ଟଙ୍କପାଣି ପାର୍ଶ୍ଵ ନଦୀରେ ବୁଲୁଛି ବିରାଟ କୁମ୍ଭୀର, ଲୋକେ ଆତଙ୍କିତ

0

ଭୁବନେଶ୍ୱର// TATKAL ODISHA//

ଟଙ୍କପାଣି ପାର୍ଶ୍ଵ କୁଆଖାଇ ନଦୀରେ ବୁଲୁଛି ଏକ ବିରାଟ କୁମ୍ଭୀର I ଫଳରେ ନଦୀ ପାର୍ଶ୍ଵ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି I ହେଲେ କୁମ୍ଭୀରଟି କେମିତି ଆସିଲା ଓ କେଉଁଠୁ ଆସିଲା ତାହା ଜଣା ପଡ଼ିନାହିଁ I

ସୂଚାନୁସାରେ ଗତକାଲି ଅର୍ଥାତ ଶନିବାର ଅପରାହ୍ନରେ କୁମ୍ଭୀରଟିକୁ ପ୍ରଥମେ ଜରିପଟଣା ସନ୍ନିକଟ କୁଆଖାଇ ନଦୀରେ ଲୋକେ ଦେଖିଥିଲେ I କୁମ୍ଭୀର ଆକ୍ରମଣ କରିବା ପୂର୍ବରୁ ଲୋକେ ନଦୀରୁ ଦୌଡ଼ି ପଳାଇ ଆସିଥିଲେ I

ପରେ ରାତାରାତି କୁମ୍ଭୀରଟି ନଦୀରେ ଆସି ଟଙ୍କପାଣି ପାର୍ଶ୍ଵ ଇଲାକାରେ ଆତଙ୍କ ସୃଷ୍ଟି କରିଛି I

“ସମ୍ଭବତଃ କୁମ୍ଭୀରଟି ସାତକୋଶିଆ ଗଣ୍ଡରୁ ପ୍ରାୟ 160 କିମି ଅତିକ୍ରମ କରି ଆସିଥିବା କୁହାଯାଉଛି”

ବିଶେଷକରି ନଦୀ ଉପରେ ନିର୍ଭରଶୀଳ କେଶୁରା, ଵାସୁଆଘାଇ-ଦୁର୍ଘପୁରପାଟଣା, ବଙ୍କୁଆଳ, ଲିଂଗିପୁର ଆଦି ଗାଁର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି I

ପ୍ରଶ୍ନ ଉଠୁଛି, ନଦୀରେ ଗୋଟିଏ କୁମ୍ଭୀର ଅଛି ନା’ ଅଧିକ ଅଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ I ସମ୍ଭବତଃ କୁମ୍ଭୀରଟି ସାତକୋଶିଆ ଗଣ୍ଡରୁ ପ୍ରାୟ 160 କିମି ଅତିକ୍ରମ କରି ଆସିଥିବା କୁହାଯାଉଛି

Leave A Reply

Your email address will not be published.