ଜ୍ୟୋତିର୍ଲିଙ୍ଗ ସ୍ୱୟମ୍ଭୁ କେଦାରନାଥ ଦର୍ଶନ : କେମିତି ଯିବେ, କିପରି କରିବେ?
- 11,750 ଫୁଟ ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଅବସ୍ଥିତ
- ବିରାଜମାନ ଶିବଲିଙ୍ଗର ଆକୃତି ଲମ୍ବରେ ପ୍ରାୟ ୮.୫ ଫୁଟ, ଚଉଡାରେ ପ୍ରାୟ ୪ ଫୁଟ ଓ ଉଚ୍ଚତାରେ ୪ଫୁଟ
- *********************
- ରିପୋର୍ଟ : ସଂଗୀତା ମହାନ୍ତି
- *********************
ହିମାଳୟ କୋଳରେ ବିରାଜମାନ କରିଥିବା ଜ୍ୟୋଲିର୍ଲିଙ୍ଗ ସ୍ୱୟମ୍ଭୁ ଭଗବାନ ଶିବ ଶ୍ରୀ ଶ୍ରୀ କେଦାରନାଥଙ୍କୁ ଜୀବନ କାଳ ମଧ୍ଯରେ ଥରଟିଏ ଆପଣ ଦର୍ଶନ କରନ୍ତୁ I ଏହାଦ୍ୱାରା ଆପଣଙ୍କ ଜୀବନ ସାର୍ଥକ ହେବ ଏବଂ ନିଜର ମନୋସ୍କାମନା ପୂର୍ଣ୍ଣ ହେବ I
ଭାରତର ଉତ୍ତରାଖଣ୍ଡ ରାଜ୍ୟର ଗଡ଼ୱାଲ ଅଞ୍ଚଳରେ ଥିବା ଏହି ବିଶ୍ୱପ୍ରସିଦ୍ଧ ଶୈବପୀଠ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଵା 11,750 ଫୁଟ ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ଅବସ୍ଥିତ। ଏହି ପୀଠ ଭାରତରେ ଚାରି ଧାମ ଅନ୍ୟତମ I
କେଦାରଖଣ୍ଡ ଓ ଶିବଲିଙ୍ଗ ଆକୃତି :
- ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ କେଦାରଖଣ୍ଡ ଭାବେ ବର୍ଣ୍ଣନା କରାଯାଇଛି। ଗର୍ଭଗୃହରେ ଭଗବାନ ଶଙ୍କର ସଦାଶିବ ରୂପରେ ପୂଜା ପାଉଛନ୍ତି । ବିରାଜମାନ ଶିବଲିଙ୍ଗର ଆକୃତି ଲମ୍ବରେ ପ୍ରାୟ ୮.୫ ଫୁଟ, ଚଉଡାରେ ପ୍ରାୟ ୪ ଫୁଟ ଓ ଉଚ୍ଚତାରେ ୪ଫୁଟ I ଶିବଲିଙ୍ଗ ଏକ ବିରାଟ ଗର୍ତ୍ତ ମଧ୍ୟରୁ ଉପରକୁ ଉଠିଥିବା ଏକ ମହିଷିର ପୃଷ୍ଠଭାଗ ସଦୃଶ ଦୃଶ୍ୟମାନ ହୁଅନ୍ତି।
କିମ୍ବଦନ୍ତୀ ଓ ନିର୍ମାଣ ସମୟ
