ଡିସେମ୍ବର 1ରୁ ଶୀତ ଅଧିବେଶନ: ଚତୁଃପାର୍ଶ୍ୱ ରାସ୍ତା ପାଇଁ ମାସେ କଟକଣା

0
  • କେଉଁ ରାସ୍ତାରେ  ଯିବେ ଜାଣନ୍ତୁ.
  • ଭୁବନେଶ୍ୱର//TATKAL ODISHA//ମାନସ ରଞ୍ଜନ ପାତ୍ର//


ଡିସେମ୍ବର 1ରୁ  ଶୀତ ଅଧିବେଶନ ବସୁଛି I ତାହା ଡିସେମ୍ବର 31 ଯାଏ ଚାଲିବ I ସେଥିପାଇଁ ବିଧାନସଭା ଚତୁଃପାର୍ଶ୍ୱ ରାସ୍ତା ପାଇଁ ମାସେ ଧରି କଟକଣା ଜାରି ହୋଇଛି I

  • ଜାଣନ୍ତୁ କଣ ରହିଛି କଟକଣା?
  • ରାଜଭବନ ଛକ ପଟୁ ଏମଏଲଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ସମସ୍ତ ଗାଡି ଗୁଡିକ ଶାସ୍ତ୍ରୀ ନଗର ଆଡକୁ ଯିବେ I 
  • ମାଷ୍ଟର କ୍ୟାଣ୍ଟିନ ପଟୁ ଅପର ପିଏମଜି ଆଡକୁ ଆସୁଥିବା ଗାଡି ଗୁଡିକ ଲୋୟର ପିଏମଜି ଛକ ଠାରୁ ବାମ କିମ୍ବା ଡାହାଣ ପାଖ ରାସ୍ତା ଦେଇ ଯାଇପାରିବେ କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧୀ ମାଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ ।
  • ହାଉସିଂ ବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଗାଡି କେଶରୀ ଟକିଜ ଠାରୁ ଆଗକୁ ନଯାଇ ବାମ ପଟ ରାସ୍ତା ଦେଇ ଗନ୍ତବ୍ୟ ସ୍ଥଳକୁ ଯିବେ ।
  • ଏଜି ଛକ ପଟୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଗାଡି ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ ।
  • ୧୨୦ ବାଟାଲିୟନ ଛକ ପଟୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଗାଡି ଗୁଡିକ ପାୱାର ହାଉସ ଛକ ଆଡକୁ ଯାଇ ଗନ୍ତବ୍ୟ ସ୍ଥଳକୁ ଯିବେ ।

Leave A Reply

Your email address will not be published.