ଜେଏମ୍‌ଏମ୍ ଦୁଇଫାଳ !

0
  • ଫାଇଦା ନେବାକୁ ବିଜେଡି ଓ ବିଜେପିର କସରତ୍‌?
  • ଜେଏମଏମରୁ ଇସ୍ତଫା ଦେଲେ ମହେଶ ହେମ୍ବ୍ରମ୍‌
  • ଅନ୍ୟ ଦୁଇ ନେତା ଦଳ ଛାଡ଼ିବା ସ୍ଥତିରେ
  • ଭୁବନେଶ୍ୱର,//TATKAL ODISHA//
    ଓଡ଼ିଶାରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ବା ଜେଏମ୍‌ଏମ୍ ଦୁଇଫାଳ ହୋଇଛି । ଦଳରୁ ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍ ଇସ୍ତଫା ଦେବା ପରେ ସ୍ଥିତି ଜଟିଳ ହୋଇଛି । ଦଳ ଛାଡ଼ିବା ସ୍ଥତିରେ ବି ଅନ୍ୟ ଦୁଇ ବରିଷ୍ଠ ନେତା । ଏହି କନ୍ଦଳର ଫାଇଦା ନେବାକୁ ଉଭୟ ବିଜେଡି ଓ ବିଜେପି କସରତ୍ କରୁଥିବା ଚର୍ଚ୍ଚା ଜୋର ଧରିଛି । 
     ଅଞ୍ଜନୀ ସୋରେନ ଜେଏମ୍‌ଏମ୍ ଅଧ୍ୟକ୍ଷା ହେବା ପରେ ଏହାକୁ ବିରୋଧ କରି ମହେଶ ଇସ୍ତଫା ଦେଇଛନ୍ତି । ସେ ହେଉଛନ୍ତି ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଶିବୁ ସୋରେନଙ୍କ ଝିଅ ତଥା ଏବର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଭଉଣୀ । ସେହିପରି ଚିଟ୍‌ଫଣ୍ଡରେ ଅଭିଯୁକ୍ତ ଥାଇ ଜେଲ ଯାଇଥିବା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଜେଏମ୍‌ଏମ୍‌ରେ ଯୋଗଦେଇ ଅଞ୍ଜନୀଙ୍କ ଟିମ୍‌ରେ ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ପାଇବାକୁ ବି ଗ୍ରହଣ କରିପାରିନାହାନ୍ତି ମହେଶ । 
     କେବଳ ସେତିକି ନୁହେଁ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କୁ ରାଜ୍ୟ କୋଷାଧ୍ୟକ୍ଷ ଓ ପ୍ରଭୁଦାନ ମାରାଣ୍ଡିଙ୍କୁ ବି ଜିଲ୍ଲା ସଭାପତି ପଦବୀ ମିଳଛି । ଏହି ନିଷ୍ପତ୍ତିକୁ ମହେଶଙ୍କ ସମେତ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଦୁଇ ବରିଷ୍ଠ ନେତା ଫାଗୁ ଓ ରାମଚନ୍ଦ୍ର ବିରୋଧ କରିଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ମହେଶ ସାରସକଣା ଆସନରୁ ଫାଗୁ ବାଙ୍ଗିରିପୋଷି ଆସନରୁ ଓ ରାମଚନ୍ଦ୍ର ରାଇରଙ୍ଗପୁର ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ଏମାନେ ସମର୍ଥକଙ୍କ ସହିତ ଦଳ ତ୍ୟାଗ ଆଶଙ୍କା ମଧ୍ୟ ଦେଖାଦେଇଛି । ମହେଶ ଇସ୍ତଫା ଦେବାପରେ ଦଳ ବସ୍ତୁତଃ ଦୁଇଫାଳ ହୋଇଛି ।
     ହେଲେ ମହେଶ ଓ ଅସନ୍ତୁଷ୍ଟ ନେତା ଦ୍ୱୟ କେଉଁ ଦଳକୁ ଯାଉଛନ୍ତି ତାହା ତର୍ଜମାର ବିଷୟ । ତେଣୁ ବିଜେଡି ନା’ ବିଜେପି କିଏ ବାଜି ମାରୁଛି ଏବଂ ନିଜ ଦଳ ସପକ୍ଷରେ ଅସନ୍ତୁଷ୍ଟ ଜେଏମ୍‌ଏମ୍ ଭୋଟ୍ ହାତଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.