ଡିସେମ୍ବର ରାତି ୧୨ଟା ଯାଏଁ ବାର ଖୋଲିବାକୁ ଅନୁମତି ଦିଅ
- ଭୁବନେଶ୍ୱର //TATKAL ODHISHA//
- ରିପୋର୍ଟ //ବିମଳ ଦାଶ //
ଡିସେମ୍ବରରୁ ରାତି ୧୨ଟା ଯାଏଁ ବାର ଖୋଲିବାକୁ ଅନୁମତି ଦେବାକୁ ଦାବି କରିଛି ଭୁବନେଶ୍ୱର ବାର ଓ ରେସ୍ତୁରାଁ ସଙ୍ଘ I
ଡାନ୍ସ ବାରରେ ରେଡ ପରେ ଚିହିଁକି ଉଠି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହି ଦାବି ଉପସ୍ଥାପନ କରିଛି ସଂଘ I ଦାବି ଗୁଡିକ ହେଉଛି…
- ଚଳିତ ବର୍ଷ ବାର ଲାଇସେନ୍ସ ଫି ଛାଡ କରିବା,
- ବାରରେ କାମ କରିବାକୁ ମହିଳାଙ୍କୁ ଅନୁମତି ଦେବା
- ଅବାଧ କୋଠରୀ ଭିତରେ ସାଉଣ୍ଡ ସିଷ୍ଟମ ବାଜିବା ପାଇଁ କୌଣସି ଅନୁମତି ଦେଵା
ସଙ୍ଘର ସମ୍ପାଦକ ସତ୍ୟ ମହାନ୍ତି କହିଛନ୍ତି ଯେ, ଆମ ଦାବି ନାର୍ଯ୍ୟ ଦାବି I ଏହାକୁ ସରକାର ମାନିନେବା ଆବଶ୍ୟକ I ଆମକୁ ଡିସେମ୍ବରରୁ ରାତି ୧୨ଟା ଯାଏଁ ବାର ଖୋଲିବାକୁ ଅନୁମତି ମିଳୁ I