍ଲା ପର୍ଯ୍ୟବେକ୍ଷକ ନାଁ ଘୋଷଣା
  • ଦ୍ଵିତୀୟରେ ନିଗମ ଓ SDC ଅଧ୍ୟକ୍ଷ ନାଁ ଘୋଷଣା 

+++++++++++++++++++++++++++++++++++++

  • ଭୁବନେଶ୍ୱର,//TATKAL ODISHA//EXCLUSIVE//

********************************************

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶ ଦିନିଆ ବିଦେଶ ଗସ୍ତ ଶେଷ କରି ସ୍ୱ-ରାଜ୍ୟ ପ୍ରତ୍ୟାବର୍ତ୍ତନ କରିବା ପରେ ଅନେକ କିଛିର ପରିବର୍ତ୍ତନ ଘଟିବ I

ମନ୍ତ୍ରୀମଣ୍ଡଳ ନବେକଳେବର ପରି ଦଳର ସାଙ୍ଗଠନିକ କ୍ଷେତ୍ରରେ ‘ନବକଳେବର’ ହେବ I ‘ତାଳରୁ ତଳିପା’ ଆମୂଳଚୁଳ ପରିବର୍ତ୍ତନ କରାଯିବ I ଏହାର କାରଣ ହେଲା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡିର ସମର୍ଥନ କରିବା ପରେ ରାଜ୍ୟ ରାଜନୀତି ବହୁତ ବଦଳିଛି I ଆଗକୁ ବି ବଦଳିବାର ସମ୍ଭାବନା ରହିଛି I

ଚତୁରେ ଚତୁରେ ରାଜନୀତି” ବି ଦୁଇ ଦଳରେ ଶାଣିତ ହେବ I ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ବିଦେଶରେ ଥାଇ ସୁପ୍ରିମୋ ପୂର୍ବ ପ୍ରସ୍ତୁତ ତାଲିକାର ‘ଶେଷ ସ୍ପର୍ଶ’ ଦେଇଛନ୍ତି ? 

ଆସିବା ପରେ ଚୂଡାନ୍ତ ତାଲିକା ଘୋଷଣା ଖୁବଶୀଘ୍ର ?

ସୂଚନାନୁସାରେ..

  • ଜୁଲାଇ ପ୍ରଥମ ବା ଦ୍ଵିତୀୟ ସାପ୍ତାହ ସୁଦ୍ଧା ସିନିଅର ଓ ଜିଲ୍ଲା ପର୍ଯ୍ୟବେକ୍ଷକ ନାଁ ଘୋଷଣା ହେବ I
  •  ଅଗଷ୍ଟ ପ୍ରଥମ ସାପ୍ତାହରେ ନିଗମ ଓ SDC ଅଧ୍ୟକ୍ଷ ପଦବୀ ପାଇଁ ନାଁ ଘୋଷଣା ହେବ I 

++++++++++++++++++++++++++++++++++++++++
ବିଜେଡି ‘ନବକଳେବର’ର ରୂପରେଖ କିପରି ? ଜାଣନ୍ତୁ…

+++++++++++++++++++++++++++++++++++++++

ମନ୍ତ୍ରୀମଣ୍ଡଳ ନବକଳେବର ପରେ ବିଜେଡିର ସାଂଗଠନିକ କ୍ଷେତ୍ରର ନବକଳେବର ହେଉଛି । ୨୦୨୪ ନିର୍ବାଚନକୁ ନଜରରେ ରଖି ବିଜେଡି ଏଇ ନୂଆ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ଯେଉଁମାନେ  ସଂଗଠନ ଦାୟିତ୍ୱରେ ରହିବେ ସେମାନେ ଠିକଠାକ କାର୍ଯ୍ୟ ନ କଲେ ମୁଣ୍ଡ ଉପରେ ‘ଡେମୋକ୍ଲିସ ଖଣ୍ଡା’ ରଖାଯାଇଛି I କେତେବେଳେ ମୁଣ୍ଡ ଛେଦନ ହେବ ସେମାନେ କ ଜାଣି ପାରିବେ ନାହିଁ ବୋଲି କୁହାଯାଉଛି I


