ଜୀବନ ତତ୍ତ୍ୱ : ମା’ ଓ ‘ଦା’ ର ପାର୍ଥକ୍ୟ
//TATKAL ODISHA//
ଓଁ ଶ୍ରୀ ସାଇରାମ
‘ମାନବ’ ଓ ‘ଦାନଵ’ ଶବ୍ଦ ଦୁଇଟି ଭିତରେ କେବଳ
‘ମା’ ଓ ‘ଦା’ ର ପାର୍ଥକ୍ୟ ରହିଛି ।
‘ମା’ ଶବ୍ଦଟି କୋମଳ, ମଧୁମୟ ଏବଂ ଅମୃତତ୍ବର ପ୍ରତୀକ !
ମାତ୍ର ‘ଦା’ ଶବ୍ଦଟି ନିର୍ଦ୍ଦୟ, ବିଶୃଙ୍ଖଳ ଏବଂ ଜ୍ୱଳନଶିଳ l
ଯେଉଁମାନଙ୍କ ମଧ୍ୟରେ ମଧୁରତା ନାହିଁ ଏବଂ ଯେଉଁମାନେ ଅମୃତତ୍ବର କ୍ଷୁଧାକୁ ଚାପିଦେବାର ଉଦ୍ୟମ କରନ୍ତି, ସେମାନେ କ ‘ଣ ମଣିଷ ?
ଏହା ହିଁ ସତ୍ୟ ସାଇ ବାବାଙ୍କ ମୂଖ ନିଃସୃତ ବାଣୀ I
ବାବା କହିଛନ୍ତି ଯେ, ମଣିଷ ରୂପରେ ସେମାନେ ସବୁ ଦାନଵ l
ରୂପର କୌଣସି ଗୁରୁତ୍ୱ ନାହିଁ !
ପ୍ରଥମ ଓ ପ୍ରଧାନ କଥା ହେଲା ଚରିତ୍ର l ମଣିଷର ରୂପ ଧାରଣ କରି ଯେଉଁମାନେ ଦୟା ଓ ସଦଭାବସଂପନ୍ନ ନୁହନ୍ତି, ସେମାନଙ୍କୁ ‘ମଣିଷ’ କୁହାଯାଇ ପାରିବ କି ?
ବର୍ତ୍ତମାନ ମୋର ଉପଦେଶ ରୂପ ଉପରେ ଆଧାରିତ ନୁହେଁ, ତାହା ମଣିଷର ଚରିତ୍ର ଓ ଗୁଣ ପାଇଁ ଉଦ୍ଦିଷ୍ଟ l
( ସଂଗୃହିତ)