‘ଜୱାଦ’ ପ୍ରଭାବ : ଗୁଲାବ ଠାରୁ ଅଧିକ, ଫନି ଠାରୁ କମ

0

ଭୁବନେଶ୍ୱର//TATKAL ODISHA//

ବାତ୍ୟା ‘ଜୱାଦ’ । ଗୁଲାବ ଠାରୁ ଅଧିକ, ଫନି ଠାରୁ କମ । ସ୍ଥଳଭାଗ ଛୁଇଁବା ବେଳେ ୯୦ରୁ ୧୦୦ କିମି ବେଗରେ ବହିପାରେ ପବନ ।

ବାତ୍ୟା ସ୍ଥଳ


ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁସାରେ ୱେଲ୍ ମାର୍କଡ୍ ଲୋ’ ପ୍ରେସରରେ ପରିଣତ ହେଲା ଲଘୁଚାପ କ୍ଷେତ୍ର। ୧୨ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା।

ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ। ୩ ତାରିଖ ପରଠାରୁ ପବନର ବେଗ ବ‍ଢ଼ିପାରେ।

୩ରେ ପବନର ବେଗ ବଢ଼ିବା ସହିତ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପବନର ପରିମାଣ ବୃଦ୍ଧି ପାଇବ। କିଛି ଉପକୂଳବର୍ତ୍ତୀ ଜିଲ୍ଲାକୁ ସତର୍କ କରାଯାଇଛି । ଉକ୍ତ ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଜଗତସିଂହପୁର, ପୁରୀ, ଗଞ୍ଜାମ । ଏହି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, କନ୍ଧମାଳ ଓ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।


   ପବନର ବେଗ ୭୦ରୁ ୮୦ କିମି ରହିବାର ଆଶଙ୍କା ରହିଛି । ଏଥିରେ କ୍ଷୟକ୍ଷତିର ସମ୍ଭାବନା ରହିଛି I ଚାଷୀ ଓ ମତ୍ସଜୀବୀଙ୍କୁ ସତର୍କ କରିଦିଆଯାଇଛି ।

  • ଦେଖନ୍ତୁ ବାତ୍ୟାର ପୂର୍ଵ ରିପୋର୍ଟ..

ବାତ୍ୟା ‘ଜୱାଦ’ର ଧୀରଚଳନ : ଉପକୂଳ ମୁହାଁ

ବାତ୍ୟା ‘ଜୱାଦ’ର ଧୀରଚଳନ : ଉପକୂଳ ମୁହାଁ

Leave A Reply

Your email address will not be published.