 ରାଜନୈତିକ ଗୁରୁତ୍ୱ ଦୃଷ୍ଟିରୁ ଓଡ଼ିଶାର ଭୌଗଳିକ ଅଞ୍ଚଳକୁ ଚାରୋଟି ଜୋନରେ ବିଭକ୍ତ କରାଯାଇଛି । ତାହା ହେଉଛି –
* ପଶ୍ଚିମ

* ଦକ୍ଷିଣ,

* ଉତ୍ତର

* ଉପକୂଳ

ତୃଣମୂଳ ସଂଗଠନକୁ ମଜଭୁତ କରାଯିବ I ଗାଁ କମିଟି ହେବ I  ପ୍ରତି ଜୋନ ସ୍ତରରେ ସମନ୍ୱୟ କମିଟି ଗଠନ ହୋଇ ଲୋକଙ୍କ ସୁବିଧା- ଅସୁବିଧା ସମୀକ୍ଷା ହେବ I

ସରକାରଙ୍କ ଲୋକାଭିମୁଖୀ ଯୋଜନାସବୁ କେମିତି ଅଧିକ ପ୍ରଚାର ହେବ ସେଥିପ୍ରତି ଅଧିକ ଫୋକସ ଦିଆଯିବ I 

ସୂଚନାନୁସାରେ…
************************************************- * – ସୁଶାନ୍ତ ସିଂହ– ପଶ୍ଚିମ ଓଡ଼ିଶା ରାଜନୈତିକ ବ୍ୟାପର ମୁଖ୍ୟ
– ପ୍ରଦୀପ ମାଝୀ – ଦକ୍ଷିଣ ଓଡ଼ିଶା ବିଜେଡି ସାଙ୍ଗଠନିକ ମୁଖ୍ୟ

 – ବବି ଦାସ- ସମଗ୍ର ରାଜ୍ୟର ସମନ୍ୱୟ ସହ ଉତ୍ତର ଓଡ଼ିଶା ଓ ମୟୁରଭଞ୍ଜ ଦାୟିତ୍ୱ

**************************************************
ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି ଯେ,

  •  -ପ୍ରତି ଜୋନ ଅଧୀନରେ ରହିବ ‘କୋଡିନେସନ ସେଲ’

  • – ସିନିଅର ଅବଜରଭର ଅଧୀନରେ  ‘କୋଡିନେସନ ସେଲ’
  • – କୋଡିନେସନ ସେଲ ଅଧୀନରେ 4 ଜଣ ‘ସାଧାରଣ ସମ୍ପାଦକ
  • – ଜିଲ୍ଲା ସ୍ତରରେ ଏଣିକି ‘ସଂଗଠନ ସମ୍ପାଦକ
  • – ସବୁ ଜିଲ୍ଲା ଉଇଙ୍ଗରେ ‘ଗଣମାଧ୍ୟମ ସଂଯୋଜକ’
  • ବିଦାୟୀ କିଛି ମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ସଂଗଠନ ଦାୟିତ୍ୱ ମିଳିବ I

ସେହି ବିଦାୟୀ ମନ୍ତ୍ରୀମାନେ ହେଉଛନ୍ତି  ପ୍ରତାପ ଜେନା, ଡ. ଅରୁଣ ସାହୁ, ସୁଶାନ୍ତ ସିଂହ, ପଦ୍ମନାଭ ବେହେରା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାରାଣ୍ଡି, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପ୍ରେମାନନ୍ଦ ନାୟକ ଏବଂ ପଦ୍ମିନୀ ଦିଆନ Iଏମାନେ ଏବେ ନିଜ ନିର୍ବାଚନ ମଣ୍ଡଳୀ ସହ ଦଳ ଯେଉଁ ସଂଗଠନ ଦାୟିତ୍ୱ ଦେବ ତାହା ସମ୍ପାଦନ କରିବେ I  ସେମାନଙ୍କ ମୁଣ୍ଡ ଉପରେ ବି  ‘ଡେମୋକ୍ଲିସ ଖଣ୍ଡା’ ଝୁଲୁଛି I କେତେବେଳେ କଣ  ହେବ କହିବା ମୁସ୍କିଲ ହେବ ବୋଲି ଚର୍ଚ୍ଚା ଜୋର ଧରିଛି I
ଦେଖାଯାଉ ରାଜନୀତିର ପାଣି କୁଆଡେ ମାଡୁଛି…   

Leave A Reply

Your email address will not be published.