ଟଙ୍କପାଣି ସାଇ ମନ୍ଦିର ଛକରେ ଦୁର୍ଘଟଣା, ବାଇକ ଆରୋହୀ ମୃତ

0
  • ଓଭର ବ୍ରିଜ ଦାବିରେ ଅଡ଼ି ବସିଲେ ସ୍ଥାନୀୟ ଲୋକେ
  • ଭୁବନେଶ୍ୱର//TATKAL ODISHA//
  • ରିପୋର୍ଟ : ବିଜୟ କୁମାର ସାହୁ

ଟଙ୍କପାଣି ରୋଡ ସାଇ ମନ୍ଦିର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି I ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହ ଉକ୍ତ ଛକ(NH 316)ରେ ଓଭର ବ୍ରିଜ ଦାବି କରିଛନ୍ତି I

ସୂଚାନୁସାରେ ବାଇକ ଆରୋହୀ ନିଜ ଗାଡ଼ି OD -13 H 6115ରେ ଜାତୀୟ ରାଜପରେ ଯାଉଥିବା ବେଳେ ଗୋଟିଏ ବାଲି ବୋଝଇ ହାଇୱା (OD 33 z 7023) ତାଙ୍କୁ ସାଇ ମନ୍ଦିର ଛକରେ ଧକ୍କା ଦେଇଥିଲା I

ଘଟଣାସ୍ଥଳରେ ସେହି ଆରୋହୀଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା I ହଠାତ ଏହାଦେଖି ସ୍ଥାନୀୟ ଲୋକ ରୁଣ୍ଡ ହୋଇ ହାଇୱାକୁ ଧରି ଛାଡ଼ି ନ ଥିଲେ I

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଦିନରେ ବାଲି ବୋଝେଇ ଟ୍ରକ ବା ହାଇୱା ଯିବାର ନିୟମ ନ ଥିଲେ ହେଁ କେମିତି ହାଇୱା ଗଲା ଓ ଦୁର୍ଘଟଣା ଭିଅଇଲା ତାହା ପ୍ରଶ୍ନ I

ତେଣୁ ସେଠାରେ ବ୍ରିଜ ହେଉ ବୋଲି ଦାବି ହୋଇଛି I

Leave A Reply

Your email address will not be published.