ଡିଜେ ସାଉଣ୍ଡରେ ପୁଣି ନିରୀହ ବାଳକର ଗଲା ଜୀବନ
କଟକ,ଭୁବନେଶ୍ୱର,//TATKAL ODISHA//
ଡିଜେ ସାଉଣ୍ଡରେ ପୁଣି ଏକ ନିରୀହ ବାଳକର ଜୀବନ ଗଲା । ଗୋଟିଏ ମାସରେ ଦୁଇ ଜଣଙ୍କର ଅକାଳ ମୃତ୍ୟୁ ହୋଇଛି I ତଥାପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ I
କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନ ବରାହିପୂର୍ ଠାରେ ହେଉଥିବା ବିଦେଇବାବାଙ୍କର ଚଇତି ମେଲଣରେ ବାଜୁଥିଲା ଡିଜେ ମିଶା ଗୀତ।
ଗୀତର ତାଳେ ତାଳେ ଝୁମୁ ଥିଲେ ଯୁବ ପିଢ଼ି। ହେଲେ ନାଚୁ ନାଚୁ ଟଳି ପଡିଲେ ବରାହିପୁର ଗ୍ରାମର ନରହରି ସେଠୀଙ୍କ 21 ବର୍ଷୀୟ ପୁତ୍ର ରାଜେନ୍ଦ୍ର ସେଠୀ।
ରାଜେନ୍ଦ୍ରଙ୍କୁ ମାହାଙ୍ଗା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I