- କିମ୍ବଦନ୍ତୀ ଅନୁସାରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ପାଣ୍ଡଵଙ୍କ ଦ୍ୱାରା ନିର୍ମିତ ହେଇଥିଲା । ପରିକ୍ଷିତ ମହାରାଜାଙ୍କ ପୁତ୍ର ଜନ୍ମେଜୟ ମନ୍ଦିର ଗର୍ଭଗୃହ ସମ୍ମୁଖ ମଣ୍ଡପ ନିର୍ମାଣ କରେଇଥିଲେ । ବର୍ତ୍ତମାନର ମନ୍ଦିର ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟ ଦ୍ୱାରା ନିର୍ମିତ ହୋଇଥିଲା । ପରେ ମନ୍ଦିରର ପୁନଃ ସଂରକ୍ଷଣ କରାଯାଇଛି I
“କେଦାରନାଥ ପୀଠ ବର୍ଷର 6 ମାସ ଖୋଲା ରହେ.. ଚଳିତ ବର୍ଷ ମଇ 10ରେ ମହାଦେବଙ୍କ ଦ୍ୱାର ଖୋଲାହୋଇଛି I ତାହା 20 ନଭେମ୍ବର ପର୍ଯ୍ୟନ୍ତ ଖୋଲା ରହିବ..ବର୍ତ୍ତମାନ ସୁଦ୍ଧା ପ୍ରାୟ 1.10 କୋଟି ଭକ୍ତ ଦର୍ଶନ କରିସାରିଛନ୍ତି”…
ପୌରାଣିକ କଥାଵସ୍ତୁ
- ପୌରାଣିକଆଖ୍ୟାୟିକା ଅନୁସାରେ ମହାଭାରତ ଯୁଦ୍ଧରେ ପାଣ୍ଡଵମାନେ ନିଜର ପିତାମହ,ଗୁରୁ ଓ ଭାଇମାନଙ୍କୁ ବିନାଶ କରିବା ଜନିତ ଦୋଷରୁ ମୁକ୍ତି ପାଇବା ପାଇଁ ଭଗବାନ ଶଙ୍କରଙ୍କ ଆଶିର୍ବାଦ ଲାଭ ଉଦ୍ଦେଶ୍ୟରେ କାଶୀ, ଗୁପ୍ତ କାଶୀ ପରେ କେଦାରଖଣ୍ଡରେ ପହଞ୍ଚିଲେ । ପ୍ରଭୁ ପାଣ୍ଡବମାନଙ୍କ ଆନ୍ତରିକତା ପରୀକ୍ଷା କରିବା ପାଇଁ ସେମାନଙ୍କୁ ଦର୍ଶନ ନଦେଇ ଏକ ମହିଷ ବା ଷଣ୍ଢ ରୂପରେ ବିଚରଣ କରିବାକୁ ଲାଗିଲେ । ପାଣ୍ଡବମାନେ ଏହା ଜାଣିପାରିବାରୁ ମହିଷରୂପୀ ଶିବ ପୃଥିବୀ ଗର୍ଭରେ ପ୍ରବେଶ କରିବାକୁ ଲାଗିଲେ। ଦ୍ୱିତୀୟ ପାଣ୍ଡବ ମହିଷ ରୂପୀ ଶିବଙ୍କର ପୃଷ୍ଠ ଭାଗକୁ କୁଣ୍ଢାଇ ଧରିବାରୁ ମହିଷର ପୃଷ୍ଠଭାଗ କେଦାରନାଥ ଅନ୍ୟ କେତେକ ଭାଗ ମଦମହେଶ୍ୱର, ତୁଙ୍ଗନାଥ, ରୁଦ୍ରନାଥ ଓ କଳ୍ପେଶ୍ୱରରେ ଏବଂ ଶିରଭାଗ ନେପାଳର କାଠମାଣ୍ଡୁରେ ଶିବଲିଙ୍ଗରୂପେ ପ୍ରକଟିତ ହେଲେ। ତେଣୁ ବିଶ୍ୱାସ କରାଯାଏ ଶ୍ରୀକେଦାରନାଥ ଓ ପଶୁପତିନାଥ ଏକ ଓ ଅଭିନ୍ନ ଏବଂ ଉଭୟେ ମିଶି ଗୋଟିଏ ଜ୍ୟୋତିର୍ଲିଙ୍ଗ I
କେମିତି ଯିବେ?
କେଦାରନାଥ ଧାମ ଯିବାକୁ ହେଲେ ପୂର୍ବରୁ ଆପଣ କିଛି ଜରୁରୀ ପ୍ରସଙ୍ଗ ଉପରେ ଗୁରତ୍ୱ ଦେବାକୁ ହେବ I କେଦାରନାଥ ପୀଠ ପର୍ଯ୍ୟନ୍ତ ରେଳ କିମ୍ବା ମୋଟର ଗାଡ଼ି ବ୍ୟବସ୍ଥା ନାହିଁ I ଦିଲ୍ଲୀରୁ ଆପଣ ଗଲେ ହରିଦ୍ୱାର ପର୍ଯ୍ୟନ୍ତ ଆପଣଂକୁ ଆଗ ଯିବାକୁ ପଡ଼ିବ I କେମିତି ଯିବେ ଓ କଣ କରିବେ ତାହା ଦର୍ଶଯାଇଛି I ଦେଖନ୍ତୁ…
HARIDWAR To GUPTAKASHI
//ହରିଦ୍ୱାରରୁ ଗୁପ୍ତକାଶୀ //
- ଡ୍ରାଇଭ୍ ଦୂରତା: 225 କିମି |
ଦର୍ଶନୀୟ ସ୍ଥାନ: ଦେବପ୍ରୟାଗ, ଧାରୀ ଦେବୀ ମନ୍ଦିର, ରୁଦ୍ରପ୍ରୟାଗ |
- ହରିଦ୍ୱାର _ _ _ (25 କିଲୋମିଟର) _ ରିଷିକେଶ _ _ _ (72 କିଲୋମିଟର) _ ଦେବପ୍ରୟାଗ_ _ _ (48 କିଲୋମିଟର) _ ଧାରୀଦେବୀ_ _ _ (20 କିଲୋମିଟର)
GUPTAKASHI To GOURIKUND
- ଗୁପ୍ତକାଶୀରୁ ସୋନପ୍ରାୟାଗ- ଗୌରୀକୁଣ୍ଡ ଏବଂ ତା’ପରେ କେଦାରନାଥ ପୀଠକୁ ପାହାଡ଼ ରାସ୍ତା (22 କିଲୋମିଟର ଟ୍ରେକ୍)
- ଡ୍ରାଇଭ୍ ଦୂରତା: 35 କିମି |
ଦର୍ଶନୀୟ ସ୍ଥାନ: ସୋନପ୍ରାୟାଗ, ଗୌରୀକୁଣ୍ଡ, ରାମବାଡା, ଭୀମବାଲି, ଲିଞ୍ଚୋଲି, କେଦାରନାଥ ମନ୍ଦିର |
- ଗୁପ୍ତକାଶୀ__ _ _ (35 କିଲୋମିଟର) _ ଗୌରିକୁଣ୍ଡ_ _ _ (5 କିଲୋମିଟର) _ ଜଙ୍ଗଲ ଛତି_ _ _ (5 କିଲୋମିଟର) _ଚେମ୍ବଲି_ _ _ (6 କିଲୋମିଟର) ଲିଞ୍ଚୋଲି_ (4 କିଲୋମିଟର) _ _ _ ବେସ୍ କ୍ୟାମ୍ପ_ (2 କିଲୋମିଟର) __ _ _ କେଦାରନାଥ ମନ୍ଦିର
କେଦାରନାଥ ଯାତ୍ରା ପାଇଁ କ’ଣ କରିବେ?
- – ପ୍ରଥମେ ନିଜର ତଥା ପରିବାର ନାମକୁ www.uttarakhandtourism.gov.inରେ
- ପଞ୍ଜିକରଣ କରିବେ I ତାହା ବାଧ୍ୟକତାମୂଳକ I
- ଏହାପରେ ବିମାନ ଵା ଟ୍ରେନ ଟିକେଟ କରିବେ I
- ହୋଟେଲ ଵା ବେସ କ୍ୟାମ୍ପରେ ରହିବା ପାଇଁ ଆଗୁଆ online ଟିକେଟ କରିବେ I
- ହେଲିକେପ୍ଟରରେ ସେବା ନେଲେ ଫIଟା, ଶରସୀ ଓ ଗୌରୀ କୁଣ୍ଡ ଆଗୁଆ ଟିକେଟ କରିବାକୁ ପଡ଼ିବ I
- ରହିବା ପାଇଁ ସୀତାପୁର-ସୋନପ୍ରୟାଗରେ ହୋଟେଲରେ ରହିଲେ ଭଲ I
- ଯିବାବେଳେ ଶୀତ ଜ୍ୟାକେଟ, ୱାର୍ମ ଇନର, ଟ୍ରେକିଂ ଜୋତା, ରେନ କୋର୍ଟ, ମଙ୍କି କ୍ୟାପ, ଗ୍ଳୋବ୍ସ ଓ ଛତା ନେବାକୁ ଭୁଲିବେ ନାହିଁ I ଅକ୍ସି ମିଟର ବି ନେଇ ପାରନ୍ତି I
- ସାଙ୍ଗରେ ଔଷଧ ଓ ଡ୍ରାଇ ଫୂଡ଼ସ ନିଶ୍ଚୟ ନେବେ I
- ସୀତାପୁରରୁ 2କିମି ଦୂର ସୋନପ୍ରୟାଗରେ ପଞ୍ଜିକରଣ କେନ୍ଦ୍ରରେ ତନଖି କରିବେ I
- ସୋନପ୍ରୟାଗରୁ ଗୌରୀକୁଣ୍ଡ(5 କିମି)କୁ ଭଡ଼ା ଟ୍ରେକରରେ ଯିବେ I ଜଣ ପିଛା 50 ଟଙ୍କା ପଡ଼ିବ I
- ଗୌରୀକୁଣ୍ଡରୁ ବାବା କେଦାରନାଥ ପୀଠ(22 କିମି) ପର୍ଯ୍ୟନ୍ତ ପାଦରେ ଚାଲି ଯାଇପାରିବେ I ନ ହେଲେ ଘୋଡା ଵା ଖଚରରେ ଯାତ୍ରା କରିବେ I
- ଘୋଡ଼ାରେ ( ଜଣ ପିଛା 3200 ଟଙ୍କା ) ଗଲେ ପୂର୍ବରୁ ପୁଣି ପଞ୍ଜିକରଣ କରବେ I
- ଫେରିଲା ବେଳେ ଘୋଡା ପାଇଁ ପଞ୍ଜିକରଣ ନିମନ୍ତେ ଜଣ ପିଛା 2300 ଟଙ୍କା ଦେବାକୁ ପଡ଼ିବ I
କଣ ନ କରିବେ?
- – ଯଦି ଚାଲି ଚାଲି ଯାଉଛନ୍ତି ତାହାଲେ ବ୍ୟସ୍ତ ଵା ଦୌଡ଼ିକରି ହୋଇ ଯିବେନାହିଁ I ଆକ୍ସିଜେନ କମିପାରେ I
- ପଥର ଖସୁଥିବା ପାହାଡ଼ ସନ୍ନିକଟକୁ ଯିବେ ନାହିଁ I
- କୌଣସି ରୋଡ ସାଇଡ ଡିଭାଇଡର ଵା ରେଲିଙ୍ଗରେ ବସିବେ ନାହିଁ I
ତେଣୁ ଏଭଳି ଏକ ଆଧ୍ୟାତ୍ମିକ ପୀଠକୁ ଆସି ନିଜର ମନୋସ୍କାମନା ପୂର୍ଣ୍ଣ କରନ୍ତୁ… କାରଣ ସେ ତପେବର ତ କୋପେବର… ଯିଏ ନିଷ୍ଠାର ତାଙ୍କୁ ଡାକିଛି ମହାଦେବ କେଦାରନାଥ ତାର କଥା ଶୁଣିଛନ୍ତି I
ଫଟୋ : ସଂଗୀତା